November 13, 2025
Home » ୭ରେ ଜାତୀୟ ହସ୍ତତନ୍ତ ଦିବସ ଓ ଏକତା ଉତ୍ସବ

୭ରେ ଜାତୀୟ ହସ୍ତତନ୍ତ ଦିବସ ଓ ଏକତା ଉତ୍ସବ

0
WhatsApp Image 2025-08-05 at 6.10.03 PM

ଭୁବନେଶ୍ୱର: ସ୍ଥାନୀୟ ଜନତା ମୈଦାନରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଓ ଏକତା ଦିବସକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସନ୍ତା ୭ ତାରିଖରେ ଶୁଭ ଉଦ୍‌ଘାଟନ କରିବେ। ୭ ରୁ ୯ ଓ ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଫେସନ ସୋ, ହସ୍ତଶିଳ୍ପ ପ୍ରଦର୍ଶନୀ, ଦେଢ ଶହରୁ ଅଧିକ ବୁଣାକାରଙ୍କ ଉପସ୍ଥିତି ଶହ ସେମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କ୍ରେତା, ବିକ୍ରେତା, ନିର୍ମାତା, ଡିଜାଇନର ଓ କାରିଗରମାନଙ୍କ ସହ ମୁହାଁମୁହିଁ ମତ ବିନିମୟ ଓ ବିଭିନ୍ନ କର୍ମଶାଳା କରାଯିବ। ଏହାର ଅବ୍ୟବହିତ ପୂର୍ବରୁ ସଫଳତା କାମନା କରିବା ସହ ଓଡିଶାର ବୁଣାକାରମାନେ ଆମର ସାଂସ୍କୃତିକ ଐତିହ୍ୟର ଆତ୍ମା ।ଆମ ହସ୍ତତନ୍ତ କେବଳ ଖଣ୍ଡେ କପଡା ନୁହେଁ ଏହା ଆମ ଐତିହ୍ୟ, ହସ୍ତତନ୍ତ ଆମର ଅସ୍ମିତା ଓ ସଂସ୍କୃତିର ବାର୍ତ୍ତାବହ ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଏହି ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ତାରକା ଶ୍ରୀମତୀ ମାଧୁରୀ ଦିକ୍ଷୀତଙ୍କ ଉପସ୍ଥିତି ଅଧିକ ଆକର୍ଷଣ ପାଲଟିବେ। ଏଥିରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହାପୂନମ ତାପସ କୁମାର, ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଣତୀ ଛୋଟରାୟ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *