November 13, 2025
Home » କଂଗ୍ରେସ ଦଳ ତରଫରୁ ଏକ ଦାବି ପତ୍ର ପ୍ରଦାନ

କଂଗ୍ରେସ ଦଳ ତରଫରୁ ଏକ ଦାବି ପତ୍ର ପ୍ରଦାନ

0
WhatsApp Image 2025-08-14 at 9.44.06 PM

ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀ ନଟବର ବାରିକ ଙ୍କ ସହ ପାରାଦ୍ବୀପ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ ଯାଇ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ CDMO ଙ୍କୁ ସାକ୍ଷାତ କରି କଂଗ୍ରେସ ଦଳ ତରଫରୁ ଏକ ଦାବି ପତ୍ର ପ୍ରଦାନ କଲେ I

ଜିଲ୍ଲା ରେ ଭାରି ଯାନ ଗମନାଗମନ ଓ ରାସ୍ତା କଡରେ ଥିବା ଗଛ ରାସ୍ତା ଉପରକୁ ମାଡି ଆସିବା ଯୋଗୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି ଏବଂ ମେଡିକାଲ ରେ ଡାକ୍ତର ଅଭାବ ଓ ଅବ୍ୟବସ୍ଥା ଯୋଗୁଁ ଠିକ୍ ରେ ଚିକିତ୍ସା ହୋଇପାରୁନାହିଁ ଯା ଦ୍ଵାରା ମେଡିକାଲ ଆସୁଥିବା ଲୋକମାନେ ଅସୁବିଧା ର ସମ୍ମୁଖିନ ହୋଇ କଟକ କିମ୍ବା ଭୁବନେଶ୍ବର କୁ ସ୍ଥାନାନ୍ତରିତ ହେଉଛନ୍ତି I କେବଳ ଏତିକି ନୂହେଁ ପ୍ଲାଣ୍ଟ ରୁ ବାହାରୁଥିବା ଦୂଷିତ ଗ୍ୟାସ୍ ପାଇଁ ବହୁ ଲୋକ ମଧ୍ୟ ମୃତ୍ଯୁବରଣ କରୁଛନ୍ତି I ଜିଲ୍ଲାପାଳ ମୋହାଦୟ ସକାଳ ୬ ଟା ରୁ ରାତି ୧୦ ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଲାଗୁ କରନ୍ତୁ , ରାସ୍ତା କୁ ମାଡି ଆସିଥିବା ଗଛ କୁ କାଟି ସାଇଜ କରନ୍ତୁ ଏବଂ ସମସ୍ତ ମେଡିକାଲ କୁ ପରିଦର୍ଶନ କରି ଅବ୍ୟବସ୍ଥା କୁ ସୁଧାରିବା ସହ ନୂତନ ଡାକ୍ତର ପଦବୀ ପୂରଣ କରନ୍ତୁ I

ସମସ୍ତ ବିଷୟକୁ ବିଚାରକୁ ନେଇ ଜଣେ ଦକ୍ଷ ଯୁବ ପ୍ରଶାସକ ହିସାବରେ ଏହା ଉପରେ ତ୍ୱରିତ ପଦକ୍ଷେପ ନେବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଲେ ଆମ ଅଞ୍ଚଳବାସୀ ମାନେ ମୃତ୍ୟୁ ମୁଖରୁ ବଞ୍ଚିପାରିବେ I ଯଦି ସମାଧାନ ୧/୨ ଦିନ ମଧ୍ୟରେ ନ ହୁଏ ତା ହେଲେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଅନଶନ , ଆନ୍ଦୋଳନ କୁ ଆପଣେଇବାକୁ ବାଧ୍ୟ ହେବୁ I

Leave a Reply

Your email address will not be published. Required fields are marked *