August 27, 2025
Home » ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୯ ତମ ସ୍ବାଧିନତା ଦିବସ ପାଳିତ

0
WhatsApp Image 2025-08-15 at 10.57.42 PM (1)

ପାରାଦୀପ _ ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି। ଏହି ଉତ୍ସବରେ ଜେ ଏସ ଡ ବ୍ଲୁ ଗ୍ରୁପର ବରିଷ୍ଠ ଅଧିକାରୀ ପ୍ରବୋଧ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଦେଶର ସ୍ବାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ସେହି ମହାନ ସ୍ବାଧିନତା ସଂଗ୍ରାମୀ ମାନଙ୍କୁ ପ୍ରଣାମ ଜଣାଇଥିଲେ। ଏଥି ସହିତ ଜେ ଏସ ଡ ବ୍ଲୁ କମ୍ପାନୀର ଆଭିମୁଖ୍ୟ ଓ ଏହାର ଅଭିବୃଦ୍ଧି ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଅବସରରେ କମ୍ପାନୀର ସୁରକ୍ଷା ତଥା ଅନ୍ୟାନ୍ୟ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁରକ୍ଷାକର୍ମୀ ଓ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ମାନଙ୍କ ପରିବାର ପକ୍ଷରୁ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ସ୍ଥାନୀୟ କାର୍ଯ୍ୟାଳୟର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ଅଧିକାରୀ,କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

paradeep ru prasant das nka report epa news

Leave a Reply

Your email address will not be published. Required fields are marked *