ସୁବର୍ଣ୍ଣପୁର ସଖି ୱାନ ଷ୍ଟପ ସେଣ୍ଟର ର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ l

ସୁବର୍ଣ୍ଣପୁର ଜିଲ୍ଲା ସଦର ମହାବୀର କଲୋନୀ ରେ ପିପୁଲ ଫୋରାମ ତରଫରୁ ପରିଚାଳିତ ସଖି ୱାନ ଷ୍ଟପ ସେଣ୍ଟର ସୁବର୍ଣ୍ଣପୁର ର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ଦାସ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ସଦସ୍ୟ ଶାନ୍ତନୁ କର୍ଣ୍ଣ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ର ଅଧିକ୍ଷକ ଡ.ଦୁର୍ଗାଦତ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ l ନିର୍ଯ୍ୟାତିତ ମହିଳା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଏହି ସଂସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ 510 ଗୋଟି ମାମଲା ରେ କାର୍ଯ୍ୟ କରିଥିବା ଉପସ୍ଥାପନା କରାଯାଇଥିଲା l କାର୍ଯ୍ୟକ୍ରମ କୁ ପାୟଲ ମିଶ୍ର ଓ ସଖି କେନ୍ଦ୍ର ର କର୍ମକର୍ତ୍ତା ପରିଚାଳନା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..