ଛାତ୍ର ସଂସଦ ନିର୍ବାଚନ ପାଇଁ ମହାବିଦ୍ୟାଳୟ ପରିସର ରେ ପ୍ରଚାର ଜୋରଦାର
ପୁରୀ: ଦୀର୍ଘ ଆଠବର୍ଷ ପରେ ଚଳିତ ବର୍ଷ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ନିର୍ବାଚନ ମାହୋଲ କିପରି ଥିଲା ସ୍ଥିତି ପରକ୍ଷିଥିଲା ଆମର କ୍ୟାମେରା ଟିମ୍।

ମହାବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ର ଛାତ୍ରୀ ମାନେ ଦଳ ଦଳ ହୋଇ ଭୋଟ ପ୍ରଚାର କରୁଥିବା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରେ ଏକ ଆନନ୍ଦ ଉଲ୍ଲାସ ର ମାହଲ ସୃଷ୍ଟି ହୋଇଥିଲା। ମହାବିଦ୍ୟାଳୟ ର ବିଭିନ୍ନ ଅଭାବ ଅସୁବିଧା, ପୁରାତନ ମହାବିଦ୍ୟାଳୟ କୁ ଏକକ ବିଶ୍ବବିଦ୍ୟାଳୟ ଭାବରେ ସ୍ବୀକୃତି ଦେବା ଛାତ୍ର ଛାତ୍ରୀ ମାନଙ୍କର ମ୍ୟୈଳିକ ଅସୁବିଧା ଗୁଡିକ ପୁରଣ କରିବା ଆଦି ଦାବୀରେ ପ୍ରାର୍ଥୀ ମାନେ ଭୋଟ ଦେବାପାଇଁ ପ୍ରଚାର କରୁଥିବା ଦେଖାଯାଇଥିଲା। ମହାବିଦ୍ୟାଳୟ ପରିସର ରେ ଶାନ୍ତି ଶୃଙ୍ଖଳା ସହ ଛାତ୍ର ଛାତ୍ରୀ ମାନେ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ପ୍ରଚାର କରୁଥିବା ଦେଖାଯାଇଥିଲା.
