କୁମାରୀ ଶ୍ରିୟାଂଶୀ ସାହୁ ଙ୍କୁ ଲିଙ୍ଗରାଜ ପାଣଗ୍ରାହୀ ସ୍ମୃତି କୃତି ବିଦ୍ୟାର୍ଥୀ ପୁରସ୍କାର
୭୯ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରକ୍ଷାରେ ସମୁଦାୟ ୬୦୦ ମାର୍କ ରୁ ୫୮୨ ମାର୍କ ରଖି ସାରା ଧର୍ମଗତ ଉପଖଣ୍ଡ କୁ ଗୌରବାନିତ୍ଵ କରିଥିବା ମୁଖିଗୁଡ଼ା ସରସ୍ଵତୀ ବିଦ୍ୟା ମନ୍ଦିର ର ଛାତ୍ରୀ କୁମାରୀ ଶ୍ରିୟାଂଶୀ ସାହୁ ଙ୍କୁ ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଲିଙ୍ଗରାଜ ପାଣଗ୍ରାହୀ ସ୍ମୃତି କୃତି ବିଦ୍ୟାର୍ଥୀ ଭାବେ ସମ୍ବର୍ଦ୍ଧିତ କରିଥଲେ ।

ଉଭୟ ଛାତ୍ରୀ ଓ ବିଦ୍ୟାଳୟକୁ ଉପଢ଼ୌକନ, ମାନପତ୍ର ଓ ନଗଦ ଅର୍ଥ ରାଶି ଦେଈ ସମ୍ମାନୀତ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଆଭିମୁଖ୍ୟ ନେଇ ଗତ ୨୦୦୨ ମସିହା ଠାରୁ ସ୍ଵାଧୀନତା ଦିବସରେ ଲିଙ୍ଗରାଜ ପାଣଗ୍ରାହୀ ସ୍ମୃତି କୃତି ବିଦ୍ୟାର୍ଥୀ ପୁରସ୍କାର ଆରମ୍ଭ କରାଯାଇଛି। ସ୍ବର୍ଗତ ଲିଙ୍ଗରାଜ ପାଣିଗ୍ରାହୀଙ୍କ ସୁପୁତ୍ର ଆଇନଜୀବୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏହି ପୁରସ୍କାର ପ୍ରଦାନ କରି ଆସୁଛନ୍ତି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ
