November 13, 2025
Home » ଚାଷୀ ଙ୍କ ଧାନ ବିକ୍ରି ଟଙ୍କା ବ୍ଯାଙ୍କ କର୍ମଚାରୀ ଆତ୍ମସାତ କରି ହେଲେ ଗିରଫ

ଚାଷୀ ଙ୍କ ଧାନ ବିକ୍ରି ଟଙ୍କା ବ୍ଯାଙ୍କ କର୍ମଚାରୀ ଆତ୍ମସାତ କରି ହେଲେ ଗିରଫ

0
WhatsApp Image 2025-08-19 at 1.52.17 PM

ସୁବର୍ଣ୍ଣପୁର:ଚାଷୀ ଙ୍କ ଧାନ ବିକ୍ରି ଟଙ୍କା ବ୍ଯାଙ୍କ କର୍ମଚାରୀ ଆତ୍ମସାତ କରିବା ଘଟଣାଟି ଜନସାଧାରଣରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି । ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସମଲେଇଚୁଆଁ ଗ୍ରାମରେ । ଉକ୍ତ ଗ୍ରାମର ଗୌତମ ଗଡତିଆ ନାମକ ଚାଷୀଙ୍କ ଚଳିତ ରବି ଋତୁର ଧାନ ବିକ୍ରି ଟଙ୍କା ଡୁଙ୍ଗୁରିପାଲି ଷ୍ଟେଟବ୍ଯାଙ୍କ ରେ ପାଖାପାଖି ସାଢେ ତିନି ଲକ୍ଷ ଟଙ୍କା ଜମା ହୋଇଥିଲା l ଗତ ୧୫ ଦିନ ତଳେ ତା ମଧ୍ୟରୁ ୫୦ ହଜାର ଟଙ୍କା ଉଠାଇ ଥିଲେ l ବାକି ୩ ଲକ୍ଷ ଟଙ୍କା ଖାତାରେ ଜମା ଥିଲା l ଏହି ସମୟରେ ତାଙ୍କ ପାଖକୁ ବ୍ଯାଙ୍କ ଷ୍ଟାଫ୍ ଜଣକ ଫୋନ୍ କରି ଡାକିଥିଲେ ଓ ତାଙ୍କ ସମସ୍ତ ଡକ୍ୟୁମେଣ୍ଟ, ଓଟିପି ତକ ବ୍ଯାଙ୍କ କର୍ମଚାରୀ ଜଣକ ରଖିଥିଲେ l ଚାଷୀ ଙ୍କ ଟଙ୍କା ଆବଶ୍ୟକ ପଡ଼ିବାରୁ ଗତ ଦୁଇ ଦିନ ତଳେ ବ୍ଯାଙ୍କ ଏଟିଏମ (ATM) କୁ ଆସି ଦେଖିଲାବେଳକୁ ଜିରୋ ବାଲାନ୍ସ ଦେଖି ଚଳିତ ହୋଇ ପଡ଼ିଥିଲେ l ଏହାକୁ ନେଇ ଉକ୍ତ ବ୍ଯାଙ୍କ ମ୍ୟାନେଜରଙ୍କୁ ଅଭିଯୋଗ କରିଥିଲେ ଓ ପରେ ୩ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ ଡୁଙ୍ଗୁରିପାଲି ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ପୁଲିସ ଉକ୍ତ ଅଭିଯୋଗ କୁ ଭିତ୍ତି କରି ଥାନାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଉକ୍ତଟଙ୍କା ଆତ୍ମସାତ କରିଥିବା ବ୍ଯାଙ୍କ କର୍ମଚାରୀ ଦିନେଶ ମେହେର କୁ ଗିରଫ୍ କରିଛି । ଅନ୍ୟ ପଟେ ଉକ୍ତ ଚାଷୀ ତାଙ୍କ ଟଙ୍କା କେବେ ଫେରି ପାଇବେ ତାକୁ ଚାହିଁ ବସିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *