August 27, 2025
Home » କଲେଜ ଛାତ୍ରୀ ଙ୍କୁ ମାଡ଼ ମାରିଲେ ୩ ଛାତ୍ର, ଥାନା ରେ ମାମଲା, ଛାତ୍ରୀ ଙ୍କୁ ଉଦ୍ଧାର କରି ସିଡବ୍ଲୁସି କୁ ହସ୍ତାନ୍ତର କଲା ପୁଲିସ

କଲେଜ ଛାତ୍ରୀ ଙ୍କୁ ମାଡ଼ ମାରିଲେ ୩ ଛାତ୍ର, ଥାନା ରେ ମାମଲା, ଛାତ୍ରୀ ଙ୍କୁ ଉଦ୍ଧାର କରି ସିଡବ୍ଲୁସି କୁ ହସ୍ତାନ୍ତର କଲା ପୁଲିସ

0
WhatsApp Image 2025-08-21 at 9.21.38 AM

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ଅଂଚଳର ଜଣେ କଲେଜ ଛାତ୍ରୀ ଙ୍କୁ ବିନିକା ବସଷ୍ଟାଣ୍ଡ ରେ ୩ ଜଣ କଲେଜ ଛାତ୍ର ମାଡ଼ ମାରିଥିବା ବିନିକା ଥାନାରେ ଅଭିଯୋଗ ହୋଇଛି |ଅଭିଯୋଗ ପରେ ପୁଲିସ ମାମଲା ୠଜୁକରି ମୁଖ୍ୟ ଅଭିଯୁକ୍ତ ସିଂଘିଯୁବା ଅଂଚଳର ନାବାଳକ ଙ୍କୁ ବିନିକା ଥାନା କୁ ଆଣି ତାଗିଦ କରି ନୋଟିସ ଦେଇ ଛାଡି ଦେଇଥିବା ସୂଚନା ମିଳିଛି ଏବଂ ପୀଡିତ ଛାତ୍ରୀଙ୍କୁ ସୁବର୍ଣ୍ଣପୁର ସିଡବ୍ଲୁସି କୁ ହସ୍ତାନ୍ତର କରାଯାଇଛି | ପୁଲିସ ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ଛାତ୍ରୀ ଜଣଙ୍କ ବିନିକା ମହିଳା ଜୁନିୟର କଲେଜ କୁ ଅଧ୍ୟୟନ ପାଇଁ ଆସିଥିଲେ | ବିନିକା ବସଷ୍ଟାଣ୍ଡ ଠାରେ ଅଟକିଥିବା ବେଳେ ଠିକ ଏହି ସମୟରେ ୩ଜଣ କଲେଜ ଛାତ୍ର ସେଠାରେ ପହଞ୍ଚିଥିଲେ। କୌଣସି କାରଣ ରୁ ସେଥିରୁ ଦୁଇ ନାବାଳକ ଛାତ୍ରୀ ର ହାତକୁ ଧରି ଦେବାପରେ ଅନ୍ୟ ଜଣେ ଯୁବକ ନାବାଳିକା ଛାତ୍ରୀ କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା । ଫଳରେ ନାବାଳିକା ଛାତ୍ରୀ ଲହୁଲୁହାଣ ହୋଇଥଲା ।ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଛାତ୍ରୀ ଜଣକ ସେଠାରୁ ଦୌଡ଼ି ଦୌଡ଼ି ବିନିକା ଥାନାକୁ ଯାଇ ପୁଲିସ ଆଗରେ ସବୁ କଥା କହିଥିଲା । ତତକ୍ଷଣାତ୍ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା । ହେଲେ ମାଡ଼ ମାରିଥିବା ଯୁବକ ମାନେ ସେଠାରୁ ଫେରାର ମାରିଥିଲେ।ଫଳରେ ପୁଲିସ ଛାତ୍ରୀ କୁ ଧରି ଥାନାକୁ ଆସିଥିଲା । ହେଲେ ଛାତ୍ରୀ ଜଣକ ମାନସିକ ଚାପରେ ପଡି ବେହୋସ୍ ହୋଇ ଯିବାରୁ ତତକ୍ଷଣାତ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛି ସମୟ ପରେ ଛାତ୍ରୀ ର ଚେତା ଆସିଥିଲା । ବାପା ଛେଉଣ୍ଡ ଛାତ୍ରୀ ର ବଡବାପା ଶିଶୁ ସୁରକ୍ଷା ଟୋଲ ଫ୍ରି ନଂ ୧୦୯୮କୁ ଫୋନ କରିଥିଲେ । ଶିଶୁ ସୁରକ୍ଷା ସମିତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ଏହି ସମ୍ବେଦନସୀଲ ବିଷୟ ଜାଣିବା ପରେ ତତ୍ପରତା ଦେଖାଇ ଶିଶୁ କଲ୍ୟାଣ ସମିତି କୁ ଫୋନ କରି ଜଣାଇ ସିଡବ୍ଲୁସି ରେ କେସ ନଂ. ୩୪୭/୨୫ ଆଧାର ରେ ମାମଲା ରୁଜ୍ଜୁ କରିଥିଲେ। ସେହିପରି ବିନିକା ଥାନରେ ମଧ୍ୟ ଏକ ମାମଲା ରଜୁ ହୋଇଥିଲା । ଗତକାଲି ସକାଳେ ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା ବିନିକା ଥାନାକୁ ଆସି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ତେବେ ନାବାଳିକା ଛାତ୍ରୀ ଙ୍କୁ ମାଡ଼ ମାରିଥିବା କଲେଜ ଛାତ୍ର କୁ ଅଟକ ରଖି କିଛି ସମୟ ଜେରାକରିବା ପରେ ତାଗିଦ କରି ଛାଡିଦେଇଥିବା ଅଭିଯୋଗ ହେଉଛି l ଏଥି ସହ ଅନ୍ୟ ଦୁଇ ସହଯୋଗ ଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଧରି ପାରିନାହିଁ | ତେବେ ଚାଇଲ୍ଡ ହେଲ୍ପ ଲାଇନ ଏବଂ ସଖୀର ସଦସ୍ୟ ମାନେ ବିନିକା ଥାନାକୁ ଆସି ଏବଂ ପରେ ନାବାଳିକା ଛାତ୍ରୀ ର ଘରକୁ ଯାଇ ବୁଝି ନାବାଳିକାକୁ ନିଜ ପରିବାରର ପରାମର୍ଶରେ ତାଙ୍କଠୁ ଆଣି ଶିଶୁକଲ୍ୟାଣ ସମିତିରେ ଉପସ୍ଥାପନ କରିଥିଲେ l ଶିଶୁକଲ୍ୟାଣ ସମିତିର ସଦସ୍ୟ ହେମନ୍ତ ସା ସଖୀରେ ରହିବାକୁ ଅନୁମତି ଦେଇଥିଲେ। ଏହି ସମ୍ବେଦନଶୀଳ ଘଟଣାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ଚାଇଲ୍ଡ ହେଲ୍ପ ଲାଇନ, କାଉନସିଲର୍ ସୁଧୀର କୁମାର ଦାସ,ପାୟଲ ମିଶ୍ର ପରିଚାଲିକା ସଖୀ , ସୁପ୍ରଭା ମଞ୍ଜରୀ ସିଂ ସଖୀ କାଉନ ସିଲର୍ ଉପସ୍ଥିତ ରହି ସହଯୋଗ କରିଥିଲେ।ତେବେ ନାବାଳିକା ଛାତ୍ରୀ ର ସୁରକ୍ଷା ଏବଂ ଶିକ୍ଷାର ସବୁ ସୁବିଧା କରାଯିବ ବୋଲି ସୁଜିତ୍ ମିଶ୍ର ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *