August 27, 2025
Home » ୧୪ ତମ କଟନଫ୍ୟାବ୍ -୨୦୨୫ ର ଶୁଭାରମ୍ଭ

୧୪ ତମ କଟନଫ୍ୟାବ୍ -୨୦୨୫ ର ଶୁଭାରମ୍ଭ

0
WhatsApp Image 2025-08-24 at 4.15.04 PM

ଏକ ବଡ଼ଧରଣର ରେଶମ ଓ ସୂତାବସ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ଵର ସ୍ଥିତ ୟୁନିଟ୍-୩ ଖାରବେଳ ନଗର, ଗେଟ ନଂ-୩, ପ୍ରଦର୍ଶନୀ ପଡିଆରେ କଟନପ୍ୟାବ ୨୦୨୫ର ରେଶମ ଓ ସୂତା ବସ୍ତ୍ର ସମ୍ଭାର ଏକ ବିରାଟ ପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ, ଭୁବନେଶ୍ଵର (ମଧ୍ୟ), ଶ୍ରୀମତୀ ସୁଲୋଚନା ଦାସ, ମେୟର, ଭୁବନେଶ୍ୱର ଏବଂ ଶ୍ରୀମତୀ ରଞ୍ଜୁଲତା ରାଏ, କର୍ପୋରେଟର, ୱାର୍ଡ଼ ନଂ – ୩୫, ଭୁବନେଶ୍ୱରଙ୍କ ଦ୍ୱାରା ମେଳା ଉଦ୍‌ଘାଟନ ଏବଂ ଏହି ମେଳା ପ୍ରତ୍ୟହ ସକାଳ ଘ. ୧୦.୩୦ ମି. ରୁ ୯ ଘ. ପର୍ଯ୍ୟନ୍ତ, ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଏହି ପ୍ରଦର୍ଶନୀ ୧୪ ତମ ଥର ପାଇଁ ଭୁବନେଶ୍ୱରରେ ଚାଲୁଛି ।

ବିଚାରଯୋଗ୍ୟ ଦେଶର ବିଭିନ୍ନ ପ୍ରକାର ପ୍ରଦର୍ଶନୀ ଆୟୋଜନ କରିବା ସମ୍ପୂର୍ଣ ଦାୟିତ୍ଵ ପୂର୍ଶ, ଭୁବନେଶ୍ବର ସମିତି ପସନ୍ଦ କରିଛି ମନସୁନ୍ ସିଜନ୍ ଏବଂ ବଡ଼ ପୂଜା ଉତ୍ସବ ପାଇଁ ହସ୍ତଶିଳ୍ପ ବଜାର ।୧୨ଟି ରାଜ୍ୟର ୧୨୨ଟି ହସ୍ତଶିଳ୍ପୀ ଏହି ମେଳାରେ ଯୋଗ ଦେଇ ତାଙ୍କର ସାମଗ୍ରୀ ପ୍ରଦର୍ଶନ କରିବେ ଯାହା ଲକ୍ଷ୍ନୌର ଚିକନୱାଲ୍ ଡ୍ରେସ୍ ମ୍ୟାଟେରିଆଲସ୍, ଶାଢ଼ୀ, କୁର୍ଲା ପାଇଜାମା, ଟପସ୍, ଗୁଜୁରାଟର ଏଥୁନିକ ପ୍ରିଣ୍ଟ, କୁଗାଁ, ଡ୍ରେସ୍ ମ୍ୟାଟେରିଆଲସ, ରାଜସ୍ଥାନି ଚୂଳ ପ୍ରିଣ୍ଟେଡ଼, କୋଟା ଦରୀ ଡ୍ରେସ୍ ମ୍ୟାଟେରିଆଲସ୍, ଲେଡ଼ିଜ୍‌ କୁର୍ଗା, ଲେହେଙ୍ଗା-ଛୋଲି, ମଲମଲ, ବନ୍ଧେଇ, ସୁଇଟସ୍, ସ୍ପିଟିଟ୍ସ-ଟପ୍, ସାଲୱାର ଏବଂ ଦୁପଟା, ପଞ୍ଜାବର ଫୁଲ୍‌କରୀ ଡ୍ରେସ୍, ପଟିଆଲା ସାମଗ୍ରି, ମଧ୍ୟ ପ୍ରଦେଶର ଚନ୍ଦେରୀ, ମହେଶ୍ଵରୀ, ବାଗ୍ ପ୍ରିଣ୍ଟ, ବାଟିଲ୍ ପ୍ରିଣ୍ଟ ଡ୍ରେସ୍ ସାମଗ୍ରି, ୱେଷ୍ଟ ବେଙ୍ଗଲର ସାନ୍ତନିକେତନ ତନ୍ତ୍ର, କନ୍ଥା, ଧକାଇ କାମଦାନୀ ଶାଢ଼ୀ, ଟସର କେସ୍ ସାମଗ୍ରି, ସିଫୋନ୍ ଏବଂ କ୍ରାପ୍, ଆନ୍ଧ୍ର ପ୍ରଦେଶର କଲାମକରୀ ଭେଜିଟେବୁଲ ଡ଼ାୟଡ଼, ମଙ୍ଗଲଗିରୀ, ଗଢ଼ୱାଲ କରୀ ବର୍ଡ଼ର ଡ୍ରେସ୍ ମ୍ୟାଟେରିଆଲ, ତାମିଲନାଡ଼ୁର ମଦୁରାଇ ଶାଢ଼ୀ, ବ୍ଲେସ୍‌ମ୍ୟାଟେରିଆଲ୍, ପଣ୍ଡା ଏବଂ ବେଡ଼୍ କଭରସ, ହିମାଚଲ ପ୍ରଦେଶର କଟନ କୁର୍ଗା ଏବଂ ଟିପସ୍, ଉତର ପ୍ରଦେଶର ପ୍ରସିଦ୍ଧ ବନାରସ ସିକ ଏବଂ କଟନ ଶାଢ଼ୀ, ସୁଇଟ୍ ମ୍ୟାଟେରିଆଲସ୍, ଛତିସ୍‌ଗଡ଼ର ସିଜ ଓ କଟନ ଏବଂ ଖଦି ଡ୍ରେସ୍ ମ୍ୟାଟେରିଆଲସ୍, ଝାରଖଣ୍ଡର ଟସର ସିଦ୍ଧ ଡ୍ରେସ୍ ଏବଂ ଶାଢ଼ୀ, ଦିଲ୍ଲୀର ଟିକନ୍ ଏୟୋଡ଼ରୀ ଡ୍ରେସ୍ ମ୍ୟାଟେରିଆଲ୍‌ସ ଏବଂ ଶାଢ଼ୀ, ସିତାପୁରୀର ଏକ୍ସପୋର୍ଟ କ୍ୱାଲିଟ୍ ଦରି(ସାତରଙ୍ଗି), ମ୍ୟାଟସ୍, ରନର ଏବଂ ରଗସ୍, ବିଭିନ୍ନ ପ୍ରକାରର ଗହଣା, ରାଜସ୍ଥାନ ଷ୍ଟୋନ୍ ଓ ମେଟାଲ ଗହଣା, ଦିଲ୍ଲୀ ଆର୍ଟିଫିସିଆଲ ଗହଣା ଏବଂ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ପ୍ରକାରର ହସ୍ତତନ୍ତ ସାମଗ୍ରୀ ମିଳିପାରିବ ।

Leave a Reply

Your email address will not be published. Required fields are marked *