August 22, 2026
Home » ୧୪ ତମ କଟନଫ୍ୟାବ୍ -୨୦୨୫ ର ଶୁଭାରମ୍ଭ

୧୪ ତମ କଟନଫ୍ୟାବ୍ -୨୦୨୫ ର ଶୁଭାରମ୍ଭ

0
WhatsApp Image 2025-08-24 at 4.15.04 PM

ଏକ ବଡ଼ଧରଣର ରେଶମ ଓ ସୂତାବସ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ଵର ସ୍ଥିତ ୟୁନିଟ୍-୩ ଖାରବେଳ ନଗର, ଗେଟ ନଂ-୩, ପ୍ରଦର୍ଶନୀ ପଡିଆରେ କଟନପ୍ୟାବ ୨୦୨୫ର ରେଶମ ଓ ସୂତା ବସ୍ତ୍ର ସମ୍ଭାର ଏକ ବିରାଟ ପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ, ଭୁବନେଶ୍ଵର (ମଧ୍ୟ), ଶ୍ରୀମତୀ ସୁଲୋଚନା ଦାସ, ମେୟର, ଭୁବନେଶ୍ୱର ଏବଂ ଶ୍ରୀମତୀ ରଞ୍ଜୁଲତା ରାଏ, କର୍ପୋରେଟର, ୱାର୍ଡ଼ ନଂ – ୩୫, ଭୁବନେଶ୍ୱରଙ୍କ ଦ୍ୱାରା ମେଳା ଉଦ୍‌ଘାଟନ ଏବଂ ଏହି ମେଳା ପ୍ରତ୍ୟହ ସକାଳ ଘ. ୧୦.୩୦ ମି. ରୁ ୯ ଘ. ପର୍ଯ୍ୟନ୍ତ, ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଏହି ପ୍ରଦର୍ଶନୀ ୧୪ ତମ ଥର ପାଇଁ ଭୁବନେଶ୍ୱରରେ ଚାଲୁଛି ।

ବିଚାରଯୋଗ୍ୟ ଦେଶର ବିଭିନ୍ନ ପ୍ରକାର ପ୍ରଦର୍ଶନୀ ଆୟୋଜନ କରିବା ସମ୍ପୂର୍ଣ ଦାୟିତ୍ଵ ପୂର୍ଶ, ଭୁବନେଶ୍ବର ସମିତି ପସନ୍ଦ କରିଛି ମନସୁନ୍ ସିଜନ୍ ଏବଂ ବଡ଼ ପୂଜା ଉତ୍ସବ ପାଇଁ ହସ୍ତଶିଳ୍ପ ବଜାର ।୧୨ଟି ରାଜ୍ୟର ୧୨୨ଟି ହସ୍ତଶିଳ୍ପୀ ଏହି ମେଳାରେ ଯୋଗ ଦେଇ ତାଙ୍କର ସାମଗ୍ରୀ ପ୍ରଦର୍ଶନ କରିବେ ଯାହା ଲକ୍ଷ୍ନୌର ଚିକନୱାଲ୍ ଡ୍ରେସ୍ ମ୍ୟାଟେରିଆଲସ୍, ଶାଢ଼ୀ, କୁର୍ଲା ପାଇଜାମା, ଟପସ୍, ଗୁଜୁରାଟର ଏଥୁନିକ ପ୍ରିଣ୍ଟ, କୁଗାଁ, ଡ୍ରେସ୍ ମ୍ୟାଟେରିଆଲସ, ରାଜସ୍ଥାନି ଚୂଳ ପ୍ରିଣ୍ଟେଡ଼, କୋଟା ଦରୀ ଡ୍ରେସ୍ ମ୍ୟାଟେରିଆଲସ୍, ଲେଡ଼ିଜ୍‌ କୁର୍ଗା, ଲେହେଙ୍ଗା-ଛୋଲି, ମଲମଲ, ବନ୍ଧେଇ, ସୁଇଟସ୍, ସ୍ପିଟିଟ୍ସ-ଟପ୍, ସାଲୱାର ଏବଂ ଦୁପଟା, ପଞ୍ଜାବର ଫୁଲ୍‌କରୀ ଡ୍ରେସ୍, ପଟିଆଲା ସାମଗ୍ରି, ମଧ୍ୟ ପ୍ରଦେଶର ଚନ୍ଦେରୀ, ମହେଶ୍ଵରୀ, ବାଗ୍ ପ୍ରିଣ୍ଟ, ବାଟିଲ୍ ପ୍ରିଣ୍ଟ ଡ୍ରେସ୍ ସାମଗ୍ରି, ୱେଷ୍ଟ ବେଙ୍ଗଲର ସାନ୍ତନିକେତନ ତନ୍ତ୍ର, କନ୍ଥା, ଧକାଇ କାମଦାନୀ ଶାଢ଼ୀ, ଟସର କେସ୍ ସାମଗ୍ରି, ସିଫୋନ୍ ଏବଂ କ୍ରାପ୍, ଆନ୍ଧ୍ର ପ୍ରଦେଶର କଲାମକରୀ ଭେଜିଟେବୁଲ ଡ଼ାୟଡ଼, ମଙ୍ଗଲଗିରୀ, ଗଢ଼ୱାଲ କରୀ ବର୍ଡ଼ର ଡ୍ରେସ୍ ମ୍ୟାଟେରିଆଲ, ତାମିଲନାଡ଼ୁର ମଦୁରାଇ ଶାଢ଼ୀ, ବ୍ଲେସ୍‌ମ୍ୟାଟେରିଆଲ୍, ପଣ୍ଡା ଏବଂ ବେଡ଼୍ କଭରସ, ହିମାଚଲ ପ୍ରଦେଶର କଟନ କୁର୍ଗା ଏବଂ ଟିପସ୍, ଉତର ପ୍ରଦେଶର ପ୍ରସିଦ୍ଧ ବନାରସ ସିକ ଏବଂ କଟନ ଶାଢ଼ୀ, ସୁଇଟ୍ ମ୍ୟାଟେରିଆଲସ୍, ଛତିସ୍‌ଗଡ଼ର ସିଜ ଓ କଟନ ଏବଂ ଖଦି ଡ୍ରେସ୍ ମ୍ୟାଟେରିଆଲସ୍, ଝାରଖଣ୍ଡର ଟସର ସିଦ୍ଧ ଡ୍ରେସ୍ ଏବଂ ଶାଢ଼ୀ, ଦିଲ୍ଲୀର ଟିକନ୍ ଏୟୋଡ଼ରୀ ଡ୍ରେସ୍ ମ୍ୟାଟେରିଆଲ୍‌ସ ଏବଂ ଶାଢ଼ୀ, ସିତାପୁରୀର ଏକ୍ସପୋର୍ଟ କ୍ୱାଲିଟ୍ ଦରି(ସାତରଙ୍ଗି), ମ୍ୟାଟସ୍, ରନର ଏବଂ ରଗସ୍, ବିଭିନ୍ନ ପ୍ରକାରର ଗହଣା, ରାଜସ୍ଥାନ ଷ୍ଟୋନ୍ ଓ ମେଟାଲ ଗହଣା, ଦିଲ୍ଲୀ ଆର୍ଟିଫିସିଆଲ ଗହଣା ଏବଂ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ପ୍ରକାରର ହସ୍ତତନ୍ତ ସାମଗ୍ରୀ ମିଳିପାରିବ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।