August 27, 2025
Home » ବାର୍ଷିକୋନା ଗାଁରେ ବୁଢ଼ିମା ଙ୍କୁ ଶାଢୀ ବଣ୍ଟନ କଲା ଜଗନ୍ନାଥ ସେବା ସମିତି

ବାର୍ଷିକୋନା ଗାଁରେ ବୁଢ଼ିମା ଙ୍କୁ ଶାଢୀ ବଣ୍ଟନ କଲା ଜଗନ୍ନାଥ ସେବା ସମିତି

0
WhatsApp Image 2025-08-26 at 1.31.34 PM

କଳାହାଣ୍ଡିର ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତର ବାର୍ଷିକୋନା ଗାଁ । ବ୍ଲକ କିମ୍ବା ପଞ୍ଚାୟତ ମହକୁମାରୁ ଏଠାକୁ ରାସ୍ତା ସଂଯୋଗ ନାହିଁ । ଜୁନାଗଡ଼ ବ୍ଲକ୍ ଦାଶିଗାଁରୁ ଯିବାକୁ ମଧ୍ୟ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ । ବିଶୁଦ୍ଧ ପାନୀୟ ଜଳ ଗାଁ ଲୋକଙ୍କ ପାଇଁ ସାତ ସପନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଠକେଇର ଶିକାର ହୁଅନ୍ତି । ୩ଟି ପାହାଡ଼ ଚଢ଼ିଲେ ପଞ୍ଚାୟତ ରେ ପହଞ୍ଚି ହୁଏ ।

ଆଜି ଯାଏଁ ବିଧାୟକ କିମ୍ବା ବିଡିଓ ଏହି ଗାଁରେ ଭଲଭାବେ ପାଦ ପକାଇ ନାହାନ୍ତି । ଜିଲାର ଦୁର୍ଗମ ବ୍ଲକ୍ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ୍। ବ୍ଲକର ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ବାର୍ଷିକୋନା ଗ୍ରାମରେ ଆଜି ଜଗନ୍ନାଥ ସେବା ସମିତି ପହଞ୍ଚିଛି। ନୂଆଖାଇ ରେ ଗରିବ ବୁଢ଼ିମା ମାନେ ନୁଆ ଖଣ୍ଡେ ପିନ୍ଧିବେ ବୋଲି ଆଜି ଉକ୍ତ ଗ୍ରାମର ୭୦ ଜଣ ବୁଢ଼ିମା ଙ୍କୁ ଶାଢୀ ବଣ୍ଟନ କରାଯାଇଛି। ଦାସୀଗାଁ ର ସାମାଜିକ କର୍ମୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ମାଆ ମାନଙ୍କୁ ଶାଢ଼ୀ ବିତରଣ କରାଯାଇଥିଲା।
ଏହି ଗ୍ରାମର ବୁଢ଼ୀ ମାଆ ମାନଙ୍କ ଶୁଖିଲା ମୁଁହରେ ହସ ଫୁଟାଇବା ପାଇଁ ଆଗାମୀ ଦିନରେ ସେମାନଙ୍କୁ କମ୍ବଳ, ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ପଦାର୍ଥ, ଛତା ଚପଲ ଦିଆଯିବା ସହ ଉକ୍ତ ଗ୍ରାମରେ ଏକ ମେଗା ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜନ କରି ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯିବ ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *