ହରଜିନ୍ଦର ସିଂ ବିଜେପିରେ ଯୋଗଦେଲେ

।
ବିଜୁ ଜନତା ଆଇନଗତ ସାମ୍ମୁଖ୍ୟର ପୂର୍ବତନ ସଭାପତି,ସେବା ଏନ୍.ଜି.ଓ.ର ସଭାପତି ଆଇନଜୀବୀ ହରଜିନ୍ଦର ସିଂ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତ
ସମୟରେ ଶ୍ରୀ ସିଂ ବିଜେପିରେ ଯୋଗଦେବାକୁ ନିଷ୍ପଭି ନେଇଥିଲେ ଏବଂ ତାଙ୍କର ଶହ ଶହ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଥିଲେ।ସେମାନଙ୍କ ସହିତ ଜୟପାଟଣା ଅଞ୍ଚଳ କୁମ୍ଭାର ସମାଜର ପୂର୍ବତନ ସଭାପତି ମାନସିଂହ ନାୟକ, ପାଷ୍ଟିକୁଡ଼ି ବିଜୁ ଏକତା କ୍ଲବ୍ ସଭାପତି ସମେତ ଶତାଧିକ ସମର୍ଥକ ସାଂସଦ ସୁଜିତ କୁମାରଙ୍କ ନେତୃତ୍ୱରେ ହରଜିନ୍ଦର ସିଂହଙ୍କ ସହ ଯୋଗଦାନ କଲେ।ମୁଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନୀତି ଏବଂ ନେତୃତ୍ଵ ଉପରେ ବିଶ୍ଵାସ କରେ । ବିଜେପି ପ୍ରକୃତ ଜାତୀୟ ରାଜନୀତିରେ ବିଶ୍ଵାସ କରେ ଯେଉଁଠାରେ ପ୍ରତ୍ୟେକ ଭାରତୀୟ, ତାଙ୍କ ଜାତି, ଧର୍ମ କିମ୍ବା ଧର୍ମ ନିର୍ବିଶେଷରେ, ପ୍ରଥମେ ଜଣେ ଭାରତୀୟ ।
ବିଜେପି ସମାଜକୁ ବିଭାଜିତ ଏବଂ ବିଭାଜିତ କରିବାର ସଂକୀର୍ଣ୍ଣ ରାଜନୀତିରେ ବିଶ୍ଵାସ କରେ ନାହିଁ।ଦଳର ଏଜେଣ୍ଡା ଦେଶପ୍ରେମ ଆଧାରରେ ଲୋକଙ୍କୁ ଏକତ୍ର କରିବାରେ ବିଶ୍ଵାସ କରେ।ଏସବୁକୁ ପସନ୍ଦ କରି ତାଙ୍କ ସହଯୋଗୀ ମାନଙ୍କ ସହିତ ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ସିଂ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ସୁଚନା ଯୋଗ୍ୟ ଯେ, ଶ୍ରୀ ସିଂ ଜଣେ ତୃଣମୂଳ ସ୍ତରର ନେତା ଭାବେ କଳାହାଣ୍ଡି ଜିଲ୍ଲାରେ ବେଶ୍ ପରିଚିତ। ଛାତ୍ର ଜୀବନରୁ ସେ ସକ୍ରିୟ ସମାଜ ସେବା ଓ ରାଜନୀତି ରେ ପ୍ରବେଶ କରିଥଲେ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ