ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିରର ଉନ୍ନତିକରଣ ପାଇଁ ଭୂମିପୂଜନ

ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିରର ଉନ୍ନତିକରଣ ନିମନ୍ତେ ଆଜି ୨୯/୦୮/୨୫ ତାରିଖ ସକାଳ ୭ ଘଣ୍ଟା ସମୟରେ ମାଁ ମଝିଘରିଆଣି ମନ୍ଦିର ଟ୍ରଷ୍ଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଭୂମିପୂଜନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି
। ପୂର୍ବରୁ ତତ୍କାକିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମନ୍ଦିରର ଉନ୍ନତି କରଣ ପାଇଁ ୩୬ କୋଟି ଟଙ୍କା ମଞ୍ଜୁରୀ ହୋଇଥିବା ବେଳେ ରେଳ ବିଭାଗ ଦ୍ଵାରା ପ୍ରଦାନ ୬.୩ ଏକର ଜମିରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଉକ୍ତ ମନ୍ଦିରର ଚତୁଃପାର୍ଶ୍ଵରେ ଉନ୍ନତିକରଣ କାର୍ଯ୍ୟ ସକାଶେ ପ୍ରାପ୍ତ ୨୬ କୋଟି ଟଙ୍କା ବ୍ୟୟ ପୂର୍ତ୍ତ ବିଭାଗ ଆନୁକୁଲ୍ୟରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାରିବାକୁ ସମୟ ସୀମା ସୀମିତ ଧାର୍ଯ୍ୟ ହୋଇଥିବା ନେଇ ଟେଣ୍ଡର ପ୍ରାପ୍ତ ବ୍ରହ୍ମପୁରର କାଶୀ କାଞ୍ଚନ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡଏକ ଠିକା ସଂସ୍ଥାର ମାଲିକ ଶ୍ରୀକାନ୍ତ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଯେଉଁଥିରେ କି ମନ୍ଦିରର ୩ ଦିଗରେ ୩ଟି ମୁଖ୍ୟଦ୍ବାର ପାଇଁ ପକ୍କା ରାସ୍ତା,ଅତିଥି ଭବନ,ମନ୍ଦିର କାର୍ଯ୍ୟାଳୟର ମୁଣ୍ଡନ,ପାର୍କ, ଯାନବାହାନ ପାଇଁ ପାର୍କିଂ,ଶୌଚାଳୟ ଅନ୍ତର୍ଭୁକ୍ତ। ଏଠି ସହ ଏହା ଦ୍ବାରା ମଝୀଘରିଆଣୀ ପୀଠର ରୂପରେଖ ବଦଳି ଏକ ନୂତନ ପାରିପାର୍ଶ୍ବିକ ପରିବେଶ ସୃଷ୍ଟି ହେବା ନେଇ ଶ୍ରଦ୍ଧାଳୁ ଓ ଜିଲ୍ଲା ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ