ଡଃ ରାଧାକ୍ରିଷ୍ନନ୍ ଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର – ଭାରତର ୨ୟ ରାଷ୍ତ୍ରପତି ବିଶିଷ୍ଟ ଶିକ୍ଷାବିତ୍ ଭାରତ ରତ୍ନ ଡଃ ସାର୍ ସର୍ବପଲ୍ଲୀ ରାଧାକ୍ରିଷ୍ନନ୍ ଙ୍କ ୧୩୮ତମ ଜୟନ୍ତୀ ( ଗୁରୁଦିବସ ) ସ୍ଥାନୀୟ ପୋଖରୀପୁଟ ସ୍ଥିତ ମଧୁସୂଦନ ପାର୍କ ସ୍ଥିତ ଶ୍ରୀ ଜଗନ୍ନାଥ ଯୋଗାଳୟ ପକ୍ଷରୁ ପାଳିତ ହୋଇଯାଇଛି। ଦରିଦ୍ର ପରିବାରରେ ଜନ୍ମିତ ସାର୍ ସର୍ବପଲ୍ଲୀ ଡଃ ରାଧାକ୍ରିଷ୍ନନ୍ ସମଗ୍ର ବିଶ୍ୱରେ ଶିକ୍ଷା ଓ ଦର୍ଶନ ଶାସ୍ତ୍ରରେ ସୁନାମ ଅର୍ଜନ କରିଥିଲେ। ତାଙ୍କର ଜୟନ୍ତୀ ପାଳନ ଅବସରରେ ଯୋଗଗୁରୁ ଲକ୍ଷ୍ମୀ ନାରାୟଣ, ଶିକ୍ଷାବିତ୍ ଡଃ ବାଳକୃଷ୍ଣ ଓ ଅନ୍ୟତମ ଶିକ୍ଷାବିତ୍ ନିର୍ମଳ ଚନ୍ଦ୍ର ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ତରଣୀ ସେନ ନାୟକ ଅଧ୍ୟକ୍ଷତା କରିଥିଲେ ଓ ଅଭୟ ମହାପାତ୍ର, ପ୍ରଭାକର ସାହୁ, ହର୍ଷବର୍ଦ୍ଧନ ଉଦ୍ଗାତା, ରମେଶ ଚନ୍ଦ୍ର ପାତ୍ର, ବାଇଧର ପାତ୍ର, ପ୍ରବୀର କୁମାର ମହାପାତ୍ର, ନିରଞ୍ଜନ ସେନାପତି, ଦଶରଥ ନନ୍ଦ, ଶିଶିର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କୃଷ୍ଣ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
