December 28, 2025
Home » ଚାରିଟେବୁଲ ଆସୋସିଏସନ ପକ୍ଷରୁ ସାମ୍ବାଦିକ ଉଗ୍ରସେନ କର୍ମୀଙ୍କୁ ସମ୍ବର୍ଦ୍ଧିତ

ଚାରିଟେବୁଲ ଆସୋସିଏସନ ପକ୍ଷରୁ ସାମ୍ବାଦିକ ଉଗ୍ରସେନ କର୍ମୀଙ୍କୁ ସମ୍ବର୍ଦ୍ଧିତ

0
WhatsApp Image 2025-09-09 at 12.57.40 PM

ସୁବର୍ଣ୍ଣପୁର — କଟକ ସ୍ଥିତ ଟାଉନ ହଲ ଠାରେ ଆମ ସାଥିରେ ଚାରିଟେବୁଲ ଆସୋସିଏସନ୍ ପକ୍ଷରୁ ଗୁରୁଦିବସ ପାଳିତ ହେବା ସହ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଆମ ସାଥିରେ ପ୍ରତିଷ୍ଠାତ୍ରୀ ଦେବଶ୍ରୀ ଛାଟୋଇ ଏବଂ ସଭାପତି ପ୍ରଦୀପ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ କଟକ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ,ଡାକ୍ତର ଆଲୋକ ସାହୁ , ମୁଖ୍ୟ ଅତିଥି ଭାବେ କଟକ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ସ୍ମୃତି ପଟ୍ଟନାୟକ, ମୁଖ୍ୟ ବକ୍ତା ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଅତିଥି ମଧୁସ୍ମିତା ବାରିକ, ସୁରେଶ ମହାନ୍ତି,ସମାଜସେବୀ କାନ୍ତା ରାଓ ପ୍ରମୁଖ ଯୋଗଦେଇଥିଲେ। ଓଡିଶା ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା
ସମାଜ କୁ ଭଲ ପାଉଥିବା ବ୍ୟକ୍ତି ତଥା ସାମାଜିକ ଅନୁଷ୍ଠାନ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସୁବର୍ଣ୍ଣପୁର ର ସାମ୍ବାଦିକ ଉଗ୍ରସେନ କର୍ମୀ ଙ୍କୁ ଆମ ସାଥିରେ ପକ୍ଷରୁ ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି l କାର୍ଯ୍ୟକ୍ରମ ଟିକୁ ଟ୍ରଷ୍ଟି ପ୍ରେମାନନ୍ଦ ପରିଡ଼ା, ଜଗନ୍ନାଥ ସ୍ବାଇଁ, ଦିଲୀପ ଗିରି , ବିବେକାନନ୍ଦ ଦଳେଇ ପ୍ରମୁଖ ସମ୍ପାଦନ କରିଥିଲେ । କୁନି କୁନି ଝିଅ ମାନଙ୍କ ଦ୍ୱାରା ଓଡିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା l ଶେଷରେ ଶିଶିର ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ l

 

ଇପିଏ ନ୍ୟୁଜ ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *