November 13, 2025
Home » ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ l

ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ l

0
WhatsApp Image 2025-09-11 at 5.34.33 PM

ସୁବର୍ଣ୍ଣପୁର: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ଦିବସ ୨୦୨୫ ସାଇ କୃପା ଶିକ୍ଷା ନିକେତନ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ଉଷାରାଣୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। l ଉକ୍ତ ଉତ୍ସବ ରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ , ସ୍କୁଲ ର ଚେୟାରମେନ ଜଳନ୍ଧର ସାହୁ, ଅଧ୍ୟକ୍ଷ ଅମୂଲ୍ୟ କୁମାର ନନ୍ଦ,ସୋନପୁର ମହାବିଦ୍ୟାଳୟ ର ଅଧ୍ୟାପକ ଉମାକାନ୍ତ ନାଗ ଓ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରୂପକ କୁମାର ମହାପାତ୍ର ଉପସ୍ଥିତ ରହି ଆଜିକାର ଦିବସ ର ସ୍ୱାସ୍ଥ୍ୟ ବାର୍ତ୍ତା ଯଥା ନିକଟ ସ୍ଥାନ କୁ ଚାଲିକି ଯାଆନ୍ତୁ କିମ୍ବା ସାଇକେଲ ବ୍ୟବହାର କରନ୍ତୁ, ଇ -ଚାଳିତ ଯାନ ଉପଯୋଗ କରନ୍ତୁ, ପରିବେଶ ସୁରକ୍ଷା ପାଇଁ ଗଛ ଲଗାନ୍ତୁ ଓ ସୌର ଶକ୍ତି ର ଉପଯୋଗ କରି ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ର ଆବଶ୍ୟକତା ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ଓ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଥିଲେ l
ଉକ୍ତ ସଭାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ସବୁ ,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ତ୍ରିଲୋଚନ ଓତା, ପ୍ରଧାନ ଶିକ୍ଷକ,ଲୋପାମୁଦ୍ରା ମହାନ୍ତି epidemiologist, ଅଣ ସଂକ୍ରାମକ ରୋଗ ସଂଯୋଜକ ଆଲୋକ କୁମାର ମିଶ୍ର, ମହେନ୍ଦ୍ର ମହାଲିକ ଓ ଡି ଇ ଓ ନାରାୟଣ ରଥ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଶେଷରେ ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ କୁଇଜ୍,ଡ଼ିବେଟ ଓ ଡ୍ରଇଂ ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୩୪ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l.ଉକ୍ତ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଓ଼ ଏକ ଲିଫ ଲେଟ ବଣ୍ଟନ ଓ ପ୍ରଦର୍ଶନ କରାଯାଇ ସମସ୍ତ ଙ୍କୁ ସଚେତନ କରାଯାଇଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *