December 23, 2025
Home » ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

0
WhatsApp Image 2025-09-12 at 11.39.20 AM

ସୁବର୍ଣ୍ଣପୁର: ଓଡିଶା ଆଦର୍ଶ ବିଦ୍ୟାଳୟ, ପିପିଲିପାଲି ( ସୋନପୁର )ଠାରେ “ଛାତ୍ର ଆଇନ ସାକ୍ଷରତା କ୍ଲବ ଙ୍କୁ ନେଇ ବିଦ୍ୟାଳୟ ଛାଡିଥିବା ଛାତ୍ରମାନଙ୍କର ନାମଲେଖା ସମ୍ବନ୍ଧ” ବିଷୟ ଉପରେ ଏକ ଜ଼ିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିର ରେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ସବର ଏବଂ ଶିଶୁ ମଙ୍ଗଳ କମିଟି ର ପ୍ରୋଟେକ୍ସନ ଅଫିସର ବିଜୟ କୁମାର ବିଶ୍ୱାଳ ଯୋଗ ଦେଇଥିଲେ I ଏହି ଶିବିର ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଅରୁଣ କୁମାର ମହାକୁର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ I ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ସଚିବ ଦେବାଶିଷ ଦାସ ଯୋଗ ଦେଇ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ବିଦ୍ୟାଳୟ ଛାଡିଥିବା ଛାତ୍ରମାନଙ୍କର ନାମଲେଖା ସମ୍ବନ୍ଧ ବିଷୟ ଉପରେ ଆଲୋକପାତ କରିଥିଲେ I ଏଥିରେ ପାରା ଲିଗାଲ ସ୍ବେଛାସେବୀ ଗୀତାଞ୍ଜଳି ରଣା, ଜ୍ୟୋତିଶ୍ରୀ ବେହୁରା, ଶାନ୍ତିଲତା ଜଗଦଲା ପ୍ରମୁଖ ଯୋଗ ଦେଇ ଥିଲେ I

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *