ମାତିଲେଣି ବାଲି ମାଫିଆ:ଶହ ଶହ ହାଇୱା ଚୋରାଚାଲାଣ:ନିରବଦ୍ରଷ୍ଟାପ୍ରଶାସନ
ଭେଡେନ:ବର୍ଷାମାସ ସରିଲା,ନଦୀ ରେ ପାଣି କମିବସିଲା ଭେଡେନ ଅଞ୍ଚଳବାସୀ ଙ୍କ ଦୁଖ ଆରମ୍ଭ ହେଲା ।।ପୁଣି ବାଲି ମାଫିଆ ସକ୍ରିୟ ହୋଇ ତାଙ୍କ ଦୌରାତ୍ମ ଆରମ୍ଭ କଲେଣି ।।ଭେଡେନ ବ୍ଲକ ଜିରା ଓ ଦନ୍ତା ନଦୀରେ ଥିବା ବିଭିନ୍ନ ବାଲିଘାଟ ରୁ ଦିନ ରାତି ବେଆଇନ ଭାବେ ଶହଶହ ଟ୍ରିଫ ହାଇୱା ଗାଡିରେ ବାଲି ଚୋରା ଚାଲାଣ ହେଉଛି ।।ଅନେକ ସ୍ଥାନ ରେ ନଦୀର ସ୍ରୋତକୁ ରୋକି ନଦୀ ମଝିରେ ବେଆଇନ ରାସ୍ତା ତିଆରି କରି ବାଲିଚୋରା ଚାଲାଣ ଆରମ୍ଭ କଲେଣି ।।ଆଗରୁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ।।ହେଲେ ବାଲି ମାଫିଆମାନେ ରାଜନେତାଙ୍କ ଛତ୍ରଛାୟା ଓ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଦିନ ରାତି ଖୁଲୁମଖୁଲା ବାଲି ଚାଲାଣ କରିବାରେ ପଛଘୁଞ୍ଚାଦେଉ ନାହାନ୍ତି ।।ଦିନ ରାତି ବାଲି ଚାଲାଣ ଯୋଗୁଁ ଭେଡେନ ଅଞ୍ଚଳର ସମସ୍ତ ରାସ୍ତା ଖରାଫ ହୋଇ ମରଣଯନ୍ତା ରେ ପରିଣତ ହେଲାଣି ।।ପ୍ରାୟ ପ୍ରତ୍ଯେକଦିନ ଛୋଟବଡ ଦୁର୍ଘଟଣା ହେଉଛି ।

।ତା ସହ ପ୍ରଦୁଷଣ ଯୋଗୁଁ ଜନସାଧାରଣ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି ।।ଏଥିରୁ ଜଣାପଡୁଛି ଯେ ଅଞ୍ଚଳର କିଛି ଦିର୍ଦିଷ୍ଟ ଦଳର ନେତା ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରେ ଭେଡେନ ର ସମସ୍ତ ବାଲିଘାଟରୁ ବାଲି ଚୋରାଚାଲାଣ ହେଉଛି ।।ଓ ମୋଟାଅଙ୍କର ଅର୍ଥକାରବାର ହେଉଛି ।।ନିକଟ ରେ ଭେଡେନ ଠାରେ ଏକ ସାମ୍ବାଦିକ ସମ୍ବିଳନୀ କରି ପୂର୍ବତନ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏହାରଘୋର ନିନ୍ଦାକରିବାସହ ସରକାର ତଥା ବର୍ତ୍ତମାନ ର ବିଧାୟକ ଙ୍କୁ ନିଶାନା କରିଛନ୍ତି ।। ଏପଟେ ମାଇନ୍ସ ବିଭାଗ ଆସୁଥିବାର ଖବରପାଇଲେ ବାଲି ମାଫିଆ ମାନେ ବାଲିଘାଟମାନଙ୍କରେ ଲାଗିଥିବା ଜେସିବି ହାଇୱା ଉଭାନ ହୋଇଯାଉଛି ।। ଯାହାକୁ ନେଇ ବାଲିମାଫିଆ ମାନଙ୍କୁ କିଏ ଖବର ଦେଉଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।।
ସେହିଭଳି ଭେଡେନ ସ୍ଥିତ ବରପଦର ଘାଟକୁ ବେଆଇନ ଭାବରେ ଦିନରାତି ବାଲିମାଫିଆମାନେ ଦାଦାଗିରି କରି ବାଲିଚୋରାଉଛନ୍ତି । ଜିରାନଦୀ ସ୍ଥିତ ଲୁହାଖଣ୍ଡି ବାଲିଘାଟ,ବରପଦର ବାଲିଘାଟ ଓ ଦନ୍ତାନଦୀ ସ୍ଥିତ ବାଲିଘାଟ ଉପରେ କେବେ କାର୍ଯ୍ଯାନୁଷ୍ଠାନ ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି ।। ବରଗଡ ଜିଲ୍ଲାପାଳ,ତଥା ଖଣିବିଭାଗ ,ରାଜ୍ଯ ରାଜସ୍ବ ବିଭାଗ ଦୃଷ୍ଟିଦେଇ ଦୃଢ କାର୍ଯାନୁଷ୍ଠାନ ନେବାକୁଅଞ୍ଚଳ ର ଜନସାଧାରଣ ଦାବୀ କରନ୍ତି ।।ନଚେତ ଆଗାମୀଦିନରେ ଏକ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି।।
ବରଗଡ଼ ଜିଲ୍ଲା ଇପିଏ ରୁ ଶ୍ରୀ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)
