November 13, 2025
Home » ଜାତୀୟ ରାଜପଥ ନଂ ୨୨୦ ଲାଗି ଜମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ବୃଦ୍ଧି ଲାଗି ଦାବି

ଜାତୀୟ ରାଜପଥ ନଂ ୨୨୦ ଲାଗି ଜମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ବୃଦ୍ଧି ଲାଗି ଦାବି

0
WhatsApp Image 2025-09-16 at 10.49.38 AM

ପାଟଣା ଅଂଚଳରେ କ୍ଷତିଗ୍ରସ୍ତ ଚାଷୀ ମାନେ ତହସିଲଦାରଙ୍କୁ ଦେଲେ ଚରମପତ୍ର।

କେନ୍ଦୁଝର: ଦେଶର ପ୍ରଗତି ଲାଗି ଏବେ ବିଭିନ୍ନ ପ୍ରକଳ୍ପ ହେଉଛି ତେଣୁ ଜମି ଅଧିଗ୍ରହଣ ମଧ୍ୟ ହେଉଛି। ଦେଶର ଅନେକ ଧନୀ ରାଜ୍ୟରେ ଶିଳ୍ପ ପରେ ଶିଳ୍ପ ଲାଗି ରାସ୍ତାଘାଟ ଟ୍ରେନ ଲାଇନ ଲାଗି ଜମି ସହଜରେ ମିଳିଯାଉଥିବା ଓଡ଼ିଶାରେ ଶିଳ୍ପାୟନ ଲାଗି ଲୋକେ ପ୍ରଶାସନ ଓ ସରକାରଙ୍କୁ ବିଶ୍ୱାସକୁ ନେଉନାହାନ୍ତି ତେଣୁ ଜମି ଛାଡୁ ନାହାନ୍ତି। ତେବେ ଏଥିଲାଗି ସରକାରଙ୍କ ନୀତି ଓ ଏହାକୁ କାର୍ଯ୍ୟକାରୀ କରିବାକୁ ବାହାରିଥିବା ଅସାଧୁ ଅଧିକାରୀଙ୍କ ଲାଗି ସମସ୍ୟା ହେଉଛି ବୋଲି ଲୋକେ ସିଧା ଅଭିଯୋଗ କରୁଛନ୍ତି। କେନ୍ଦୁଝର ଜିଲ୍ଲାରେ ପାଟଣା ଅଂଚଳରେ ମିତ୍ତଲ କମ୍ପାନୀକୁ ଷ୍ଟିଲ ପ୍ଲାଣ୍ଟ ଲାଗି ଚାଷୀ ଜମି ଛାଡ଼ି ନଥିଲେ ଏବେ ପୋସ୍କୋ – ଜିନ୍ଦଲ କମ୍ପାନୀ ଦ୍ବୟଙ୍କୁ ପ୍ରତିରୋଧ କରିବାକୁ କିଛି ଲୋକେ ବାହାରିଛନ୍ତି। ତେବେ ପାଟଣା ଅଞ୍ଚଳ ଶିଳ୍ପାୟନ ଲାଗି ଗୁରୁତ୍ୱପୂର୍ଣ୍ଣ ଥିଲା ବେଳେ ଜାତୀୟ ରାଜପଥ ନଂ ୨୨୦ ସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣ କରିବାକୁ ଦୁର୍ଗାଦେଈପୁର, ଟୀକାୟତପାଟଣା ଓ ଲେଖଜା ମୌଜା ଲୋକଙ୍କୁ ନୋଟିସ ହୋଇଥିଲା। ମାତ୍ର ଚାଷ ଜମି ନେଇ ରାସ୍ତା ହେବ ହେଲେ ଚାଷୀ ମାନେ କ୍ଷତିପୂରଣ ବାବଦରେ ନଗଣ୍ୟ ଟଙ୍କା ପାଇବେ ବୋଲି ଜାଣିବାରୁ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଏହି ତିନି ମୌଜାର ଚାଷୀମାନେ ଏକାଠି ହୋଇ ଆଜି ପାଟଣା ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି କି ରାସ୍ତା ଲାଗି ଜମି ଅଧିଗ୍ରହଣ ଲାଗି କ୍ଷତିପୂରଣ ଟଙ୍କା ଅଧିକ କରାଯାଉ ଅନ୍ୟଥା ଲୋକେ ଜମି ଛାଡ଼ିବେନି ଦୁର୍ବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ପରି ଚାଷୀ ଅସନ୍ତୋଷ ଆଗାମୀ ଦିନରେ ଶିଳ୍ପାୟନ ଲାଗି ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇପାରେ ବୋଲି ଆଲୋଚନା ହେଉଛି।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *