ତାମିଲନାଡୁ ରେ ପ୍ରଥମ ସ୍ତ୍ରୀ, ଓଡ଼ିଶାରେ ଦ୍ଵିତୀୟ ସ୍ତ୍ରୀ : ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ୱାରସ୍ଥ

ସୁବର୍ଣ୍ଣପୁର :ତାମିଲନାଡୁ ରେ ପ୍ରଥମ ସ୍ତ୍ରୀ, ଓଡିଶା ରେ ଦ୍ଵିତୀୟ ସ୍ତ୍ରୀ l ଘଟଣା ଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଲୁପୁରସିଂହା ଗ୍ରାମର l ଲୁପୁରସିଂହା ନିବାସୀ ମୁକେଶ ମହାଲିଙ୍ଗ ଗାଁ ରୁ ଦାଦନ ଖଟିବାକୁ ବାହାର ରାଜ୍ୟ ତଥା ତାମିଲନାଡୁ ର ତ୍ରିପୁର MPM କମ୍ପାନୀ ରେ କାମ କରୁଥିଲେ । ଏହି ସମୟ ରେ ତାମିଲନାଡୁ ର ଏକ ଝିଅ ଶର୍ମିଲା କୁ ସେହି କମ୍ପାନୀରେ ପ୍ରେମ କରି ବିବାହ କରିଥିଲେ ଏବଂ ଦୀର୍ଘ ଆଠ ବର୍ଷ ଏକାଠି ରହିଥିଲେ । ତା ପରେ ପ୍ରଥମେ ଏକ ଶିଶୁ କନ୍ୟା ସନ୍ତାନ ଜନ୍ମ କରିଥିଲେ। ବର୍ତ୍ତମାନ ଯାହାର ବୟସ ୧୦ ବର୍ଷ l
ମୁକେଶ ୬ ମାସ ର ଗର୍ଭବତୀ କରି ଓଡ଼ିଶା କୁ ପଳେଇ ଆସିଥିଲା। ପରେ ଏକ ଝିଅ ସନ୍ତାନ ହୋଇଥିଲା। ମାତ୍ର କୌଣସି ବାହାନା କରି ଓଡ଼ିଶା ପଳେଇ ଆସିବା ପରେ ମୁକେଶ ଓଡ଼ିଶା ର ଆଉ ଗୋଟିଏ ଝିଅ କୁ ଦ୍ଵିତୀୟ ବିବାହ ହୋଇ ପୁଣି ସନ୍ତାନ ଜନ୍ମ କରି ତାମିଲ ନାଡୁ ନ ଯାଇ ଓଡ଼ିଶା ରେ ରହି ଯାଇଥିଲେ । ଅନେକ ଦିନ ନ ଫେରିବାରୁ ତାମିଲନାଡୁ ର ସେହି ମହିଳା ତାଙ୍କ ଦୁଇ ଝିଅ ଙ୍କୁ ଧରି ସ୍ବାମୀ ଙ୍କ ଘର ସମ୍ମୁଖ ରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା। କୌଣସି ସୂତ୍ର ରୁ ଘରେ ଖବର ପାଇ ଉକ୍ତ ମହିଳା ଆସିବା ପରେ ମୁକେଶ ଚିହ୍ନି ନ ଥିବା କହି ପ୍ରତ୍ୟାଖ୍ୟାନ କରିଥିଲେ। ତାମିଲ ନାଡୁ ର ଶର୍ମିଲା ଲଛିପୁର୍ ଥାନା କୁ ଯାଇ ମୌଖିକ ଭାବରେ ଅଭିଯୋଗ କରିଛନ୍ତି। ପରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କୁ ମହିଳା ଏ ବିଷୟ ରେ ଜଣାଇଥିଲେ।ଶ୍ରୀ ନାୟକ ଉପଯୁକ୍ତ ନ୍ୟାୟ ଦିଆଯିବ ଓ ମହିଳା ଦୂର ବାଟ ରୁ ଆସିଥିବାରୁ ସଖି ଗୃହ ରେ ରଖିବା ବ୍ୟବସ୍ଥା କରିବା ସହ ଛୋଟ ଛୁଆ ଙ୍କ ଖାଇବା ବାବଦ ରେ କିଛି ଅର୍ଥ ରାଶି ସାହାଯ୍ୟ କରିବେ କହି ଆଶ୍ଵାସନା ଦେଇଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..