October 23, 2025
Home » ଭୈ।ତିକ ବିଜ୍ଞାନ ବିଭାଗ ର ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଭୈ।ତିକ ବିଜ୍ଞାନ ବିଭାଗ ର ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0
WhatsApp Image 2025-09-20 at 8.04.00 AM

କାମାକ୍ଷାନଗର: ମଠକରଗୋଳା ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଓ ଗଣିତ ବିଭାଗ ରେ ନୂତନ ଭାବେ ନାମ ଲେଖାଇ ଥିବା ୬୫ ଜଣ ଛାତ୍ର ଛାତ୍ରୀ ଙ୍କୁ +୩ ଦ୍ଵିତୀୟ ଓ ତୃତୀୟ ବର୍ଷ ସମ୍ମାନ ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମୁଖ୍ୟ ଅତିଥି ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ଦ୍ଵୀପ ପ୍ରଜ୍ବଳନ କରି ଉତ୍ସବ ଉଦ୍ଘାଟନ କରିଥିଲେ।ବିଜ୍ଞାନ ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରିବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟ ର ନାମ ଓ ଯଶ ବୃଦ୍ଧି କରିବାକୁ ଅଧ୍ୟକ୍ଷ ମହୋଦୟ ଆହ୍ବାନ ଦେଇଥିଲେ।ଗଣିତ ବିଭାଗ ର ମୁଖ୍ୟ ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର ସ୍ଵାଗତ ଭାଷଣ ଦେଇଥିଲେ।ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ପ୍ରତିଭା ମଞ୍ଜରୀ ଦାସ ଛାତ୍ର ଛାତ୍ରୀ ମାନେ ଥିଓରୀ ପାଠ ସହିତ ପ୍ରାଟିକ।ଲ୍ ପ୍ରତି ମନୋନିବେଶ କଲେ ସ୍ନାତକୋତ୍ତର ପାଠ୍ୟକ୍ରମ ରେ ଉନ୍ନତ ପ୍ରଦର୍ଶନ କରିପାରିବେ ବୋଲି ପ୍ରବର୍ତ୍ତାଇଥିଲେ । ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ପରେଶ୍ ଚନ୍ଦ୍ର ବେହେରା ସମସ୍ତ ବିଜ୍ଞାନ ଛାତ୍ର ଛାତ୍ରୀ ମାନେ ନିଜକୁ ଜଣେ ଜଣେ ବୈଜ୍ଞାନିକ ହେବା ର ସ୍ବପ୍ନ ଦେଖିବାକୁ ପରାମର୍ଶ ଦେଇଥିଲେ । ଆଭ୍ୟନ୍ତରଣୀୟ ଗୁଣବତ୍ତା ପ୍ରକୋଷ୍ଠ ର ସଂଯୋଜିକା ତଥା ଇଂରାଜୀ ଭାଷା ମୁଖ୍ୟ ପ୍ରଫେସର ସ୍ଵପ୍ନିତା ରାଉତ ଛାତ୍ର ଛାତ୍ରୀ ମାନେ ପ୍ରଥମେ ଲକ୍ଷ୍ୟ ସ୍ଥିର କରି କଠିନ ପରିଶ୍ରମ କରିବାକୁ ମତ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ପାତ୍ର ବିଜ୍ଞାନ ଛାତ୍ର ଛାତ୍ରୀ ଦେଶ ଓ ଜାତି ର ଭବିଷ୍ୟତ ବୋଲି ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟ ର ସମସ୍ତ ସୁବିଧା ସୁଯୋଗ କୁ ପାଥେୟ କରି ନିଜ ନିଜ ର ଭବିଷ୍ୟତ ଗଠନ କରିବାକୁ ପ୍ରତିଜ୍ଞା କରିବାକୁ ଛାତ୍ର ଛାତ୍ରୀ ମାନେ ଆଗଭର ହେବ। ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଜୟଶ୍ରୀ ଦାଶ,ଅଧ୍ୟାପିକା ସ୍ମରଣିକା ସାମଲ, ବିଜ୍ଞାନାଗାର ସହାୟକ ଲଳିତ କୁମାର ବେହେରା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ଜଣାଇଥିଲେ । +୩ ର ୩ୟ ଓ ୨ ୟ ବର୍ଷ ଛାତ୍ର ଛାତ୍ରୀ ମାନେ ନବାଗତ ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ଯଥା ସ୍ଵାଗତ ସଙ୍ଗୀତ,ସାମୁହିକ ନୃତ୍ୟ , କୌତୁକ ପ୍ରଶ୍ନ ଉତ୍ତର ପରିବେଷଣ କରାଯାଇଥିଲା ।ନୂତନ ଛାତ୍ର ଛାତ୍ରୀ ମାନେ ନିଜର ପରିଚୟ,ନିଜର ରୁଚି, ଓ ଭବିଷ୍ୟତ ର ଲକ୍ଷ୍ୟ ପ୍ରକାଶ କରିଥିଲେ ।ସର୍ବଶେଷ ରେ ରସାୟନ ବିଭାଗ ଅଧ୍ୟାପକ ହିମାଂଶୁ ସ୍ବରାଜ ମହ।ନ୍ତ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ରସାୟନ ବିଭାଗ ଲାବୋରେଟରୀ ସହାୟକ ମାନସ ଜେନା ଓ ଭୌତିକ ବିଜ୍ଞାନ ବିଭାଗ କର୍ମଚାରୀ ଅଭୟ ସ୍ୱାଇଁ,ଫକୀର ମୋହନ ଲେଙ୍କା, ରୋଜାଲିନ ପୃଷ୍ଟି,ସୋନାଲି ବେହେରା,ସଂଗ୍ରାମ ନାଟିଆ,ବିଶ୍ୱଜିତ୍ ବାରିକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

 

kamkhyanagar epa ru rajkishor rout nka report epa news

Leave a Reply

Your email address will not be published. Required fields are marked *