କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କ ତିର୍ଥଯାତ୍ରା ର ଶୁଭାରମ୍ଭ କଲେ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ
ଫୁଲବାଣୀ: ଓଡ଼ିଶା ସରକାର ଙ୍କ ବରିଷ୍ଠ ନାଗରିକ ତିର୍ଥଯାତ୍ରା ଯୋଜନା ରେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ପ୍ରାୟ ୯୧ ଜଣ ବରିଷ୍ଠ ନାଗରିକ ଦୁଇଟି ବସ ଯୋଗେ ଅଯୋଧ୍ୟା ଓ ବାରଣାସୀ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ବସ ଯୋଗେ ବ୍ରହ୍ମପୁର ଏବଂ ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ଟ୍ରେନରେ ଅଯୋଧ୍ୟା ଓ ବାରଣାସୀ ଯିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାପାଳ କନ୍ଧମାଳ ଶ୍ରୀ ବେଦ ଭୂଷଣ ସବୁଜ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ କୁମୁଦିନୀ ମଲିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ଜେନା, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା, ଡେପୁଟି କଲେକ୍ଟର (ଏଷ୍ଟାବ୍ଲିସ୍କେଣ୍ଟ )ଶ୍ରୀ ଅନୁପନ ଆଚାର୍ଯ୍ୟ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର, ପର୍ଯ୍ୟଟନ କାର୍ଯ୍ୟାଳୟ, କଲେକ୍ଟରେଟ ଓ ଆଇ.ଆଇ.ସି ର କର୍ମକର୍ତ୍ତାଙ୍କ ସତେତ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ଇ.ପି.ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
