ସଂରକ୍ଷିତ ଜଙ୍ଗଲ ରେ ଟାୟାର ପଞ୍ଚର ଦୋକାନ ଓ କୋବାଡି ବ୍ୟବସାୟ: ଭଦ୍ରାସାହିରେ ଅବେଧ ନିର୍ମାଣ, ପ୍ରଶାସନ ଚୁପ
ଯୋଡ଼ା – କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ ରେ ଅବେଧ ଭାବରେ ଟାୟାର ପଞ୍ଚର ଦୋକାନ ଓ କୋବାଡି ବ୍ୟବସାୟ ଚାଲିଥିବା ଘଟଣା ଉଜାଗର ହୋଇଛି। ଏହି ଅଞ୍ଚଳରେ ଲମ୍ବା ହୋଇଥିବା ଏକ ଶୃଙ୍ଖଳା ବାହାରେ ଦେଖିବାକୁ ମିଳୁଛି ଯେ, ସଂରକ୍ଷିତ ଜଙ୍ଗଲ ଉପରେ ନିର୍ମିତ ଟାୟାର ପଞ୍ଚର ଦୋକାନ , କୋବାଡି ଖାନା ଓ ଅନ୍ୟାନ୍ୟ ବ୍ୟବସାୟିକ ଢାଞ୍ଚା ଏବେ କଳା ସାମ୍ରାଜ୍ୟ ଭଳି ବିସ୍ତାର ନେଇଛି।
ସ୍ଥାନୀୟ ଜନ ସାଧାରଣ ମଧ୍ୟରୁ ଅନେକଙ୍କର ପ୍ରଶ୍ନ ହେଉଛି – ଏହି ସଂରକ୍ଷିତ ଜଙ୍ଗଲ କୁ କାହା ଇଙ୍ଗିତରେ ଜବରଦଖଲ କରାଯାଇଛି? ରାଜସ୍ୱ ବିଭାଗ ଓ ବନ ବିଭାଗ କାହିଁକି ଏପର୍ଯ୍ୟନ୍ତ ନିରବ? କେବେ ହେବ ତଦନ୍ତ? ଏବଂ ଜବରଦଖଲକୁ କେବେ ଉଛେଦ କରାଯିବ?
ଏହି ଘଟଣା ଉପରେ ସ୍ଥାନୀୟ ସାମାଜିକ କର୍ମୀ ଓ ପ୍ରକୃତି ପ୍ରେମୀମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ, ପ୍ରଶ୍ନ ଏହିଁ – ସ୍ଥାନୀୟ ପ୍ରଶାସନ କେବେ ଉଠିବେ ? ଏବଂ ଅବେଧ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ କେବେ ଆରମ୍ଭ ହେବ?
ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଦାବି କରୁଛି ଅଞ୍ଚଳବାସୀ। ସେମାନଙ୍କ କହିବା ଅନୁଯାୟୀ, ଜଙ୍ଗଲ ଓ ପ୍ରାକୃତିକ ଶ୍ରେଷ୍ଠତାକୁ ଦିନ କୁ ଦିନ ଧ୍ୱଂସ କରି ଅନଧିକୃତ ନିର୍ମାଣ ଜାରି ରହିଛି।
ଏହା ଓଡ଼ିଶା ଫରେଷ୍ଟ ଆଇନ ଓ ରାଜସ୍ୱ ନିୟମର ମାନହାନି ନୁହେଁ କେବଳ, ବରଂ ପ୍ରାକୃତିକ ସମ୍ପଦ ଉପରେ ଚାଲିଥିବା ଏକ ଗୁପ୍ତ ଅତ୍ୟାଚାର।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
