October 23, 2025
Home » ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

0
WhatsApp Image 2025-09-23 at 5.56.21 AM

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥାନୀୟ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତର ରଙ୍ଗ,କଳା ମାଧ୍ୟମରେ ଏକ ବିଶ୍ଵ କିର୍ତ୍ତିମାନ ସୃଷ୍ଟି କରିବା ଦିଗରେ ବିକଶିତ ଭାରତର ବିଷୟ ବସ୍ତୁକୁ ନେଇ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆହୋଜିତ ହୋଇଯାଇଛି।ଏହି ପ୍ରତିଯୋଗିତା ତିନୋଟି ବର୍ଗରେ ବୃତ୍ତିଗତ ଯୁବ ଚିତ୍ରକର, ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଯୁବ ଚିତ୍ରକର ମାନେ ବିକଶିତ ଭାରତ _୨୦୪୭ କୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ, ଡେପୁଟି କଲେକ୍ଟର କୁମୁଦିନୀ ମଲିକ, ଆସିଷ୍ଟାଣ୍ଟ କଲେକ୍ଟର ମନ୍ଦାକିନୀ ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ଗାୟତ୍ରୀ ଦେବୀ ଯୋଗଦେଇ ପ୍ରତିଯୋଗିତା ମାନଙ୍କୁ ଉତ୍ସାହିତ କରାଇଥିଲେ। ବୃତ୍ତିଗତ ଯୁବ ଚିତ୍ରକର ବର୍ଗରେ ଲିକନ ପ୍ରଧାନ ଓ ଅନୁରାଧା ପ୍ରଧାନ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ସୁନୀଲ କୁମାର ପ୍ରଧାନ ଓ ଲଲିତ ଦିଗାଲ ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ଭାବରେ ମହାବିଦ୍ୟାଳୟ ସ୍ତରରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ରେ ଯଥାକ୍ରମେ ମିଥୁନ ପାତ୍ର ଓ ଦେବାଶିଷ ଗାଉଟିଆ ଏବଂ ସୁଜନରାଣୀ ଖଣ୍ଡା ଓ ଶୁଭମ କୁମାର ସାହୁ  ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ମହାବିଦ୍ୟାଳୟ ସ୍ତରରେ ସୀମିତ କୁମାର ବେହେରା,ଓ କ୍ରୀଷ୍ଣା ପ୍ରସାଦ ପ୍ରଧାନ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ରେ ଅର୍ଜନ କରିଥିବାବେଳେ ବଳିଆ ଦିଗାଲ ଓ ଲିଲିମା ମଲିକ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ।

 

ଏହି ପ୍ରତିଯୋଗିତା ମାନଙ୍କର ଚିତ୍ରକଳାଟି ସେପ୍ଟେମ୍ବର ମାସ ୨୫ ରେ ଭୂବନେଶ୍ଵର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଦର୍ଶିତ ହେବା ସହିତ ମୂଲ୍ୟାଙ୍କନ ହେବ। ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ପ୍ରତିଯୋଗିତା କୁ ସୂଚାରୁରୂପେ ସମ୍ପାଦନା କରିଥିଲେ।

 

କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *