November 12, 2025
Home » ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

0
WhatsApp Image 2025-09-29 at 12.53.07 PM

 

ଜଗନ୍ନାଥ ସେବା ସମିତି ପକ୍ଷରୁ ଧର୍ମଗଡ ବ୍ଲକ ଅନ୍ତର୍ଗତ ପିପଲା ଗ୍ରାମ ଠାରେ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରି ଜଗନ୍ନାଥ ସେବା ସମିତି ର ଏଭଳି ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।

ଆଗାମୀ ଦିନରେ ସ୍ଵାସ୍ଥ୍ୟ ସେବା ଅପହଞ୍ଚ ଥିବା ଦୁର୍ଗମ ଅଞ୍ଚଳରେ ଏଭଳି ସ୍ଵାସ୍ଥ୍ୟ ସେବା ଜାରୀ ରହିବ ବୋଲି ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଥିଲେ।ଡାକ୍ତର ଶ୍ରୀନିବାସ ମେହେର,ଡାକ୍ତର ସଂଗ୍ରାମ ପାଣିଗ୍ରାହି ଓ ଡାକ୍ତର ମାନସ ପାଣିଗ୍ରାହୀ ଏହି ଶିବିରରେ ଉପସ୍ଥିତ ରହି ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

ପ୍ରାୟ ତିନିଶହ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ମେଡିସିନ ବିତରକ ମନୋଜ କୁମାର ନାଏକ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ଓ ବାଜି ପ୍ରଧାନ ଏହି ଅବସରରେ ଉପସ୍ଥିତ ଥିବା ବେଳେ ଗ୍ରାମର ସ୍ବେଛାସେବୀ ଜଳଧର ସାହୁ, ହିମାଂଶୁ ସେଠୀ, ରାଜନ ବାଗ, ଆଶା କର୍ମୀ ବିଳାସିନୀ ନାଗ, ଅଙ୍ଗନବାଡ଼ି କର୍ମୀ ଦୁଶିଳା ସୁନାନୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

 

 

ଇପିଏ ରୁ ବାଜି ପ୍ରଧାନଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *