October 23, 2025
Home » ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଗ ର ଶତାବ୍ଦୀ ସମାରୋହ

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଗ ର ଶତାବ୍ଦୀ ସମାରୋହ

0
WhatsApp Image 2025-10-02 at 8.47.08 PM

 

ଭୁବନେଶ୍ବର – ଡୁମୁଡୁମା ନଗର୍ ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଗ ଶାଖା ପକ୍ଷ ରୁ ଗଣ୍ଡମୁଣ୍ଡା ସରକାରୀ ହାଇସ୍କୁଲ ପରିସରରେ ସଙ୍ଗର ଶତାବ୍ଦୀ ସମାରୋହ ଓ ବିଜୟା ଦଶମୀ ଉଚ୍ଛ୍ୱବ ପାଳିତ ହୋଇଯାଇଛି। ଏକ ସୁସ୍ଥ ସମାଜ ଗଠନ ନିମିତ୍ତ ପଞ୍ଚ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆଦର୍ଶ ପରିବାର ଗଠନ, ସାମାଜିକ ବୁଝାବଣା, ପର୍ଯ୍ୟାବରଣ ସୁରକ୍ଷା, ସ୍ବଭାଷା ଓ ସ୍ୱଭୋଜନର ଆବଶ୍ୟକତା ତଥା ନାଗରିକ ମାନଙ୍କ ଶିଷ୍ଟାଚାର ସମ୍ପର୍କରେ ଯୋଗଦେଇଥିବା ଅତିଥିମାନେ ଗୁରୁତ୍ଵ ଆରୋପ କରିଥିଲେ। ପ୍ରଜ୍ଞା ପ୍ରବାହ ପ୍ରାନ୍ତ ପ୍ରମୁଖ ପ୍ରାକ୍ତନ ଅଧୀକ୍ଷ ଦୁର୍ଯ୍ୟୋଧନ କାଠୁଆ ପ୍ରାରମ୍ଭିକ ସୂଚନା ଦେଇ ଥିଲେ।

ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସ୍ତମ୍ବକାର ନିର୍ମଳ ଚନ୍ଦ୍ର ସାମଲ ମୁଖ୍ୟ ବକ୍ତା ରୂପେ ସଙ୍ଗର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ପ୍ରସନ୍ନ କୁମାର ସେନାପତି ଯୋଗଦେଇଥିଲେ। ସମାରୋହରେ ନଗର ଚାଳକ ସଂଘ ର ମୁଖ୍ୟ ହରି ବନ୍ଧୁ ପ୍ରହରାଜ ଅଧ୍ୟକ୍ଷତା କରିଥିଲେ। ଆଜିର ସମାଜରେ ଦେଶ ଭକ୍ତ ମାନଙ୍କର ଯଥେଷ୍ଠ ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ସାମଲ କହିଥିଲେ। ସଂଘ ଶାଖା ପକ୍ଷ୍ୟରୁ ଶତାଧିକ ସ୍ଵୟମ ସେବକ ଯୋଗ ଦେଇ ଲାଠି କ୍ରୀଡା ପ୍ରଦର୍ଶନ କରିଥିଲେ। ଅନାନ୍ୟ ମାନଙ୍କ ମଧ୍ୟରେ ଯୋଗଗୁରୁ ଡଃ ପି କେ ତ୍ରିପାଠୀ, ପଣ୍ଡିତ ପ୍ରବୀର ମହାପାତ୍ର, ଦୟାନିଧି କର, ଇଂ ସିତାଂଶୁ ସଚିଦାନନ୍ଦ, ଇଂ ଶିବ ନାରାୟଣ ବାରିକ, ପ୍ରଦୀପ ପଣ୍ଡା, ସୌମ୍ୟ ନାରାୟଣ ତ୍ରିପାଠୀ, ଶିକ୍ଷାବୀତ୍ ନିରଞ୍ଜନ ମିଶ୍ର, ନାରାୟଣ ଜେନା, ସଦାଶିବ ବିଶି, ଗୌରୀଶଙ୍କର ଦାସ, ଅତନୁ ଭୂଟିଆ , କାର୍ତିକ ସାହୁ, କିଶୋର୍ ଓ ତରୁଣ ସ୍ଵୟମ୍ ସେବକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *