October 23, 2025
Home » ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଗାନ୍ଧୀ ଜୟନ୍ତୀ ପାଳିତ….

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଗାନ୍ଧୀ ଜୟନ୍ତୀ ପାଳିତ….

0
WhatsApp Image 2025-10-03 at 11.37.59 AM

 

ଗାନ୍ଧିଜୀ ଙ୍କ ଅନ୍ତର୍ଦୃଷ୍ଟି ମାନବ ଜାତିର ସମୃଦ୍ଧିର ସୂତ୍ର। ପ୍ରତ୍ୟେକ ନାଗରିକ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ସ୍ମରଣ କରି ନିଜକୁ ବିଶ୍ଳେଷଣ କଲେ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ମୁଖ୍ୟବକ୍ତା ସତ୍ୟ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ଧର୍ମଗଡ ସର୍ବୋଦୟ ସମିତି ପରିସର ଶକ୍ତି ସଦନ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି। ଏହି ଅବସରରେ ସର୍ବୋଦୟ ସମିତି ପରିଚାଳନା ସମିତିର ସଭାପତି ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ଲୋକନାଥ ବେହେରା, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଖଦୀ ଭଣ୍ଡାର ର ମ୍ୟାନେଜର ଦେବରାଜ ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥବା ବେଳେ ଶକ୍ତି ସଦନର ପରିଚାଳିକା ସସ୍ମିତା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନୁଷ୍ଠାନର ଅନ୍ତେବାସୀନି ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।

 


ଗାନ୍ଧୀ ଓ ଶାସ୍ତ୍ରୀ ଜୀଙ୍କ ଜୟନ୍ତୀ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଧର୍ମଗଡ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ର ଛାତ୍ରୀ ଇଜି ଶବର,ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ତନ୍ମୟ ନାଏକ ଦ୍ଵିତୀୟ ଓ ସ୍କୋଲାର ମଡେଲ ସ୍କୁଲର ଛାତ୍ର ଦେବାଶିଷ ଛତ୍ରିଆ ତୃତୀୟ ତଥା ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟ ର ର ଛାତ୍ରୀ ସ୍ମରଣିକା ସାହୁ ଦ୍ୱିତୀୟ ହୋଇଥିବା ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ର ସ୍ବଦେଶ କୁମାର ପଣ୍ଡା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ ର ଛାତ୍ର ରଚିତ କୁମାର ନାଏକ ଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଶକ୍ତି ସଦନର ପରିଚାଳିକା ସସ୍ମିତା ପାତ୍ର, ରୋଜାଲିନ ନାଏକ, ଶୋଭାସିନୀ ରାଉତ,ବନ୍ଦନା ଗମାଙ୍ଗୋ, ଝରଣା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *