ଦୁଷ୍କର୍ମ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଅଧିକ ଫାଷ୍ଟ ଟ୍ରାକ ଅଦାଲତ ଗଠନ କରିବାକୁ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଦାବି
 
                
ଗଣିଆ (ଇପିଏ)ରାଜ୍ୟରେ ଦିନକୁ ଦିନ ନାବାଳିକା, ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ସେମାନେ ନ୍ୟାୟ ପାଇବାକୁ ଆଇନର ଆଶ୍ରୟ ନେଉଥିବା ବେଳେ ବର୍ଷ ବର୍ଷ ଧରି ଏହି ମାମଲା ଗୁଡିକ ଅଦାଲତରେ ପଡ଼ି ରହୁଛି । ଫଳରେ ପୀଡ଼ିତା ନ୍ୟାୟ ପାଇବାରେ ବିଳମ୍ବ ହେଉଛି । ଏଥିପାଇଁ ନୟାଗଡ଼ ଜିଲ୍ଲାରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଣିଆ ଉନ୍ନୟନ କମିଟି ତରଫରୁ ରାଜ୍ୟ ସରକାରଂକ ପାଖରେ ଅଧିକ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ଅଦାଲତ ସ୍ଥାପନ କରିବାକୁ ଦାବି କରାଯାଇଛି । ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ଦାବି କରିଛନ୍ତି ଯେ ଯଦି ଦେଶରେ ନୂତନ ଭାବେ ୧୦୦୦ଟି ନୂଆ ସ୍ଵତନ୍ତ୍ର ଫାଷ୍ଟ ଟ୍ରାକ ଅଦାଲତ ଗଠନ କରାଯାଆନ୍ତା ତେବେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲା ଗୁଡିକ ବିଚାର ହୋଇପାରନ୍ତା । ଏପରିକି ଦୁଷ୍କର୍ମ ପୀଡ଼ିତାଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ କରିବାକୁ ନୂଆ ବିଶେଷ ତ୍ଵରିତ ଅଦାଲତ ଗଠନ କରିବା ଘଟଣାକୁ ଗମ୍ଭୀରତାର ସହିତ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସଂଗଠନ ତରଫରୁ ଅପିଲ୍ କରାଯାଇଛି । ସୂଚନାଯୋଗ୍ୟ ଯେ ଗଣିଆ ଉନ୍ନୟନ କମିଟି ଦୀର୍ଘ ଦିନ ହେବ ଶିଶୁ ସୁରକ୍ଷା, ନାବାଳିକା ବିବାହ ବନ୍ଦ କରିବା, ଶିଶୁ ନିର୍ଯ୍ୟାତନା, ଶିଶୁ ଚାଲାଣ ରୋକିବା ଆଦି କାର୍ଯ୍ୟ କରି ରାଜ୍ୟରେ ସଫଳତା ସାଉଁଟିବା ସହିତ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି ।
ବ୍ରଜ କିଶୋର ସାହୁ,ଗଣିଆ ନୟାଗଡ

 
                       
                       
                       
                      