ଶବ୍ଦ ମୁକ୍ତ ଓ ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଶଣୀ ପଲିଥିନ ମୁକ୍ତ ଧରଣୀ ନେଇ ଦୁର୍ଗା ପୂଜା ମଣ୍ଡପକୁ ଦିଆଯିବ ପୁରସ୍କାର

ସ୍ୱତନ୍ତ୍ର ଚୟନ କମିଟିଙ୍କ ପୂଜା ମଣ୍ଡପ ପରିଦର୍ଶନ ଓ ମୂଲ୍ୟାଙ୍କନ ଆରମ୍ଭ
ମାଲକାନଗିରିରେ ପ୍ରଥମ ଥର କରି ଦୁର୍ଗା ପୂଜା ଓ ଭସାଣି ଉତ୍ସବରେ ଶବ୍ଦ ମୁକ୍ତ ଓ ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଶଣୀ ପଲିଥିନ ମୁକ୍ତ ଧରଣୀ ନେଇ ଦୁର୍ଗା ପୂଜା ମଣ୍ଡପ କୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସମ୍ମାନୀତ ସହିତ ପୁରସ୍କାରର ବ୍ୟବସ୍ଥା କରାଯାଇଛି। ଏଥି ନିମନ୍ତେ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଙ୍କ ପ୍ରତ୍ୟକ୍ଷ୍ୟ ତ୍ବତାବଧାନରେ ପୂଜାମଣ୍ଡପଗୁଡିକର ସମସ୍ତ ବିବରଣୀ ସଂଗ୍ରହ ଓ ମୂଲ୍ୟାଙ୍କନ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ଚୟନ କମିଟି ଗଠନ କରା ଯାଇଛି।ଏହି ସ୍ୱତନ୍ତ୍ର ଚୟନ ଓ ମୂଲ୍ୟାଙ୍କନ କମିଟିରେ ଏସଡିପିଓ ଦିବ୍ୟଶଙ୍କର ଦଳେଇ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋ, ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ଓ ସମାଜ ସେବୀ ରତ୍ନାକର ଦାଶ, ଅଧ୍ୟାପକ ରଞ୍ଜନ ସ୍ୱାଇଁ, ଜଗନ୍ନାଥପାଲ୍ଲୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଏ.ଈଶ୍ୱର ରାଓଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ମନୋନୀତ କରା ଯାଇଛି। ଏହି କମିଟିର ସଦସ୍ୟମାନେ ମାଲକାନଗିରି ସହରରେ ହୋଇଥିବା ୬ଟି ଦୁର୍ଗା ପୂଜା ମଣ୍ଡପ ଓ ଦୁଇଟି ଦୁର୍ଗା ଙ୍କ ସ୍ଥାୟୀ ପୀଠ ମୋଟ ଆଠଟି ପୂଜା ସ୍ଥଳ ପରିଦର୍ଶନ କରିଛନ୍ତି। ବିଭନ୍ନ ପୂଜା ମଣ୍ଡପ ଓ ଦୁର୍ଗା ଙ୍କ ପୀଠ ରେ ଚାଲିଥିବା ଦଶହରା ପୂଜା ଓ ଭସାଣି ଉତ୍ସବ ତଦାରଖ ଓ ଅନୁଧ୍ୟାନ କରି ପୂଜା ମଣ୍ଡପ ଓ ପୀଠ ଗୁଡିକ ପୁରସ୍କାର ଚୟନ ପାଇଁ ମୂଲ୍ୟାଙ୍କନ ଆରମ୍ଭ କରିଦେଇଛନ୍ତି । ପ୍ରଦୁଷଣ ମୁକ୍ତ ଶାନ୍ତି ପୂର୍ଣ୍ଣ ଦୁର୍ଗାପୂଜା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ ଦ୍ୱାରା ଶବ୍ଦ ମୁକ୍ତ, ନିଶା ମୁକ୍ତ ଓ ସୁରକ୍ଷିତ ପୂଜା ଓ ଭସାଣି ପାଇଁ ପୁରସ୍କୃତ କରାଯିବ ଉତ୍ତମ ଦୁର୍ଗାପୂଜା ମଣ୍ଡପକୁ।
ଏହା ଚଳିତ ବର୍ଷ ପ୍ରଥମ ଥର କରି ଆରମ୍ଭ କରିଛନ୍ତି ମାଲକାନଗିରି ଏସପି ବିନୋଦ ପାଟିଲ । ନିଶା ମୁକ୍ତ ଭସାଣି,ଡିଜେ ମୁକ୍ତ ରୋଷଣି ପଲଥିନ ମୁକ୍ତ ଧରଣୀର ସେ ଆହ୍ୱାନ ଦେଇଛନ୍ତି।
ମାଲକାନଗିରି ସହରରେ ଶାରଦୀୟ ଦୂର୍ଗା ପୂଜା ପାଳନ କରୁଥିବା ସମସ୍ତ ପୂଜା ପରିଚାଳନା କମିଟିଙ୍କୁ ମାଲକାନଗିରି ଜିଲ୍ଲା ପୋଲିସ ତରଫରୁ ଶାରଦୀୟ ଦୁର୍ଗାପୂଜାର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦ ଜଣାଇ ପୂଜାରେ ଆଠଟି ନିୟମ ପାଳନ କରି ପୁରସ୍କୃତ ହେବା ପାଇଁ ପରାମର୍ଶ ଦେଇଛନ୍ତି ଏସପି । ଗତ କାଲି ରାତିରେ ପବିତ୍ର ଦଶହରା ଉତ୍ସବ ସରିଛି । ଆଜି ଠାରୁ ଭସାଣି ଉତ୍ସବ ଆରମ୍ଭ ହୋଇଛି । ଏହି ଭସାଣି ଉତ୍ସବ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଦୂର୍ଗା ପୂଜା ଓ ଭସାଣି ଉତ୍ସବ କୁ ସୂଚାରୁ ରୂପେ ପରିଚାଳନା ତଥା ଆଇନ ଶୃଙ୍ଖଳା ପରିସ୍ଥିତି କୁ ଉନ୍ନତ ତଥା ପରିଲକ୍ଷିତ କରିବା ନିମନ୍ତେ ଜିଲ୍ଲା ପୋଲିସ ପୂଜା କମିଟି ଓ ସହରବାସୀଙ୍କ ସହଯୋଗ କାମନା କରି ସ୍ୱତନ୍ତ୍ର ଚୟନ ଓ ମୂଲ୍ୟାଙ୍କନ କମିଟି ଗଠନ କରିଛି ଜିଲ୍ଲା ପୁଲିସ । ଆଠଟି ନୀୟମ ପାଳନ କରି ଭଲ ନମ୍ବର ପାଇଥିବା ମଣ୍ଡପ ଗୁଡିକୁକୁ ପ୍ରଥମ, ଦ୍ଵିତୀୟ, ତୃତୀୟ ପୁରସ୍କାର ଓ ମାନ ପତ୍ର ପ୍ରଦାନ କରାଯିବା ସହିତ ଅନ୍ୟ ମଣ୍ଡପ ଗୁଡିକୁ ସ୍ୱାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି।
ପରିବେଶ–ବନ୍ଧୁତା, ସୁରକ୍ଷିତ ଓ ଦାୟିତ୍ବପୂର୍ଣ ଦୁର୍ଗା ପୂଜା ପଣ୍ଡାଲ ପାଇଁ ପୁରସ୍କାର ଦେଵା ପାଇଁ ପୁଲିସ ପକ୍ଷରୁ ନିଷ୍ପତି ନିଆଯାଇଛି।
ଦୁର୍ଗା ପୂଜା ଭକ୍ତି, ସଂସ୍କୃତି ଓ ଆତ୍ମାର ପର୍ବ । ପୂଜା ପରିଚାଳନା କମିଟି ମାନଙ୍କୁ ପରିବେଶ– ବନ୍ଧୁତା, ସୁରକ୍ଷିତ ଓ ସାମାଜିକ ଦାୟିତ୍ଵପୂର୍ଣ ପ୍ରକ୍ରିୟା ଅନୁସରଣରେ ପ୍ରେରିତ କରିବା ପାଇଁ, ମାଲକାନଗିରି ଜିଲ୍ଲା ପୁଲିସ୍ ଏହି ବର୍ଷ “ଶ୍ରେଷ୍ଠ ପୂଜା ପଣ୍ଡାଲ ପୁରସ୍କାର” ଆରମ୍ଭ କରୁଛି । ଲକ୍ଷ ରହିଛି ପରିବେଶ– ବନ୍ଧୁତା ଓ ପରିବେଶ ସଚେତନ ପର୍ବକୁ ପ୍ରୋତ୍ସାହନ ।
ପର୍ବ ସମୟରେ ଶୃଙ୍ଖଳା, ସୁରକ୍ଷା ଓ ସାଧାରଣ ଜନତାଙ୍କ ତାଙ୍କ ସହଭାଗୀତା ତାକୁ ଉତ୍ସାହିତ କରିବା ।
ଦାୟିତ୍ବପୂର୍ଣ ପୂଜା ପାଇଁ ପାଇଁ ଉଦାହରଣ ସୃଷ୍ଟି କରୁଥିବା ପଣ୍ଡାଲ ମାନଙ୍କୁ ସ୍ବୀକୃତି ।
ମୂଲ୍ୟାଙ୍କନ ର ମାନଦଣ୍ଡ ପଣ୍ଡାଲ ମାନଙ୍କୁ ନିମ୍ନଲିଖିତ ଆଧାରରେ ବିଚାର କରାଯିବ:
ପରିବେଶ– ବନ୍ଧୁତା – ବାୟୋ ଡିଗ୍ରେଡେବଲ୍ ସାମଗ୍ରୀ ବ୍ୟବହାର, ପ୍ଲାଷ୍ଟିକ–ମୁକ୍ତ ସଜାଣ, ପରିସ୍କାର ବିସର୍ଜନ ପ୍ରକ୍ରିୟାବ୍ୟବହାର ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ – ନିର୍ଦ୍ଦିଷ୍ଟ ଶବ୍ଦ ସୀମାର ପାଳନ, ଅତି ବେଶି –ଡେସିବେଲ୍ ଡିଜେ/ଲାଉଡ୍ ସ୍ପିକର୍ ବ୍ୟାନକରିବା, ସମୟ ସୀମା ମାନିବା ।
ସୁରକ୍ଷା ବ୍ୟବସ୍ଥା – ଅଗ୍ନି —-ନିର୍ବାପକ ସାମଗ୍ରୀ, ପ୍ରାଥମିକ –ଚିକିତ୍ସା, ପ୍ରବେଶ/ପ୍ରସ୍ଥାନ ପଥ, ଭିଡ଼ ପରିଚାଳନା
ସାମୂହିକ ସହଭାଗୀତା – ସେବକ, ପୁଲିସ୍ ଓ ପ୍ରଶାସନ ସହିତ ସମନ୍ୱୟ ।
ଭକ୍ତିମୟ ପରିବେଶ,ମା’ ଦୁର୍ଗାଙ୍କ ଶକ୍ତି, ସୁରକ୍ଷା ଓ ସମନ୍ୱୟର ମୂଲ୍ୟବୋଧ, ନାରୀ ସୁରକ୍ଷା ଓ ସାମାଜିକ ଦାୟିତ୍ଵ ।
ପରିସ୍କାରତା ଓ ସ୍ବାସ୍ଥ୍ୟବାନ୍ଧବତା, ପୂଜା ସମୟରେ ଓ ପରେ ପରିବେଶ ପରିସ୍କାର ରଖିବା । ଆତଶବାଜି ର ସୀମିତ ବ୍ୟବହାର ।
ମାଆ ଦୂର୍ଗାଙ୍କର ଭକ୍ତି ତଥା ପ୍ରାର୍ଥନାମୟ ଭଜନ/ସଙ୍ଗୀତ ପରିଚାଳନା କରିବା।
ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଚୟନ କମିଟି ଉତ୍ସବ ସମୟରେ ପଣ୍ଡାଲ ମାନଙ୍କୁ ପରୀକ୍ଷା କରିବେ ।
ବିଜେତା ପୂଜା ପରିଚାଳନା କମିଟିମାନଙ୍କୁ ସର୍ଟିଫିକେଟ୍, ସ୍ମୃତିଚିହ୍ନ, , ନଗଦ ପୁରସ୍କାର ଓ ସାର୍ବଜନିକ ସମ୍ମାନ ପ୍ରଦାନ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ