କଳସ ଶୋଭାଯାତ୍ରା ସହ ଆଜି ଠାରୁ ଆରମ୍ଭ ହେଲା ପଲଶାଗୋରା ର ଗଜଲକ୍ଷ୍ମୀ ପୂଜା l

ସୁବର୍ଣ୍ଣପୁର — ପ୍ରତ୍ୟହ ସନ୍ଧ୍ୟା ରେ ଦୁଲୁକିବ ପଲଶାଗୋରା ମକରପଡ଼ିଆ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ହେବ ଗଜଲକ୍ଷ୍ମୀ ପୂଜା l ଚଳିତ ମାସ 06 ତାରିଖ ଠାରୁ ଆରମ୍ଭ ହୋଇ 12 ତାରିଖ ପର୍ଯ୍ୟନ୍ତ ମକର ପଡିଆ ସ୍ଥିତ ପୂଜା ମଣ୍ଡପ ରେ ମହାସମାରୋହ ରେ ପାଳନ ହେବ l ଏହି ଉପଲକ୍ଷେ 07 ତାରିଖ ଠାରୁ 12 ତାରିଖ ପର୍ଯ୍ୟନ୍ତ ରାତ୍ର ସମୟ ରେ ମହାରାଜ ମୁରାସୁର ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ମୀନାବଜାରର ବିଶେଷ ଆକର୍ଷଣ ରହିଛି l 06 ତାରିଖ ସୋମବାର ଦିନ ସକାଳେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ 07 ତାରିଖ ମଙ୍ଗଳବାର ଇନ୍ଦ୍ର ଙ୍କ ସହ ଯୁଦ୍ଧ ପାଇଁ ନାରଦ ଙ୍କ ପରାମର୍ଶ, ସ୍ୱର୍ଗ ଆକ୍ରମଣ ଓ ଇନ୍ଦ୍ରଙ୍କ ଠାରୁ ମୁରାସୁର ପରାସ୍ତ l ଶିବଙ୍କୁ ତପସ୍ୟା ଓ ବରପ୍ରାପ୍ତି l କର୍ଣ୍ଣାଟକ ଓ ସ୍ୱର୍ଗପୁର ଆକ୍ରମଣ ପାଇଁ ନାରଦ ଙ୍କ ପରାମର୍ଶ, 08 ତାରିଖ ବୁଧବାର ଦିନ ମୁରାସୁର ଙ୍କ ଭୋପାଳ ଆକ୍ରମଣ ଓ ଭୋପାଳେଶ୍ୱର ଙ୍କୁ ପରାସ୍ତ କରି ରାଜକନ୍ୟା ମଦନାବତୀ ଙ୍କୁ ବିବାହ l ପାତାଳପୁରୀ ନାଗଲୋକ ଆକ୍ରମଣ ପାଇଁ ନାରଦ ଙ୍କ ପ୍ରସ୍ତାବ, 09 ତାରିଖ ଗୁରୁବାର ଦିନ ମୁରାସୁର ଙ୍କ ସଞ୍ଜିବନୀପୁର, ଯମ ଭୁବନ ଆକ୍ରମଣ ଓ ପରାସ୍ତ l ଇଲା କମଳୀ ଶେଷ ନୃସିଂହ ବିବାହ ଓ ବରୁଣ ଙ୍କ କ୍ରୋଧାନ୍ୱିତ, 10 ତାରିଖ ଶୁକ୍ରବାର ଦିନ ରଙ୍ଗସଭା ପାଇଁ ନାରଦ ଙ୍କ ପ୍ରସ୍ତାବ l କୃଷ୍ଣବଲ୍ଲଭ ଭଗବତୀ ଭିକ୍ଷା l ରାଜାମାନଙ୍କ ସହିତ ଯୁଦ୍ଧ, ରାଜାଙ୍କ ଛତ୍ରଭଙ୍ଗ, 11 ତାରିଖ ଶନିବାର ଦିନ ନାରଦ ରାଜା ଙ୍କୁ ଛତ୍ର ଭଙ୍ଗ ସମ୍ବାଦ, ରାଜ ବଦ୍ରିକା ଯୋଡିର ଆୟୋଜନ ଓ 12 ତାରିଖ ରବିବାର ଦିନ ଶେଷ ନୃସିଂହ ପାରିଧିରେ ନାରଦ ଙ୍କ ସମ୍ବାଦ ଶେଷ ନୃସିଂହ ପିତାମାତା ଙ୍କୁ ଦର୍ଶନ, ଚତୁର୍ଥ ରୂପ ଦର୍ଶନ ଓ ଯୁଦ୍ଧ ପାଇଁ ଗମନ, ସହସ୍ର ପାଦ ଦର୍ଶନେ ମୁରାସୁର ନିଧନ କାର୍ଯ୍ୟକ୍ରମ ରହିଛି l ପ୍ରତ୍ୟହ ସନ୍ଧ୍ୟା ରେ ଅନୁଷ୍ଠିତ ହେବାକୁ ଥିବା ମୁରାସୁର ଦରବାର ର ରଙ୍ଗସଭା ରେ ରାଜ ଅତିଥି ଙ୍କ ଯୋଗଦାନ ଓ ନୃତ୍ୟଗୀତ ର ଆୟୋଜନ ହେବ ବୋଲି ସ୍ୱସ୍ତିକ କ୍ଲବ ସୂତ୍ରରୁ ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..