ମାର୍କେଟ ବିଲ୍ଡିଂରେ ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ୱର:- ୟୁନିଟ୍-୨ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ୍ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁନିଟ୍-୨ ସ୍ଥିତ ମାର୍କେଟ୍ ବିଲ୍ଡିଂ ପରିସରରେ ମା’ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଛି। ଏହି ପୂଜା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନନ୍ଦୀନ ମା’ ଗଜଲକ୍ଷ୍ମୀଙ୍କ ପୂଜା ରୀତନୀତି ଅନୁସାରେ କରାଯାଉଛି। ଆସନ୍ତା ୧୩ ତାରିଖ ସୋମବାର ଦିନ ମା’ଙ୍କ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆସୋସିଏସନ୍ର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି।
ଦୈନିକ ସନ୍ଧ୍ୟାରେ ଆଳତୀ ସହ ପୂଜାର୍ଚ୍ଚନା କରାଯାଉଥିବାବେଳେ ବ୍ୟବସାୟୀଙ୍କ ମନୋରଞ୍ଜନ ପାଇଁ ରବିବାର ଦିନ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜାକୁ ଶାନ୍ତିଶୃଙ୍ଖଳା ସହ ସମାପନ ପାଇଁ ଆସୋସିଏସନ୍ର ସମସ୍ତ କର୍ମକର୍ତ୍ତା ସହଯୋଗ କରୁଥିବାବେଳେ ପ୍ରମୁଖ ଦାୟୀତ୍ୱରେ ରହିଛନ୍ତି ଆସୋସିଏସନ୍ର ସମ୍ପାଦକ ଅଜିତ୍ କୁମାର ମହାନ୍ତିଙ୍କ ସମେତ ଧୀରେନ୍ ଦତ୍ତ ମିଶ୍ର, ବିରଞ୍ଚି ନାରାୟଣ ସାହୁ, ଲଲାଟେନ୍ଦୁ ପାତ୍ର, ବିନୋଦ କୁମାର ବିଶୋଇ, ମନୋଜ ପାତ୍ର, କାଳୁ ଭାଇ, ତାପସ ମହାରଣା, ଲିପୁ, ଅଶୋକ ସାହୁ, ଚିତ୍ତରଂଜନ ମହାନ୍ତି, ଜଗଦିଶ୍ ପାଣି, ଓମ୍ ପ୍ରକାଶ ଜେନା, ସୁନୀଲ ଜେନା, ବିଶ୍ୱଜିତ୍ ସାହୁ, ଓ ମଧୁସୂଦନ ସାହୁ ପ୍ରମୁଖ କାର୍ଯ୍ୟନିର୍ବାହ କରୁଛନ୍ତି।
ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ