October 23, 2025
Home » ଆଜି ବିଶ୍ୱ ଅଣ୍ଡା ଦିବସ : ବୌଦ୍ଧରେ ପାଳିତ ହେଲା ବିଶ୍ୱ ଅଣ୍ଡା ଦିବସ

ଆଜି ବିଶ୍ୱ ଅଣ୍ଡା ଦିବସ : ବୌଦ୍ଧରେ ପାଳିତ ହେଲା ବିଶ୍ୱ ଅଣ୍ଡା ଦିବସ

0
WhatsApp Image 2025-10-10 at 3.22.41 PM

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲପାଳଙ୍କ ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆୟୋଜନକ୍ରମେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି lପ୍ରଥମ ଅଧିବେଶନରେ ଏକ ଆଲୋଚନାଚକ୍ର ବୈଜ୍ଞାନିକ ଓ ଚାଷୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହାକୁ ବୌଦ୍ଧ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଉପ ନିର୍ଦ୍ଦେଶକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଡl. ଶୁଭେନ୍ଦୁ ଶେଖର ସାହୁ ପରିଚାଳନା କରିଥିଲେ l ଏଥିରେ ନ୍ୟୁଷ୍ଟ୍ରିସିଆନିଷ୍ଟ ସୂଚରିତା ତ୍ରିପାଠୀ ପାୱାର ପଏଣ୍ଟ ମାଧ୍ୟମରେ ଅଣ୍ଡାର ଉପକାରିତା ଓ ଅପକାରିତା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ l ତତସହିତ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼l. ତପନ କୁମାର ଦ୍ୱିବେଦୀ ଭିଡିଓ ମାଧ୍ୟମରେ ସଚେତନ କରାଇଥିଲେ l ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ଦେବାଶିଷ ଶତପଥି ଓ କଣ୍ଟାମାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ବିମଳ କୁମାର ଚୌଧୁରୀ କୁକୁଡ଼ା ପାଳନ କରି ଲାଭବାନ କେମିତି ହେବେ ତା ଉପରେ ଧାରଣା ପ୍ରଦାନ କରିଥିଲେ l ଦ୍ୱିତୀୟ ଅଧିବେଶନରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ରାମା ରାଓ ପାଲୋଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଶ୍ରୀ ଭୋଇ ଯୋଗ ଦେଇ ଜିଲ୍ଲାର ତିନି ଜଣ ଅଣ୍ଡାଦିଆ କୁକୁଡ଼ା ଚାଷୀଙ୍କୁ ପୁରସ୍କୃତ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *