ଇମ୍ପରିୟଲ କଲେଜରେ ଫ୍ରେସର ଡେ : ଯୋଗଦେଲେ ତାରକ ମେହେଟା କା ଉଲଟା ଚଷମାର କଳାକାର
ବରଗଡ଼ : ଇମ୍ପରିୟଲ କଲେଜଠାରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଫ୍ରେସର ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୮ ବର୍ଷ ଧରି ଟେଲିଭିଜନରେ ଚାଲିଥିବା ସିରିଏଲ ତାରକ ମେହେଟା କା ଉଲଟା ଚଷମାର ଅଭିନେତା କୁଶ ସାହା ଓ ସମୟ ସାହା ଅତିଥି ଭାବେ ଯୋଗ ଦେଇଥିଲେ । ଟେଲିଭିଜନ ଦୁନିଆରେ ଗୋଲି ଓ ଗୋଗି ନାମରେ ପରିଚିତ ଥିବା ଏହି ଉଭୟ କଳାକାର ମୁମ୍ବାଇରୁ ଆସି କଲେଜ ପରିସରରେ ପହଂଚିବା ପରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଉଛସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହି ଉଭୟ କଳାକାର ନିଜର ଅଠର ବର୍ଷର କଳାକାର ଜୀବନର ସଂଘର୍ଷମୟ କାହାଣୀ ଛାତ୍ରଛାତ୍ରୀମାନଙ୍କ ପାଖରେ ଉପସ୍ଥାପିତ କରିବା ସହ ଭବିଷ୍ୟତ ନିର୍ମାଣ ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ । କଲେଜର ଅଧ୍ୟକ୍ଷ ଦୀପକ ଗୋୟଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ଗଣେଷ ମହୋତ୍ସବର ଶ୍ରେଷ୍ଠ ସବୁଜ ସାଜସଜ୍ଜା ପାଇଁ ବଡ଼ମାଲ ହାଇସ୍କୁଲକୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ତନିଶା ଦେବତା ଓ କଲ୍ୟାଣି ମହାରଣା ପରିଚାଳନା କରିଥିଲେ । ଏହି ଅବସରରେ କଲେଜର ସମସ୍ତ ନୂତନ ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ବ୍ୟୋମକେଶ କର . ସାମ୍ବାଦିକ
