December 3, 2025
Home » ଜିଲ୍ଲା ଆଇନ ସେବାପ୍ରାଧିକରଣ, କୋରାପୁଟ ଦ୍ଵାରା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଜିଲ୍ଲା ଆଇନ ସେବାପ୍ରାଧିକରଣ, କୋରାପୁଟ ଦ୍ଵାରା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

0
WhatsApp Image 2025-10-11 at 7.24.44 PM

 

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଆଇନ ସଚେତନତା ଶିବିର ଜିଲ୍ଲା ଆଇନ ସେବାପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଆଜି ଜୟପୁର କଲେଜ ଅଫ୍ ଫାର୍ମାସି ରୋଣ୍ଡାପାଲି ଠାରେ ଶ୍ରୀ ପ୍ରଦୀପ କୁମାର ମହନ୍ତ, ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ତତ୍ବବଧାନରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ବିଷ୍ଷୁପ୍ରସାଦ ଦେବତା, ରେଜିଷ୍ଟ୍ରାର ସିଭିଲ କୋର୍ଟ ତଥା ଇନଚାର୍ଜ ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜୟପୁର, ଅନ୍ୟ ମଞ୍ଚାସିନ ଅତିଥି ଭାବରେ ଶ୍ରୀ ହରମନ ଦାସ, ସୁଶ୍ରୀ ଦୀକ୍ଷ୍ମା ରାଉତରାଏ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଶ୍ରୀମତୀ ପ୍ରିୟମ୍ଭଦା ସରଙ୍ଗୀ ନିର୍ଦ୍ଦେଶକ ଜୟପୁର କଲେଜ ଅଫ୍ ଫାର୍ମାସି ରୋଣ୍ଡାପାଲି, ଶ୍ରୀ ସତ୍ୟବ୍ରତ ଜେନା ପ୍ରିନ୍ସପାଲ ଜୟପୁର କଲେଜ ଅଫ୍ ଫାର୍ମାସି ରୋଣ୍ଡାପାଲି, ଡଃ ଦୀଲ୍ଲୀପ କୁମାର ଜେନା ଜିଲ୍ଲା ଚିକିତ୍ସା ଅଧିକାରୀ, ଜୟପୁର, ଡଃ ସବ୍ୟସାଚି ମହାପାତ୍ର, ଚିକିତ୍ସା ଅଧିକାରୀ ଜୟପୁର, ଶ୍ରୀ ମତୀ ଭାନୁମତୀ ପୁଜାରୀ ଶିଶୁ କଲ୍ୟାଣୀ କମିଟି ସଦସ୍ୟା, କୋରାପୁଟ, ସଦର ଥାନା ଜୟପୁର ପୁଲିସ କର୍ମୀ, ଯୋଗଦେଇ ଏହି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ମାନସିକ ଅବସାଦ ଓ ଦୁଶ୍ଚିନ୍ତାର ନିୟନ୍ତ୍ରଣ ତଥା ଏହାର ସଠିକ ପରିଚାଳନା କରିବା ଆବଶ୍ୟକ ଅଟେ ଯଥା ମନକୁ ହାଲକା କରନ୍ତୁ, ମଦ୍ୟ ଓ କଫି ଆଦି ସେବନ କମ୍ କରନ୍ତୁ, ପ୍ରତିଦିନ ବ୍ୟାୟାମ କରନ୍ତୁ, ଧିରେ ଧିରେ ୧୦ ପର୍ଯ୍ୟନ୍ତ ଗଣନ୍ତୁ, ଗୋଷ୍ଠିରେ ସେବା କାର୍ଯ୍ୟ କରନ୍ତୁ, ସନ୍ତୁଳିତ ଖାଦ୍ୟ ଖାଅନ୍ତୁ, ଅତିକମରେ ୦୮ ଘଣ୍ଟା ଶୋଅନ୍ତୁ, ସର୍ବଦା ସାଧ୍ୟମତେ କାର୍ଯ୍ୟ କରନ୍ତୁ, ସର୍ବଦା ସକାରାତ୍ମକ ମନୋଭାବ ରଖନ୍ତୁ ଯଦ୍ବାରା ମାନସିକ ସ୍ବାସ୍ଥ୍ୟ ରୁ ନିଜକୁ ବଞ୍ଚେଇ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏହି ଜୟପୁର କଲେଜ ଅଫ୍ ଫାର୍ମାସି ରୋଣ୍ଡାପାଲି, ପ୍ରଥମ ବର୍ଷ ଛାତ୍ର ଶ୍ରୀ ଆଦିତ୍ୟ ଆଚାରିୟ ଏବଂ ଛାତ୍ରୀ ସୋନାଲୀ ସ୍ବାଇଁ ଶେଷରେ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଶ୍ରୀମତୀ ମାନସୀ ଖାଡେଙ୍ଗେ TQAC-coordinator Asst.Prof ଜୟପୁର କଲେଜ ଅଫ୍ ଫାର୍ମାସି ରୋଣ୍ଡାପାଲି ଓ ପାରା ଲିଗାନ ସ୍ବେଚ୍ଛାସେବୀ ଶ୍ରୀ ସୋମନାଥ ମହାନ୍ତି ଏହି ସଚେତନତା ଶିବିର ଆୟୋଜନ କରିବାରେ ସହଯୋଗ କରିଥିଲେ।

 

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *