October 23, 2025
Home » ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2025-10-14 at 1.56.59 PM

 

ବରଗଡ଼: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ପ୍ରସ୍ତୁତି ବୈଠକରେ ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂହ ବାରିହା, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝି ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ଶ୍ରୀ ସୁରେଶ୍ୱର ସତପଥୀଙ୍କ ସମେତ ମହୋତ୍ସବ ସମିତିର ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ମହୋତ୍ସବକୁ ଅଧିକ ସୁସଂଘଟିତ, ଗୌରବମୟ ଓ ଆକର୍ଷଣୀୟ କରିବା ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

 

ଜିଲ୍ଲାପାଳ ଶ୍ରୀ ଗୋୟଲ ସମସ୍ତଙ୍କୁ ସ୍ୱାଗତ କରିବା ସହ କହି ଥିଲେ ଯେ, ବରଗଡ଼ର ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ ଖୋଲା ମଞ୍ଚ ନାଟକ ଭାବେ ଏବଂ ଏହା ଆମ ଜିଲ୍ଲାର ଗୌରବ, ସଂସ୍କୃତି ଓ ଐତିହ୍ୟର ପ୍ରତିକ । ତେଣୁ ସମସ୍ତ ଏକତ୍ରିତ ହୋଇ ସମନ୍ୱିତ ଉଦ୍ୟମ ଦ୍ୱାରା ଧନୁଯାତ୍ରାର ଐତିହ୍ୟ, ଗୌରବ ଓ ମହିମାକୁ ଅକ୍ଷୁର୍ଣ୍ଣ ରଖିବାରେ କାର୍ଯ୍ୟ କରିବା।ମହୋତ୍ସବର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଷୟରେ ଚର୍ଚ୍ଚା ହୋଇଥିଲା, ଯଥା- ଗତ ବର୍ଷର ଆୟବ୍ୟୟର ସମୀକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାର ଦୃଧିକରଣ, କଳାକାର ଚୟନ ପ୍ରକ୍ରିୟାରେ ସ୍ପଚ୍ଛତା ଓ ନିର୍ପେକ୍ଷତା, ବିଭିନ୍ନ କମିଟିର ସଦସ୍ୟ ଚୟନ,ଦାୟିତ୍ୱ ବିଭାଜନ,କମିଟି ଅନୁଯାଇ ବଜେଟ ପ୍ରସ୍ତୁତି ଓ କାର୍ଯ୍ୟସଂଚାଳନ ଯୋଜନା ପ୍ରସ୍ତୁତି ଇତ୍ୟାଦି।ବୈଠକର ସର୍ବସାମ୍ମତି କ୍ରମେ ନିଷ୍ପତ୍ତି ଅନୁଯାଇ ୭୮ତମ ଧନୁଯାତ୍ରା ମହୋତ୍ସବ ୨୪ ଡିସେମ୍ବର ୨୦୨୫ରୁ ଆରମ୍ଭ ହେବ ଏବଂ କଳାକାର ଚୟନର ତାରିଖ କମିଟି ଦ୍ୱାରା ନିର୍ଦ୍ଧାରିତ ହେବା ପରେ ଜନସାଧାରଣଙ୍କୁ ଅବଗତ କରାଯିବ ।ପରିଶେଷରେ ସମ୍ପାଦକ ଶ୍ରୀ ସୁରେଶ୍ୱର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବୈଠକକକୁ ସାଙ୍ଗ ଘୋଷଣା କରିଥିଲେ ।

 

ବରଗଡ଼ ଜିଲ୍ମ। ଇପିଏରୁ କ୍ଷମାନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ)

Leave a Reply

Your email address will not be published. Required fields are marked *