October 23, 2025
Home » ଅକ୍ଟୋବର ୧୮ରୁ ନୟାଗଡ଼ ଜିଲ୍ଲା ଓପନ ଚେସ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଅକ୍ଟୋବର ୧୮ରୁ ନୟାଗଡ଼ ଜିଲ୍ଲା ଓପନ ଚେସ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ

0
WhatsApp Image 2025-10-16 at 1.37.15 PM (1)

ନୟାଗଡ଼: ନୟାଗଡ଼ ଜିଲ୍ଲା ଓପନ ଚେସ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଳବ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଚେସ୍ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ୍ ଆସୋସିଏସନର ମିଳିତ ସହଯୋଗରେ ତଥା କେସି କ୍ଳବର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ । ୧୭ ବର୍ଷରୁ କମ କନିଷ୍ଠ ବର୍ଗ ଏବଂ ୧୭ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବର୍ଗ ଏହିପରି ଦୁଇଟି ବର୍ଗରେ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ ୫ଜଣଙ୍କୁ ଅର୍ଥରାଶି ସହିତ ଟ୍ରଫି ଏବଂ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯିବ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଓପନ ଚେସ୍ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର ଓ ସମ୍ମାନିତ ଅତିଥି ଭାବେ ଅଲ ଓଡ଼ିଶା ଚେସ୍ ଆସୋସିଏସନ ସମ୍ପାଦକ ଦେବବ୍ରତ ଭଟ୍ଟ ଯୋଗଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସଭାପତି ଓ ସଂପାଦକ ପ୍ରକାଶ କରିଛନ୍ତି । ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରତିଯୋଗୀମାନେ ୨ଶହ ଟଙ୍କା ପ୍ରବେଶିକା ଶୁଳ୍କ ଦେଇ ପଞ୍ଜିକରଣ କରିବେ। ଟୁର୍ଣ୍ଣାମେଣ୍ଟ ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇଁ ପ୍ରତିଯୋଗୀମାନେ ସଭାପତି ଭାଗିରଥି ଦାସଙ୍କ ମୋବାଇଲ ନଂ-୮୯୦୮୮୮୦୮୮୯ କିମ୍ବା ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କୁ ୯୪୩୭୭୫୩୯୩୯ରେ ଯୋଗାଯୋଗ କରି ପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

ଇପିଏରୁ ଗୋକୁଳ କୁମାର ଷଡ଼ଙ୍ଗୀ, ଜିଲ୍ଲା ପ୍ରତିନିଧି, ନୟାଗଡ଼ ।

Leave a Reply

Your email address will not be published. Required fields are marked *