ବିଷାକ୍ତ ଜିପସମ ଗୁଣ୍ଡ ରେ ପ୍ରଭାବିତ ପାରାଦୀପ ପାରିପାର୍ଶ୍ଵିକ ଅଞ୍ଚଳ ! କାର୍ଯ୍ୟାନୁଷ୍ଠାନ ଦାବୀ

ପାରାଦ୍ୱୀପ/କୁଜଙ୍ଗ – କୁଜଙ୍ଗ ତହସିଲ ଅନ୍ତଃର୍ଗତ ଉଦୟବଟ ମୌଜାରେ ପ୍ରଭାହିତ ହୋଇଥିବା ସାହେରପେଣ୍ଠ ମତ୍ସ୍ୟଡିଆ ଅଂଶବିଶେଷ ନୟନଜୋରୀକୁ କିଛି ମାଫିଆ ଶ୍ରେଣୀୟ ବ୍ୟକ୍ତି ବିଷାକ୍ତ ଜିପସମ ଗୁଣ୍ଡ ଦ୍ୱାରା ପୋତି କରିଚାଲିଛନ୍ତି। ଜିପସମ ଏଭଳି ଗୋଟିଏ ବିଷାକ୍ତ ପଦାର୍ଥ ଯାହାକି ଅଂଚଳର ଭୂତଳ ଜଳ ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣଭାବେ ଅଞ୍ଚଳବାସୀଙ୍କୁ ରୋଗାକ୍ରାନ୍ତ କରିଚାଲିଛି।
ଏତଦବ୍ୟତୀତ ନଦୀ-ଯୋର ପୋତି ହେବା ଦ୍ୱାରା ଅଞ୍ଚଳର ଉଦବୁଦ ଜଳ ନିଷ୍କାସିତ ନହୋଇପାରି, ବର୍ଷାଦିନେ ଜଳବନ୍ଦୀରେ ଅବସ୍ଥା ସୃଷ୍ଟି କରୁଅଛି। ସେହିପରି ଜାତୀୟ ରାଜପଥ ନିର୍ମାଣ ପାଇଁ ଏହି ବିଷାକ୍ତ ଗୁଣ୍ଡ ବ୍ୟବହାର ହେବା ଯୋଗୁଁ ପରିବେଶ ପ୍ରଦୂଷିତ ହେବା ସହ ରାସ୍ତାଘାଟରେ ଯିବା ଆସିବା ମୁସ୍କିଲ ହୋଇପଡିଛି l ଏଭଳି ସମ୍ବେଦନଶୀଳ ଘଟଣାଟିକୁ ସ୍ଥାନୀୟ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଦୃଷ୍ଟିଦେଇ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମାଜସେବୀ ତଥା ନାରାୟଣ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସୁଶାନ୍ତ ଶେଖର ସ୍ୱାଇଁ ଏବଂ ଉଦୟବଟ ଗ୍ରାମବାସୀ ଦାବୀ କରିଛନ୍ତି।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ