ବଡମ୍ବା ଥାନା ପକ୍ଷରୁ ସାଇବର ଠକେଇ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ।

ଆଠଗଡ : ଓଡ଼ିଶା ପୋଲିସ ର ନିର୍ଦ୍ଦେଶ କ୍ରମେ ଆଜି ଶନିବାର ବଡମ୍ବା ଥାନା ପକ୍ଷରୁ ସାଇବର ଠକେଇ କୁ ଏଡ଼ାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବଡମ୍ବା ଥାନା, ପରିସର,ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ଓ ମୋହନ ସୁବୁଦ୍ଧି ବାଳିକା ମହାବିଦ୍ୟାଳୟ ପରିସର ରେ ବଡମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି,ଉପ ନୀରିକ୍ଷକ ସମ୍ବିତ ସ୍ଵାଇଁ,ସହକାରୀ ଉପ ନୀରିକ୍ଷକ ଶେଷଦେବ ବେହେରା,ଗଙ୍ଗାଧର କହଁର,ଶ୍ରୀମତୀ ହରପ୍ରିୟା ଦାସ ଓ ଅନ୍ୟ କର୍ମଚାରୀ ମାନେ ସାଇବର ଠକ ମାନଙ୍କ କବଳ ରୁ କିପରି ନିଜକୁ ଠକେଇ ରୁ ରକ୍ଷା କରାଯାଇପାରିବ ସେ ସମ୍ବନ୍ଧ ରେ ବିସ୍ତୃତ ତଥ୍ୟ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଗୁଡିକରେ ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ,ବିଭିନ୍ନ ପେଶାଦାର ବ୍ୟକ୍ତି,ଆଇନଜୀବୀ,ସରକାରୀ କର୍ମଚାରୀ,ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ସମାଜସେବୀ ଅଂଶ ଗ୍ରହଣ କରିଥିଲେ।କୌଣସି ସାଇବର ଠକେଇ ରୁ ରକ୍ଷାପାଇବା ପାଇଁ ଅପରିଚିତ ବ୍ୟକ୍ତିଙ୍କ କଥାରେ ପ୍ରଲୋଭିତ ହୋଇ ନିଜ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର,ଓଟିପି ଓ ଆଧାରକାର୍ଡ ନମ୍ବର ଦେବା ବାରଣ କରାଯାଇଥିଲା।ଯଦି ଦୈବାତ ସାଇବର ଠକାମୀ ରେ ପଡନ୍ତି ତୁରନ୍ତ ନିକଟସ୍ଥ ଥାନା ଓ ସାଇବର ଥାନା ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।ସର୍ବଭାରତୀୟ ଟୋଲ ଫ୍ରି ଫୋନ ନମ୍ବର ୧୯୩୦ ରେ ଅଭିଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।