ଆଳି ସରସ୍ଵତୀ ଶିଶୁ ମନ୍ଦିରରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ବିଦ୍ବତ ପରିଷଦର ବୈଠକ,

ଆଳି : ଓଡ଼ିଶା ଶିକ୍ଷା ବିକାଶ ସମିତିର ଉତ୍ତର ପୂର୍ବ ସମ୍ଭାଗ ଓ ଆଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଦ୍ୱତ ପରିଷଦର ଆଲୋଚନା ଚକ୍ର ଶନିବାର ଦିନ ବିଦ୍ୟା ମନ୍ଦିରର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟା ମନ୍ଦିରର ସମ୍ପାଦକ ତଥା ବ୍ୟବସ୍ଥା ପ୍ରମୁଖ ସୁଶାନ୍ତ କୁମାର ଦାଶ ଓ ପ୍ରଧାନ ଆଚାର୍ଯ୍ୟ ତଥା ବ୍ୟାବସ୍ଥା ସଂଯୋଜକ ଅମର କୁମାର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଯୋଗ ଦେଇ ବିଶିଷ୍ଠ ବକ୍ତା ମାନେ ଆମଘରେ ବେଦ, ଉପନିଷଦ, ଭାଗବତ, ପୋଥି ପୂଜା କରାଯିବା ସହିତ ଏହାକୁ ପ୍ରତ୍ୟେକ ଦିନ ଆମେମାନେ ପାଠ କରିବା ଉଚିତ ବୋଲି ପ୍ରକାଶ କରଛନ୍ତି। ଆଳି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆଳି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ସାହିତ୍ୟିକ ବନମାଳୀ ସେନାପତି ଅଧକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତିର ପ୍ରାନ୍ତ ନିରୀକ୍ଷକ ତଥା ବିଦ୍ୱତ ପରିଷଦର ସଂଯୋଜକ ଅଶ୍ୱିନୀ କୁମାର ନାୟକ, ସମ୍ମାନୀତି ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରମୁଖ କପିଳ ଚରଣ ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲା ବିଦ୍ବତ ପରିଷଦର ସଭାପତି ଗୋଲେଖ ବିହାରୀ ଭୂୟାଁ, ଆଳିର ସଂକୁଳ ପ୍ରମୁଖ ପ୍ରଫୁଲ୍ଲ କୁମାର ସୁତାର, କେନ୍ଦ୍ରାପଡ଼ାର ଦୈତାରୀ ପାତ୍ର, ମାର୍ଶାଘାଇର ରବୀନ୍ଦ୍ର ନାଥ ଦାସ, ପଟ୍ଟାମୁଣ୍ଡାଇର ପ୍ରମୋଦ କୁମାର ନାୟକ, ବିଲିକଣାର ପୁରୁଷୋତ୍ତମ ଦାସ, ଅଭିରାମ ଲେଙ୍କା, ରାମନଗରର ଦୀପକ କୁମାର ଜେନା ଓ କେନ୍ଦ୍ରାପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇ ଭାରତୀୟ ଜ୍ଞାନ ପରମ୍ପରା ବିଷୟରେ ଆଲୋଚନା କରିଥିଲେ। ଆଲୋଚନାରେ ବକ୍ତା ମାନେ ମତପ୍ରକାଶ କରଥିଲେଯେ ଆମେ ଭାରତୀୟ ମାନେ ଧୀରେ ଧୀରେ ଆମ ସଂସ୍କୃତିକୁ ଭୁଲିଯିବାକୁ ବସିଛନ୍ତି। ତେଣୁ ଆମକୁ ସଚେତନ ହେବାକୁ ପଡିବ। ଆମ ଠାକୁର ଘରେ ବେଦ, ଉପନିଷଦ, ଭାଗବତ, ପୋଥି କେବଳ ପୂଜା କରା ନ ଯାଉ। ଏହାକୁ ପ୍ରତ୍ୟେକ ଦିନ ଆମେମାନେ ପଢିବା ଉଚିତ। ଏହା ଯଦି କରାଯିବ ତେବେ ଆମର ପରିବେଶ ଅଧିକ ପବିତ୍ରତାରେ ଭରିଯିବ। ଆମେ ଅଧିକ ସଂସ୍କୃତି ସମ୍ପନ୍ନ ହେବା। ଜୀବନ ସୁଖ ମୟ ହେବ। ଆଳି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଅଚର୍ଯ୍ୟ ଅମର କୁମାର ବାରିକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ସୁଶାନ୍ତ ଦାଶ ସ୍ୱାଗତ ଭାଷଣ ଦେଇଥିଲେ। ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ସେବିକା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।