December 28, 2025
Home » ଦୁର୍ନୀତି ନିବାରଣ ସପ୍ତାହ -୨୦୨୫ ପାଇଁ ଜିଲ୍ଲାପାଳ ଙ୍କ ଶପଥ ପାଠ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦୁର୍ନୀତି ନିବାରଣ ସପ୍ତାହ -୨୦୨୫ ପାଇଁ ଜିଲ୍ଲାପାଳ ଙ୍କ ଶପଥ ପାଠ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-10-28 at 2.24.47 PM

। ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ରେ ତା ୨୭.୧୦.୨୦୨୫ ରିଖ ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ ପାଳନ ଉପଲକ୍ଷେ ଜିଲ୍ଲା ର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ଏନ.ଜି.ଓ ଆଦି ବିଭିନ୍ନ ସ୍ଥାନରେ ସାଧୁତାର ଶପଥପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।ଉପ-ଜିଲ୍ଲାପାଳ, ବାଲିଗୁଡାଙ୍କ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ପ୍ରଣିତା ଦାସ, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦି, ମୂଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପାଢ଼ୀ,ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା ଶ୍ରୀ କୃପାସିନ୍ଧୁ ବେହେରାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ସାଧୁତାର ଶପଥପାଠ କରିଥିଲେ। ସେହିପରି ଭାବରେ, ଜିଲ୍ଲାପାଳ, କନ୍ଧମାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଦୁର୍ନିତୀର ମୂଳୋତ୍ପାଟନ ନିମନ୍ତେ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନିତୀ ବିରୁଦ୍ଧ ରେ ସଂଗ୍ରାମ କରିବା ସହିତ ପ୍ରତ୍ୟକ୍ଷ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା ପାଇଁ ସାଧୁତର ଶପଥପାଠ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତ ଥିଲେ।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ସହ ବାଲିଗୁଡା ଉପଖଣ୍ଡ ରୁ ମଧୁସ୍ମିତା ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *