ବିଶ୍ୱ ସମୃଦ୍ଧି ଯଜୁର୍ବେଦ ଯଜ୍ଞ ଦ୍ଵିତୀୟ ଦିନରେ ବୈଦ୍ୟ ସମ୍ବିଳନୀ ଓ ସାଧାରଣସଭା ଅନୁଷ୍ଠିତ
ସୁବର୍ଣ୍ଣପୁର: ବୌଦ୍ଧ ବ୍ଲକ ଡମ୍ବରୁଗଡ଼ ଠାରେ ଗତ 02 ତାରିଖରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଯଜ୍ଞର ଦ୍ଵିତୀୟ ଦିବସରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବୈଦ୍ୟ ମାନଙ୍କୁ ନେଇ ଏକ କର୍ମଶାଳା ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘ ସଭାପତି ସନ୍ତୋଷ କୁମାର ବାରିକଙ୍କ ସଭାପତିତ୍ୱରେ ଓ ସମ୍ପାଦକ କୃତ୍ତିବାସ ପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ନିଜ ନିଜର ପରିଚୟ ପ୍ରଦାନ ସହିତ ପେସା ଓ ନିଶା ଉପରେ ଉପସ୍ଥାପନା କରିଥିଲେ l ଏହି ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ଆୟୁର୍ବେଦିକ ସଙ୍ଘ ଓ ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘର ସଦସ୍ୟ ମାନେ ବିଭିନ୍ନ ଆଲୋଚନାରେ ବୈଦ୍ୟ ଆମ୍ବରୀଶ ପଣ୍ଡା, ପ୍ରଫୁଲ୍ଲ ସାହୁ, ବନମାଳୀ ମେହେର, ଗଦାଧର ବାଦୀ, ସୁଶାନ୍ତ କୁମାର ପ୍ରଧାନ ଅଂଶ ଗ୍ରହଣ କରିଥିଲେ l ଆସନ୍ତା ଡିସେମ୍ବର ଦ୍ଵିତୀୟ ରବିବାର ମନମୁଣ୍ଡା ଠାରେ ଉଭୟ ଜିଲ୍ଲାର ପୂର୍ଣ୍ଣାଙ୍ଗ ବୈଠକ ଆୟୋଜନ, ଉଭୟ ଜିଲ୍ଲା ସଙ୍ଘ କାର୍ଯ୍ୟାଳୟ, ଔଷଧୀୟ ଉଦ୍ୟାନ ନିମନ୍ତେ ସରକାରୀ ଜମି ନିମନ୍ତେ ସରକାର ଙ୍କ ଠାରେ ଆବେଦନ ଓ ପଶ୍ଚିମ ଓଡିଶା ସ୍ତରୀୟ ମହାସଂଘ ଗଠନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମା ମାହେଶ୍ୱରୀ ସେନାର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଶେଷରେ ହରଭଙ୍ଗା ବ୍ଲକ ସମ୍ପାଦକ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
