December 27, 2025
Home » ବିଜେପୁରରେ ସାଇବର ସଚେତନତା କାର୍ଯ୍ୟକ୍ରମ

ବିଜେପୁରରେ ସାଇବର ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-11-11 at 2.55.00 PM

 

ବରଗଡ ଜିଲ୍ଲା ବିଜେପୁର ଥାନା ତରଫରୁ ବିଜେପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଉପସ୍ଥିତିରେ ତଥା ବିଜେପୁର ଥାନାଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ମଣି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଦିନକୁ ଦିନ ଆାକ୍ରମଣ, ଠକେଇ, ଚୋରୀ, ଦୁର୍ନିତି ଆଦି ଘଟଣା ଗୁଡିକ ବଢିବାରେ ଲାଗିଥିବା ବେଳେ ଏହାକୁ ରୋକିବାରେ ସମସ୍ତଙ୍କର ଦାୟୀତ୍ବ, କର୍ତ୍ତବ୍ୟ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ସାଇବର ଠକେଇ ଘଟଣା ଓଡ଼ିଶାରର ବିଭିନ୍ନ ସ୍ଥାନରେ ହେଉଥିବା ବେଳେ ଅପରାଧୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ମୋବାଇଲ ଆପ୍, କଲ୍, ଏସଏମଏସ, ଓଟିପି, ହ୍ବାଟ୍ସଅପ୍ ମେସେଜ, ଲିଙ୍କ ଆଦି ଜରିଆରେ ଲୋକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ନେଇଯାଉଛନ୍ତି ।

ବିଶେଷ ସଚେତନତା ପାଇଁ ଓଡିଶା ସରକାରଙ୍କ ଦ୍ବାରା ଏବେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ସାଇବର ଜ୍ଞାନ ଦିଆଯାଉଛି । ଏହି ଅବସରରେ ସାଇବର ଠକେଇକୁ ନେଇ ଅନେକ ଆଲୋଚନା କରାଯାଇଥିଲା ଓ ଜନ ସଚେତନତା ହିଁ ସାଇବର ସଚେତନତାକୁ ରୋକି ପାରିବ ବୋଲି ଥାନାଧାକାରୀ ସୁଶାନ୍ତମଣି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବିଜେପୁର ପୋଲିସ ବିଭାଗ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

 

ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ)

Leave a Reply

Your email address will not be published. Required fields are marked *