November 13, 2025
Home » ବନ୍ଧ ର ମରାମତି ପାଇଁ ରାସ୍ତାରୋକ୍ କଲେ ଗ୍ରାମବାସୀ

ବନ୍ଧ ର ମରାମତି ପାଇଁ ରାସ୍ତାରୋକ୍ କଲେ ଗ୍ରାମବାସୀ

0
WhatsApp Image 2025-11-11 at 4.30.02 PM (1)

 

 

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଏସ୍ କଲାପଥର ଗ୍ରାମ ର ଝରଣା ବନ୍ଧ ର ମରାମତି କରଣ ପାଇଁ ଗ୍ରାମବାସୀ  ସୋନପୁର ଅର୍ଜ୍ଜୁନପୁର୍ ରାସ୍ତା ରୋକ୍ କରିଛନ୍ତି। ଏହି ରାସ୍ତାରୋକ ଏସ ଏଚ ଜି ମାତୃଶକ୍ତି ମହାସଂଘ ନେତୃତ୍ବରେ ହୋଇଥିବା ସୂଚନା ମିଳିଛି। ଅନେକ ଦିନ ହେବ ଜିଲ୍ଲାପାଳ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ଦାବି ଜଣେଇ ଆସୁଥିଲେ ମଧ୍ୟ କିଛି ସୁଫଳ ନ ହେବା ରୁ ରାସ୍ତାରୋକ ଭଳି କଠୋର ନିଷ୍ପତ୍ତି ନେଇଥିବା ଗ୍ରାମବାସୀ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି।

ଏହି ବନ୍ଧ ଟି ସୁବର୍ଣ୍ଣପୁର ଜିଲ୍ଲା ଏସ କଳାପଥର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଥିବା ବେଳେ ଗ୍ରାମବାସୀ ବହୁ ବର୍ଷ ହେବ ବ୍ୟବହାର କରି ଆସୁଥିଲେ। ଏହି ବନ୍ଧ ରେ ନିତ୍ୟ ଶୌଚ ସହ ଚାଷ କାମ ରେ ମଧ୍ୟ ଆସୁଥିବାରୁ ବନ୍ଧ ର ମରାମତି ଦାବି କରିଛନ୍ତି ଗ୍ରାମବାସୀ। ଶତାଧିକ ମହିଳା ଏହି ରାସ୍ତାରୋକ ରେ ସାମିଲ ଥିବା ଦେଖିବାକୁ ମିଳିଥିଲା। ଶହ ଶହ ଟ୍ରକ୍ ଯାନବାହାନ ଅଟକି ରହିଥିବା ବେଳେ ଜରୁରୀ ଆମ୍ବୁଲାନ୍ସ ସେବା କୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ଅନେକ ଲୋକ ଯାତାୟାତ ରେ ଅସୁବିଧା ର ସମ୍ମୁଖୀନ ହୋଇଥିବା ବେଳେ ପଣ୍ଡାପାଲି କୁ ଯିବାକୁ ଥିବା ଦୈନିକ ଡାକ୍ତରାଣି ଙ୍କୁ ମଧ୍ୟ ରାସ୍ତା ନ ଛାଡ଼ିବା ରୁ ଗଣ ମାଧ୍ୟମ ସମ୍ମୁଖ ରେ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା ଡ଼ାକ୍ତର। ଜିଲ୍ଲାପାଳ ନିଜେ ଯାଇ ବନ୍ଧ ପରିଦର୍ଶନ କରି ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେବାପରେ ହଟିଛି ରାସ୍ତାରୋକ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *