November 13, 2025
Home » ଜାତୀୟ ଆଇନ ସେବା ପ୍ରାଧିକରଣ ଦିବସ -୨୦୨୫ ପାଳନ

ଜାତୀୟ ଆଇନ ସେବା ପ୍ରାଧିକରଣ ଦିବସ -୨୦୨୫ ପାଳନ

0
IMG-20251112-WA0111
ନୟାଗଡ଼ : ନୟାଗଡ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ, ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ ରେ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଜାତୀୟ ଆଇନ ସେବା ପ୍ରାଧିକରଣ -୨୦୨୫ ଅନୁଷ୍ଠିତ ହୋଇଯାଇଛି ।ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୋଲିସ ତାଲିମ ବିଦ୍ୟାଳୟର ଛାତ୍ର, ଅଧିକାର ମିତ୍ର,କୋର୍ଟ କର୍ମଚାରୀ, ଆଇନ ସେବା ପ୍ରାଧିକରଣ କର୍ମଚାରୀ ଏବଂ ଆଇନଜୀବୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଯାଇଛି l ଜାତୀୟ ଆଇନ ସେବା ପ୍ରାଧିକରଣ ଦିବସ ପାଳନ ଉପଲକ୍ଷେ ଜିଲ୍ଲା କୋର୍ଟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ପଥ ପ୍ରାନ୍ତ ନାଟକ, ଜନସାଧାରଣଙ୍କୁ ପ୍ରଚାର ପତ୍ର ବଣ୍ଟନ ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇ ପଦଯାତ୍ରାକୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସମାପ୍ତ କରାଯାଇଥିଲା l
ଉକ୍ତ ପଦ ଯାତ୍ରାକୁ ଅତିରିକ୍ତ ଜିଲ୍ଲା ଜଜ୍ ମାନସ କୁମାର ପଣ୍ଡା ଅନ୍ୟାନ୍ୟ ବିଚାର ପତିଙ୍କ ଗହଣରେ ପତାକା ହଲାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l  ଏହା ପରେ, ପୋଲିସ ଟ୍ରେନିଂ ସ୍କୁଲ ଠାରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା,ଏଥିରେ ଅତିଥି ପରିଚୟ ପ୍ରଦାନ ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା କରିଥିବା ବେଳେ ସଭାପତିତ୍ଵ କରିଥିଲେ ସଚିବ ଅଞ୍ଜଳି ମଛଖଣ୍ଡ l ମୁଖ୍ୟ ଅତିଥି ସିନିଅର ସିଭିଲ ଜର୍ଜ  ସତ୍ୟବ୍ରତ ରଣା ଜାତୀୟ ଆଇନ ସେବା ପ୍ରାଧିକରଣ ପାଳନ କରିବାର ଲକ୍ଷ୍ୟ ଏବଂ ଉଦେଶ୍ୟ ସମ୍ବଦ୍ଧରେ ନିଜ ବକ୍ତବ୍ୟ ରଖିଥିଲେ । ରେଜିଷ୍ଟର ତଥା ଜେ. ଜେ. ବି. ଅଧକ୍ଷା, ସୋନାଲି ସରିତା ଗରିବ ଲୋକଙ୍କ ପାଇଁ ଆଇନ ରେ ଥିବା ସୁବିଧା ସୁଯୋଗ ସମ୍ବନ୍ଧରେ  ବୁଝାଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏସ. ଡି. ଜେ. ମ୍, ସମାପିକ ସମଦର୍ଶିନି, ଡି. ଏସ. ପି, ବୋମନ ଚନ୍ଦ୍ର ଟୁଡୁ, ବରିଷ୍ଠ ସରକାରୀ ଆଇନ ଜିବି, ଦଣ୍ଡପାଣି ସ୍ୱାଇଁ, ଆଇନ ଜିବି, ପ୍ରଫୁଲ୍ଲ କୁମାର ଶତପଥୀ, ରମେଶ ଚନ୍ଦ୍ର ମହାରଣା, କାମାକ୍ଷl ପ୍ରସାଦ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଅଧିକାର ମିତ୍ର ମାନଙ୍କ ଦ୍ୱାରା ନାଲସା ଗୀତ ଓ ଥିମ ଉପରେ ନୃତ୍ୟ ଖୁବ ଉଚ୍ଚ କୋଟିର ହୋଇ ଦର୍ଶକ ଙ୍କ ପ୍ରଶଂସା ଭାଜନ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ଅଧିକାର ମିତ୍ର, ଆଇନ ସେବା କର୍ମଚାରୀ ସହଯୋଗ କରିଥିଲେ l ଶେଷରେ ପୋଲିସ ତାଲିମ ସ୍କୁଲ ର ଅଧକ୍ଷ ଭବେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *