November 19, 2025
Home » ବିହାର ଓ ଓଡିଶା ଉପନିର୍ବାଚନରେ ବିଜେପି ର ବିପୁଳ ବିଜୟ ନେଇ ପାରାଦୀପରେ ବିଜୟ ଉତ୍ସବ ପାଳନ

ବିହାର ଓ ଓଡିଶା ଉପନିର୍ବାଚନରେ ବିଜେପି ର ବିପୁଳ ବିଜୟ ନେଇ ପାରାଦୀପରେ ବିଜୟ ଉତ୍ସବ ପାଳନ

0
WhatsApp Image 2025-11-15 at 1.06.57 PM

 

ପାରାଦୀପ – ବିହାର ଓ ଓଡ଼ିଶାର ନୂଆପଡା ଉପନିର୍ବାଚନରେ ବିଜେପି ଦଳ ପ୍ରାର୍ଥୀଙ୍କର ବିପୁଳ ବିଜୟ କୁ ନେଇ ଶୁକ୍ରବାର ସନ୍ଧ୍ୟାରେ ପାରାଦୀପ ନଗର ବିଜେପି ପକ୍ଷରୁ ବାଜା ଓ ବାଣ ଫୁଟାଇ ବିଜୟ ଉଲ୍ଲାସ ପାଳନ କରାଯାଇଛି l ଏହି ଅଦଭୂତ ବିଜୟରେ ରାଜ୍ୟ ଠାରୁ ରାଜଧାନୀ ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରାଯାଇଥିବା ବେଳେ ପାରାଦୀପ ନଗର ବିଜେପି ପକ୍ଷରୁ ବାଜା ବଜାଇ ବାଣ ଫୁଟାଇ ଗୀତର ତାଳେ ତାଳେ ନାଚି ମସଗୁଲ ହୋଇଥିଲେ ସ୍ଥାନୀୟ ନେତା ଓ କର୍ମୀ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଉଥିଲା ଥାନା ଓ ନୂଆବଜାର ଛକ l ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ କର୍ମୀମାନେ l ପାରାଦୀପ ଆଦର୍ଶ ଥାନା ଛକରେ ସତେ ଯେମିତି ଦୀପାବଳି ର ଭ୍ରମ ସୃଷ୍ଟି କରିଥିଲା l ପୌରପାଳିକା ଅଧୀନରେ ଥିବା ବିଭିନ୍ନ ୱାର୍ଡରୁ ନେତା, ନାରୀନେତ୍ରୀ ଙ୍କ ସହ କର୍ମୀ ଶୁଭେଛୁ ଏବଂ ବିଜେପି ଦଳକୁ ଭଲପାଉଥିବା ଶୁଭେଛୁ ମାନେ ଏକତ୍ରିତ ହୋଇ ନିଜ ନିଜ ଭିତରେ ମିଠା ଖୁଆଇ ଖିସିରେ ମସଗୁଲ ଥିଲେ l ନୂଆପଡା ବାସୀ ଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଏହି ବିପୁଳ ବିଜୟ ପାଇଁ ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ l ସେହିପରି ନାରୀନେତ୍ରୀ ପ୍ରୀତିରେଖା ମାନା ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କୁ ସାଧୁବାଦ ଜଣାଇ ଥିଲାବେଳେ ଦଳର ସାଙ୍ଗଠନିକ ସ୍ଥିତି ଆହୁରି ମଜଭୁତ ହେଲା ବୋଲି କହିଥିଲେ l

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *