December 24, 2025
Home » ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୫ ପାଳିତ

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୫ ପାଳିତ

0
WhatsApp Image 2025-11-16 at 2.23.47 PM

 

ବରଗଡ଼: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହା ଆଡମ୍ବର ସହ‌କାରେ ପାଳିତ ହୋଇଛି । ସମାରୋହରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ସହ କହିଥିଲେ ଯେ, ଗଣମାଧ୍ୟମ ହେଉଛି ସମାଜର ଦର୍ପଣ, ସମାଜରେ ଘଟୁଥିବା ପ୍ରତ୍ୟେକ ନୀତି-ଅନୀତି, ଉନ୍ନତି-ଅବନତି ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନ‌ମତକୁ ଲୋକଲୋଚନକୁ ଆଣିବା ହେଉଛି ଗଣମାଧ୍ୟମର ଦାୟିତ୍ଵ । ଏହି ଦାୟିତ୍ବକୁ ଯେଉଁ ଗଣମାଧ୍ଯମ ସଠିକ୍ ଭାବେ ତୁଲାଇ ଜନସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହୁଅନ୍ତି, ସେମାନେ ହେଉଛନ୍ତି ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ପ୍ରତ୍ୟେକ ଖବରକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବା ଉଚିତ।ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରସନ୍ନ କୁମାର ମିଶ୍ର ମୁଖ୍ୟ ଵକ୍ତା ଭାବେ ଯୋଗ ଦେଇ ଉକ୍ତ ବର୍ଷରଆଜିର ପରିପ୍ରେକ୍ଷୀରେ ଅତ୍ୟନ୍ତ ସାମୟିକ ଓ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତେ ସତ୍ୟ, ନିରପେକ୍ଷ ଏବଂ ନୀତିସଂପନ୍ନ ସାମ୍ବାଦିକତା ପ୍ରତି ଅବିରତ ପ୍ରୟାସ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ଗଣତନ୍ତ୍ରୀୟ ମୂଲ୍ୟବୋଧ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବା ଉଚିତ।ସୋସିଆଲ ମିଡିଆ ଓ ତୀବ୍ର ସୂଚନା ଗତିର ଯୁଗରେ ଯେଉଁଠି ଭ୍ରମାତ୍ମକ ସୂଚନା ଦ୍ରୁତ ଭାବେ ପ୍ରସାରିତ ହେଉଛି, ସେଠି ସମସ୍ତେ ସତ୍ୟନିଷ୍ଠ ଓ ଦାୟିତ୍ୱଶୀଳ ସାମ୍ବାଦିକତା କରି ଜନମାନସରେ ଆସ୍ଥା ଓ ବିଶ୍ୱାସ ଜଗାଇ ପାରିଲେ ଆମ ସାମ୍ବାଦିକତା ସାର୍ଥକ ହେବ। ବିଭିନ୍ନ ପରିବର୍ତ୍ତନଗୁଡିକ ସତ୍ତ୍ବେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ସଠିକ ତ‌ଥ୍ୟ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ଆଗରେ ସତ୍ୟତା ପ୍ରତିପାଦନ କରିବା ହେଉଛି ସାମ୍ବାଦିକତାର ମୂଳମନ୍ତ୍ର । ତେଣୁ ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧୂ ସାମ୍ବାଦିକତାର ମୂଳମନ୍ତ୍ରକୁ ପାଥେୟ କରି କାର୍ଯ୍ୟକରିବା ସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନ ସହିତ ସମନ୍ବୟ ରଖି କାର୍ଯ୍ୟ କରିବା ଉଭୟଙ୍କ ପାଇଁ ନିହାତି ଜରୁରୀ ।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଡେପୁଟି କଲେକ୍ଟର ସୂର୍ଯ୍ୟମଣୀ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ସମ୍ବାଦିକତା ମାଧ୍ୟମରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ପ୍ରଦାୟକୁ ସଂଯୋଗ କରିବା ସହ ସମାଜକୁ ଅବଗତ କରାଇବାରେ ଗଣମାଧ୍ଯମ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ବପୂର୍ଣ,ତେଣୁ ସମୟର ତାଳ ସହ ତାଳ ମିଶାଇ ନିଜକୁ ଶିକ୍ଷିତ କରିବା ଆବଶ୍ୟକ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଭାବେ ସମାଜ ଖବର କାଗଜର ଜିଲ୍ଲା ପ୍ରତିନିଧ ଶ୍ରୀ ବାଲାଜୀ ବିଭୁରଞ୍ଜନ ତରାସିଆ ଏବଂ ନ୍ୟୁଜ-୧୮ ଓଡିଆ ଜିଲ୍ଲା ପ୍ରତିନିଧ ଶ୍ରୀ ରଞ୍ଜନ କୁମାର ଦେବତା ଜାତୀୟ ପ୍ରେସ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ବିଷୟରେ ବୁଜାଇ କହିବା ସହିତ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧ ସମ୍ବାଦିକତାର ଗାରିମାକୁ ବଜାଇରଖିବା ଏବଂ ଏକତ୍ରିତ ହୋଇ ପ୍ରସାଶନ ସହ ସମନ୍ବୟ ରଖ୍ କାର୍ଯ୍ୟ କରିବା ପାଇଁ କହିଥିଲେ ଏବଂ ଓଟିଭି ଜିଲ୍ଲା ପ୍ରତିନିଧି ଶ୍ରୀ ଧର୍ମଦତ୍ତ ପାଢ଼ୀ ସୁନ୍ଦର କବିତା ପାଠ କରିଥିଲେ।ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଲୋକ ସମ୍ପର୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

 

ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ)

Leave a Reply

Your email address will not be published. Required fields are marked *