ହୃଦଘାତରେ ସାଇ ସଂଗଠନର ପୂର୍ବତନ ଉପସଭାପତିଙ୍କ ମୃତ୍ୟୁ
ନୟାଗଡ଼: ନୟାଗଡ଼ ଜିଲ୍ଲା ସାଇ ସଂଗଠନର ପୂର୍ବତନ ଉପସଭାପତି ପ୍ରତାପ ଚନ୍ଦ୍ର ପରିଡ଼ା ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତାଙ୍କର ପାର୍ଥୀବ ଶରୀରକୁ ନୟାଗଡ଼ ବ୍ଳକ ଅନ୍ତର୍ଗତ ନାଗମୁଣ୍ଡୁଳି ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।ସେ ଗତ ୧୪ ତାରିଖରେ ଆନ୍ଧ୍ର ପ୍ରଦେଶର ସତ୍ୟସାଇ ପ୍ରଶାନ୍ତି ନିଳୟରେ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ଉତ୍ସବକୁ ନୟାଗଡ଼ର ୮୫ ଜଣ ସାଇ ଭକ୍ତଙ୍କୁ ନେଇ ଯାଇଥିଲେ । ସେଠାରେ ସତ୍ୟସାଇଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ପ୍ରତାପଙ୍କର ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭୂତ ହୋଇଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ସତ୍ୟସାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଗତକାଲି ତାଙ୍କର ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ପ୍ରଶାନ୍ତିରୁ ନିଜ ଗାଁ ନୟାଗଡ଼ର ନାଗମୁଣ୍ଡୁଳିକୁ ନିଆଯାଇଥିଲା।ପାଟୁଳିସାହି ଠାରୁ ନୟାଗଡ଼ ଜିଲ୍ଲାର ତାଙ୍କର ବନ୍ଧୁ ପରିଜନ, ପ୍ରଶଂସକ ଓ ସାଇ ଭକ୍ତମାନେ ଏକ ବିରାଟ ଶୋଭାଯାତ୍ରାରେ ଶବକୁ ନାଗମୁଣ୍ଡୁଳି ଗାଁ ଶ୍ମଶାନକୁ ନେଇଥିଲେ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ମୃତ୍ୟୁରେ ସାଇ ପରିବାର ସ୍ତବ୍ଧ ହୋଇପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଭିନ୍ନ ବ୍ୟକ୍ତି ବିଶେଷ ପ୍ରତାପଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
