November 21, 2025
Home » ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ଙ୍କ ପାଇଁ ଯୋଜନା ଅପହଞ୍ଚ

ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ଙ୍କ ପାଇଁ ଯୋଜନା ଅପହଞ୍ଚ

0
WhatsApp Image 2025-11-19 at 2.58.59 PM

ଶ୍ରୀକ୍ଷେତ୍ର ର ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି। ହେଲେ ଦୁର୍ଭାଗ୍ୟ ର ବିଷୟ ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ଙ୍କ ପାଇଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ଶ୍ରୀ ମନ୍ଦିର କୁ ଆସୁଥିବା ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ଙ୍କ ନିମନ୍ତେ ମାଗଣା ରେ ରାତି ରେ ରହିବା ନେଇ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଏବେ ପ୍ରବଳ ଶୀତ କାକରରେ ଅନେକ ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ମାନେ ବଡ ଦାଣ୍ଡ ରେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି। ସକାଳ ହେଲେ ନିଜ ଗନ୍ତବ୍ୟ ସ୍ଥଳ କୁ ବାହାରି ଯାଉଛନ୍ତି। ଅନେକ ଶ୍ରଦ୍ଧାଳୁ ପୁରୀ ସହର ରେ ନୁଆ ହୋଇଥିବାରୁ ରାତିରେ ଅନ୍ୟ କୌଣସି ସ୍ଥାନ କୁ ସୁରକ୍ଷିତ ନ ଭାବି ଶ୍ରୀ ମନ୍ଦିର ସମ୍ମୁଖ ବଡ ଦାଣ୍ଡ ରେ ରାତିରେ ଶୋଇ ପଡୁଚନ୍ତି।ବଡ ଦାଣ୍ଡ ରେ ଅନେକ ଧର୍ମଶାଳା ରହିଚି। ଯାହାକି ଗରିବ ଭକ୍ତ ଙ୍କ ରାତି ରହଣି ପାଇଁ ବ୍ୟବସ୍ଥା ହୋଇପାରିବ। ହେଲେ ପ୍ରଶାସନ ର ଆନ୍ତରିକତା ଅଭାବ ରୁ ଏହା କାର୍ଯ୍ୟକାରୀ ହେବାର ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଅନେକ ଧର୍ମଶାଳା ଏବେ ଯାତ୍ରୀ ବ୍ୟବସାୟ ରେ ଲାଗିଥିବା ବେଳେ କେତେକ ଧର୍ମଶାଳା କୁ ଖୋଦ ପୁରୀ ଜିଲ୍ଲା ପ୍ରଶାସନ ନିଜେ ଆକ୍ତିଆର କରି ସିଂହଦ୍ଵାରା ଥାନା ସମେତ ଶ୍ରୀ ମନ୍ଦିର ପ୍ରଶାସନ ର ବିଭିନ୍ନ ବିଭାଗ ର କାର୍ଯ୍ୟାଳୟ ଚାଲିଚି। ଶ୍ରୀକ୍ଷେତ୍ର କୁ ଆସୁଥିବା ଗରିବ ଶ୍ରଦ୍ଧାଳୁ ମାନେ ରହିବା ଅନେକ ବଦାନ୍ୟ ବ୍ୟକ୍ତି ଧର୍ମଶାଳା କରିଥଲେ। ହେଲେ ଦୁଃଖ ର ବିଷୟ ଧର୍ମଶାଳା ଗୁଡ଼ିକ ଏବେ ଲଜ୍ ବ୍ୟବସାୟ, ହୋଟେଲ ବ୍ୟବସାୟ ଓ ସରକାରୀ ଅଫିସ ପରିଣତ ହୋଇଛି। ଶ୍ରୀ ମନ୍ଦିର ସମ୍ମୁଖ ରେ ବାଗେଡିଆ ଧର୍ମଶାଳା ରେ ସିଂହଦ୍ୱାର ଥାନା ସମେତ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ର ବିଭାଗ ପାଇଁ ଅଫିସ ରହିଚି । ସେହିପରି ବଡ ଦାଣ୍ଡ ମରିଚିକୋଟ ଛକ ରେ ଥିବା ଡୁଡୁୱାଲ ଧର୍ମଶାଳା ରେ ଯାତ୍ରୀ ରହଣି ବ୍ୟବସାୟ, ବଡ ଦାଣ୍ଡ ରେ ଥିବା ବଗଲା ଧର୍ମଶାଳା ସ୍ଥାନରେ ହୋଟେଲ ବ୍ୟବସାୟ ଚାଲିଚି।

ଭକ୍ତ ଙ୍କ ପାଇଁ ସ୍ବଳ୍ପ ମୂଲ୍ୟରେ ଅବା ମାଗଣା ରେ ରହିବା ପାଇଁ ବ୍ୟବସ୍ଥା ନଥିବାରୁ ଦୁରରୁ ଆସୁଥିବା ଗରିବ ଭକ୍ତ ଟିଏ ସ୍ୱଳ୍ପ ମୂଲ୍ୟରେ ଘରେ ରହିବା ପାଇଁ ଆଉ ବ୍ୟବସ୍ଥା ନାହିଁ। ଛୋଟ ଛୋଟ ଲଜ ରାତିରେ ରୁମ୍ ପିଛା ୧୦୦୦ ରୁ ୨୦୦୦ ଟଙ୍କା ଯାଏ ଦର ରଖିଛନ୍ତି। ଫଳରେ ଗରିବ ଶ୍ରେଣୀର ଲୋକ ମାନେ ଏହି ଅର୍ଥ ଦେଇ ଲଜ ନେବା ସକ୍ଷମ ହେଉନାହାନ୍ତି। ଫଳରେ ବାଧ୍ୟ ହୋଇ ଗରିବ ଭକ୍ତ ଟିଏ ବଡ ଦାଣ୍ଡ ରେ ଶୀତ କାକରରେ ରାତି କାଟି ସକାଳୁ ନିଜ ଗନ୍ତବ୍ୟ ପଥ ଅଭିମୁଖେ ବାହାରି ଯାଉଛନ୍ତି। ତେବେ ମହିଳା, ଛୋଟ ଛୋଟ ପିଲା ଶୀତ କାକରରେ ବଡ ଦାଣ୍ଡ ରେ ଖୋଲା ଆକାଶ ତଳେ ରାତି କାଟିବା ଘଟଣା କୁ ବୁଦ୍ଧିଜୀବି ଉଦବେଗ ପ୍ରକାଶ କରିଛନ୍ତି।ଏବେ ନଭେମ୍ବର ମାସ ଶେଷ ହେବାକୁ ଆସୁଥିବା ବେଳେ ପ୍ରବଳଶୀତ ଲହରୀ ଆରଂଭ ହୋଇ ଗଲାଣି। ରାତିରେ ବାହାରେ ବୁଲିବା ବହୁତ୍ ମୁସ୍କିଲ ହୋଇପଡ଼ୁଚି। ଏଣୁ ଶୀତ କାକରରେ ରାତି ବଡ ଦାଣ୍ଡ ରେ ସକାଳ ପର୍ଯ୍ୟନ୍ତ ରାତି କାଟିବା ବହୁତ୍ କଷ୍ଟ ସାଧ୍ୟ ହୋଇପଡ଼ିଛି। ଖରାଦିନେ ଲୋକ ମାନେ ଯେନତେନେ ବଡ ଦାଣ୍ଡ ରେ ରାତି କଟାଇ ଦେଉଥିବା ବେଳେ ଏବେ ପ୍ରବଳ ଶୀତ ରେ ବଡ ଦାଣ୍ଡ ରେ ରାତି କାଟିବା ବହୁତ୍ ଅସୁବିଧା ଭୋଗୁଛନ୍ତି ଗରିବ ଶ୍ରେଣୀର। ବିଶେଷ କରି ମହିଳା , ଛୋଟ ଛୋଟ ପିଲା ପ୍ରବଳ ଶୀତ କାକରରେ ବଡ ଦାଣ୍ଡ ରେ ରାତିରେ ଶୋଇ ରହିବା ଦୃଶ୍ୟ କୁ ବହୁତ୍ ପୀଡ଼ା ଦାୟକ। ପ୍ରତ୍ୟେକ ଦିନ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀ ମନ୍ଦିର ପ୍ରଶାସନ ଅଧିକାରୀ ଶ୍ରୀ ମନ୍ଦିର କୁ ଆସୁଛନ୍ତି। ହେଲେ ବଡ ଦାଣ୍ଡ ରେ ପ୍ରବଳ ଶୀତ କାକରରେ ରାତି କାଟୁଥବା ଗରିବ ଶ୍ରଦ୍ଧାଳୁ ଙ୍କ ପାଇଁ ମାଗଣା ରେ ବଡ ଦାଣ୍ଡ ରେ ଥିବା ଧର୍ମଶାଳା ଗୁଡ଼ିକରେ ରାତ୍ରି ରହଣି ବ୍ୟବସ୍ଥା ନ କରିବା ଜଗନ୍ନାଥ୍ ପ୍ରେମୀ ଙ୍କୁ ଦୁଃଖ ଦେଉଚି। ଶ୍ରୀ ମନ୍ଦିର ଉନ୍ନତି ଓ ଭକ୍ତ ଙ୍କ ସୁବିଧା ଏବଂ ସୁରକ୍ଷା ଅର୍ଥ ର ଅଭାବ ରହିବ ନାହିଁ ବୋଲି ବାରମ୍ବାର ସରକାର ଘୋଷଣା କରୁଛନ୍ତି। ହେଲେ ଏହା କେବେ କାର୍ଯ୍ୟକାରୀ ହେବ ସେ ନେଇ ଜଗନ୍ନାଥ୍ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ଯୁଗେ ଯୁଗେ ଭକ୍ତ ଙ୍କୁ ନେଇ ଭଗବାନ ମଧ୍ୟରେ ନିବିଡ ସମ୍ପର୍କ ରହି ଆସିଚି। ଏହା ଆମ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏଣୁ ଭକ୍ତ ଙ୍କୁ ସବୁବେଳେ ପ୍ରାଧାନ୍ୟ ଦିଆଯାଇଛି। ହେଲେ ଶ୍ରୀ ମନ୍ଦିର ର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।

ହେଲେ ଭଗବାନ ଙ୍କ ନିକଟ କୁ ଆସୁଥିବା ସାଧାରଣ ଗରିବ ଭକ୍ତ ର ସୁବିଧା ଅସୁବିଧା କୁ ନେଇ ସରକାର କି ପ୍ରଶାସନ କିଛି ପଦକ୍ଷେପ ନେଉନାହାନ୍ତି ବୋଲି ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି। ମାନବିକତା ଦୃଷ୍ଟି କୋଣ ରୁ ପୁରୀ ଜିଲା ପ୍ରଶାସନ ତୁରନ୍ତ ବଡ଼ ଦାଣ୍ଡ ରେ ପ୍ରବଳ ଶୀତ ରେ ରାତି କାଟୁଥିବା ଭକ୍ତ ଙ୍କୁ ମାଗଣା ରେ ବଡ ଦାଣ୍ଡ ରେ ଥିବା ଧର୍ମଶାଳା ହେଉ ଅବା ଅନ୍ୟ ସ୍ଥାନରେ ରାତ୍ରି ରହଣି ପାଇଁ ବ୍ୟବସ୍ଥା କରିବାକୁ ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି।କେନ୍ଦୁଝର ରୁ ଶ୍ରୀ ମନ୍ଦିର କୁ ଆସିଥିବା ଜଣେ ମହିଳା ଶ୍ରଦ୍ଧାଳୁ କଳ୍ପନା ନାଏକ ନିଜ ପ୍ରତିକ୍ରିୟାରେ କୁହନ୍ତି, ମୁଁ ମୋ ସାଙ୍ଗ ମାନଙ୍କ ସହ ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ପୁରୀ ଆସିଥିଲି।ମହାପ୍ରଭୁ ଙ୍କ ଦର୍ଶନ ସାରି ଆମେ ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟ ରେ ବସି ରହିଛୁ। ଆମର ରାତିରେ ଯିବା ପାଇଁ ଟ୍ରେନ ନାହିଁ। ସକାଳେ ଟ୍ରେନ ଅଛି। ଏଣୁ ଆମେ ବଡ ଦାଣ୍ଡ ରେ ସକାଳ ପର୍ଯ୍ୟନ୍ତ ରହିବା ପାଇଁ ନିଷ୍ପତ୍ତି ନେଲୁ। ଘରୁ ଆଣିଥିବା କିଛି ଶୀତ ବସ୍ତ୍ର ପିନ୍ଧି ବଡ ଦାଣ୍ଡ ରେ ରାତି କାଟିବୁ । ତେବେ ରେଲୱେ ଷ୍ଟେସନ ଆମେ ତିନି ମହିଳା ରହିବା ସୁରକ୍ଷିତ ମନେକରୁନୁ। ଶ୍ରୀ ମନ୍ଦିର ନିକଟ ଅନେକ ଲୋକ ରହିଛନ୍ତି । ଏଣୁ ଏଠାରେ ରାତିରେ ରହିବା ପାଇଁ ନିଷ୍ପତ୍ତି ନେଲୁ। ତେବେ ଅନେକ ଭକ୍ତ ବଡ ଦାଣ୍ଡ ରେ ପ୍ରବଳ ଶୀତ ରେ ଶୋଇ ରହିଛନ୍ତି । ତେବେ ଲୋକ ଙ୍କ ରାତ୍ରୀ ରହଣି ପାଇଁ ଆମ ସରକାର ପଦକ୍ଷେପ ନେବା ଉଚିତ୍ । ବଡ ଦାଣ୍ଡ ରହିଲେ ମଧ୍ୟ ଆମେ ମହିଳା ହୋଇଥିବାରୁ ଭୟ ମଧ୍ୟ ରହିଛି। କେବଳ ଲୋକ ଅଧିକ ଥିବାରୁ ସେହି ଭରସାରେ ଆମେ ଏଠାରେ ରାତି କାଟିବା ପାଇଁ ନିଷ୍ପତ୍ତି ନେଇଛୁ। ବଡ ଦାଣ୍ଡ ରେ ଅନେକ ଧର୍ମଶାଳା ରହିଚି। ସେଠାରେ ଭକ୍ତ ଙ୍କ ରାତ୍ରୀ ରହଣୀ ପାଇଁ ବ୍ୟବସ୍ଥା ହୋଇପାରିଲେ ବହୁତ୍ ଭଲ ହେବ । ପ୍ରବଳ ଶୀତ କାକରରେ ବହୁତ୍ ଗରିବ ଶ୍ରେଣୀର ଲୋକ ମାନେ ଛୋଟ ଛୋଟ ପିଲା ଙ୍କୁ ନେଇ ବହୁ କଷ୍ଟରେ ରାତି କାଟୁଛନ୍ତି। ଯାହାକି ବହୁତ୍ କଷ୍ଟ ଦାୟକ। ସରକାର ଭକ୍ତ ଙ୍କ ରାତ୍ରି ରହଣି ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟ ରେ ଥିବା ଧର୍ମଶାଳା ଗୁଡ଼ିକରେ ବ୍ୟବସ୍ଥା କରିବା ଉଚିତ୍।ବିହାର ଆସିଥିବା ଜଣେ ଶ୍ରଦ୍ଧାଳୁ ପଙ୍କଜ ଭାରତୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ମତେ ସକାଳୁ ମହାପ୍ରଭୁ ଙ୍କୁ ଦର୍ଶନ କରିବାର ଅଛି। ଅର୍ଥ ଅଭାବ ହେତୁ ରାତିରେ ରହିବା ପାଇଁ ଲଜ୍ ନେଇ ପାରିଲି ନାହିଁ। ଏଣୁ ଭାବିଲି ଶ୍ରୀ ମନ୍ଦିର ନିକଟ ରେ ରାତିରେ ରହିବି। ଏଠାରେ ଲୋକ ଙ୍କ ଚଳ ପ୍ରଚଳ ଥିବାରୁ ଏଠାରେ ରହିବାକୁ ଭରସା ଆସିଲା। ହେଲେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏଥି ପାଇଁ କଷ୍ଟ ହେଉଚି। ହେଲେ ମୋ ପାଖରେ ଆଉ କିଛି ବିକଳ୍ପ ନାହିଁ। ବଡ ଦାଣ୍ଡ ରେ ଅନେକ ଲୋକ ମୋ ସହିତ ଅଛନ୍ତି । ବିଭିନ୍ନ କାରଣରୁ ଲୋକ ମାନେ ଏଠାରେ ରାତିରେ ଶୋଇ ରହିଛନ୍ତି। ବଡ ଦାଣ୍ଡ ଯାହା ଧର୍ମଶାଳା ରହିଚି ସେଠାର ମାଗଣା ରେ ରହିବା ନେଇ ବ୍ୟବସ୍ଥା ନାହିଁ। ଅନେକ ସ୍ଥାନରେ ରୁମ୍ ବୁକ୍ ହୋଇସାରିଥିବା କହି ରୁମ୍ ଦିଆଯାଉନାହି। ଶ୍ରୀ ମନ୍ଦିର କୁ ଆସୁଥିବା ଯାତ୍ରୀ ମାନେ ରହିବା ପାଇଁ ଧର୍ମଶାଳା କରାଯାଇଥିଲା ।

 

ହେଲେ ଯାତ୍ରୀ ରହିବା ପାଇଁ ଆଉ ବ୍ୟବସ୍ଥା ନାହିଁ। ମୋର ସ୍ଥାନୀୟ ଜିଲାପାଳ ଙ୍କୁ ଅନୁରୋଧ ବଡ ଦାଣ୍ଡ ରେ କିଛି ରାତ୍ରୀ ଆଶ୍ରୟ ସ୍ଥଳୀ ଭକ୍ତ ଙ୍କ ପାଇଁ କରନ୍ତୁ। ଏହା ଦ୍ଵାରା ଗରିବ ଭକ୍ତ ମାନେ ଉପକୃତ ହୋଇପାରିବେ।ଜଗନ୍ନାଥପ୍ରେମୀ ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ଶ୍ରୀ ମନ୍ଦିର ଚାରିପାଖେ ଅନେକ ମଠ ଥିଲା। ଦୂରରୁ ଆସୁଥିବା ଗରିବ ଭକ୍ତ ମାନେ ଏହି ମଠ ଗୁଡ଼ିକ ସ୍ୱଳ୍ପ ମୂଲ୍ୟରେ ଅବା ମାଗଣା ରେ ରାତି ରେ ରହୁଥିଲେ। ହେଲେ ଏବେ ଆଉ ସେ ମଠ ନାହିଁ। ଲଜ୍ ର ଦାମ ଅଧିକ ଥିବାରୁ ଅନେକ ଗରିବ ଶ୍ରଦ୍ଧାଳୁ ଲଜ ନେବାରେ ସକ୍ଷମ ନୁହନ୍ତି। ସେମାନେ ବାଧ୍ୟ ହୋଇ ରାତିରେ ଶୀତ କାକରରେ ବଡ ଦାଣ୍ଡ ରେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି। ଏଣୁ ପ୍ରଶାସନ ଗରିବ ଭକ୍ତ ମାନେ ରାତିରେ ମାଗଣା ରେ ରହଣି ପାଇଁ ବ୍ୟବସ୍ଥା କରାଯାଉ। ଏବେ ଦିଲ୍ଲୀ ରେ ବିସ୍ଫୋରଣ ପରେ ଶ୍ରୀ ମନ୍ଦିର ର ସୁରକ୍ଷା ପାଇଁ ମନ୍ଦିର ଚାରିପାଖ କୁ ଖାଲି ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଯଦି ଶ୍ରୀ ମନ୍ଦିର ପାଖରେ ଅଜଣା ଲୋକ ମାନେ ଶୋଇ ରହିବେ ଶ୍ରୀ ମନ୍ଦିର ସୁରକ୍ଷା ଉପରେ ବିପଦ ରହିଛି। ଏଣୁ ଶ୍ରୀ ମନ୍ଦିର ଚାରିପାଖେ ଶୋଇ ରହୁଥିବା ଭକ୍ତ ଙ୍କ ପାଇଁ ମାଗଣା ରେ ରାତ୍ରୀ ରହଣୀ ବ୍ୟବସ୍ଥା ପ୍ରଶାସନ କରିବା ଉଚିତ୍। ତେବେ ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତ ଶୀତ କାକରରେ ରାତି ରେ ଖୋଲା ଆକାଶ ତଳେ ପଡ଼ିରହିବା କୁ ଦେଖିଲେ ବହୁତ୍ କଷ୍ଟ ଲାଗୁଚି। ବଡ ଦାଣ୍ଡ ରେ ଥିବା ବିଭିନ୍ନ ଧର୍ମଶାଳା ରେ ଏହି ଭକ୍ତ ଙ୍କ ରାତ୍ରି ରହଣି ବ୍ୟବସ୍ଥା ହୋଇପାରିଲେ ବହୁତ୍ ଭଲ ହୁଅନ୍ତା। ପ୍ରଶାସନ ଏ ନେଇ ଆଗେଇ ଆସିବା ଉଚିତ।ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ରେ ଥିବା ରାତ୍ରୀ ଆଶ୍ରୟ ସ୍ଥଳୀ କୁ ପ୍ରସ୍ତୁତ ରଖାଯାଇଛି । ବଡ ଦାଣ୍ଡ ରେ ରାତିରେ ନ ଶୋଇବା ପାଇଁ ଲୋକ ଙ୍କୁ କୁହାଯାଉଛି। ଏ ନେଇ ଆମର ଏକ ସ୍ବତନ୍ତ୍ର ଟିମ୍ ଲୋକ ଙ୍କ ସହ ଆଲୋଚନା କରି ସହାୟତା ଯୋଗାଇ ଦେଉଛନ୍ତି। ଭକ୍ତ ଙ୍କ ସୁବିଧା ପାଇଁ ପଦକ୍ଷେପ ନିଆଯାଉଛି।

Leave a Reply

Your email address will not be published. Required fields are marked *