November 21, 2025
Home » କେସିଙ୍ଗା:କିକିଆ ରେ ବିଶେଷ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

କେସିଙ୍ଗା:କିକିଆ ରେ ବିଶେଷ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

0
WhatsApp Image 2025-11-21 at 2.13.48 PM

ବର୍ଷା ଋତୁ ଶେଷ ହୋଇ ଶୀତ ଆରମ୍ଭ ହେଲାଣି ଏହି ସମୟରେ ଅନେକ ଲୋକଙ୍କ ଦେହ ବିଗିଡି ଥାଏ କାହାକୁ ଜ୍ଵର ମୁଣ୍ଡବିନ୍ଧା ତ ଆଉ କାହାକୁ ଅନ୍ୟ କିଛି ସମସ୍ୟା ଦେଖାଯାଇଥାଏ।ପୁଣି ବର୍ତ୍ତମାନ ଧାନ ର ଅମଳ ସମୟ ମେଡିକାଲ ଆସି ଚିକିତ୍ସା ହେବା ପାଇଁ ସମୟ ଓ ପଇସା ର ଘୋର ଅଭାବ ରହିଥାଏ।ତେଣୁ ଏହି ସବୁ ସମସ୍ୟା କୁ ଦୃଷ୍ଟି ରେ ରଖି ଲୋକଙ୍କ ପାଖରେ ବିନା ମୂଲ୍ୟରେ ସ୍ଵାସ୍ଥ୍ୟ ସେବା ପ୍ରଦାନ ପାଇଁ ଗତକାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ଏସବିଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ବିଶେଷଜ୍ଞ ଡାକ୍ତର ଦଳ ସାଙ୍ଗକୁ ଲେଵ ଟେକନିସିଏନ ଓ ଔଷଧ ପତ୍ର ନେଇ ଏକ ବିଶେଷ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

କିକିଆ ଗ୍ରାମବାସୀ ଙ୍କ ସମେତ ଆଖ ପାଖ ପଡୋଶୀ ଗ୍ରାମର ଲୋକେ ଉକ୍ତ ସ୍ଵାସ୍ଥ୍ୟ ଶିବିରକୁ ଆସି ନିଜ ସ୍ଵାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ମାଗଣାରେ ଔଷଧ ପତ୍ର ନେବା ସହିତ ଡାକ୍ତରଙ୍କ ବହୁମୂଲ୍ୟ ପରାମର୍ଶ ନେଇଥିଲେ। ଏହି ସ୍ଵାସ୍ଥ୍ୟ ଶିବିରକୁ ଏସବିଆଇ ଫାଉଣ୍ଡେସନ ସଭାପତି ଜଗନ୍ନାଥ ସାହୁ ଉଦଘାଟନ କରିଥିବା ବେଳେ ଏଥିରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିବପ୍ରସାଦ ଆଚାରୀ, ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଶତପଥୀ, ପବ୍ଲିକ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର ନାଥ ଖଟୁଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାମକୀ ଫାଉଣ୍ଡେସନ ର ସଭାପତି ଏମ ଭି ରାମି ରେଡ୍ଡୀ , ଡି ପି ଏମ ଦିଲୀପ ଦୁବେ ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *