ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
ଡିସେମ୍ବର ୨୯/୧୧/୨୦୨୫ ତାରିଖରୁ ଧାନ ସଂଗ୍ରହ ଶୁଭାରମ୍ଭ ହେବା ନିଷ୍ପତି
ନୟାଗଡ ଜିଲ୍ଲାରେ ଏହି ବର୍ଷ କିପରି ସୁନିୟନ୍ତ୍ରିତ ଭାବରେ ଧାନ ସଂଗ୍ରହ ହେବ ସେନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭଗୃହରେ ଅପରାହ୍ନ ୪.୦୦ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ସାଂସଦ, କନ୍ଧମାଳ, ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ, ମାନ୍ୟବର ବିଧାୟକ ଦଶପଲ୍ଲା, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ସମ୍ମାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣଦେଵ ସମାଦାର, ଜିଲ୍ଲା ଯୋଗାଣ ଅଧିକାରୀ ମୁରଲୀ କୃଷ୍ଣ, ଜିଲ୍ଲା କୃଷି ଅଧିକାରୀ, ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ପୁର୍ଵବର୍ଷ ର ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କହିଥିଲେ । ଯୋଗାଣ ଅଧିକାରୀ ସିଏଚ ମୁରଲିକୃଷ୍ଣ ବିଶଦ ଭାବରେ ୨୦୨୪-୨୫ ଧାନ କିଣିବାକୁ ୧୭ ଲକ୍ଷ ୩୧ ହଜାର ୪୭୦ କ୍ଵିଣ୍ଟାଲ ୫୯ କେଜି ଲକ୍ଷ୍ୟ ଧାର୍ଯ୍ୟ ଥିଲା ବେଳେ ୧୬ ଲକ୍ଷ୍ୟ ୯୩ ହଜାର ୨୯୦ କ୍ଵିଣ୍ଟାଲ ୩ କେଜି କିଣା ଯାଇଥିଲା । ଶତକଡା ହିସାବରେ ୯୭.୮୦ % । ଚଳିତ ୨୦୨୫-୨୬ ବର୍ଷର ଲକ୍ଷ ଧାର୍ଯ୍ୟ ୧୦ ଲକ୍ଷ୍ୟ ୧୬ ହଜାର ଅଛି । ଗତବର୍ଷ ପଞ୍ଜିକୃତ ଚାଷୀ ସଂଖ୍ୟା ୫୩୮୩୯ ଥିବାବେଳେ ଏହି ବର୍ଷ ପଞ୍ଜିକୃତ ଚାଷୀ ସଂଖ୍ୟା ୫୭୯୭୨ ଜଣ । ଗତବର୍ଷ ୧୫୩ ସମବାୟ ସମିତି ଧାନ କିଣାରେ ଅଂଶ ଗ୍ରହଣ କରି ଥିବାବେଳେ ୧୬୮ଟି ମଣ୍ଡି ଖୋଲାଯାଇଥିଲା ।

ଡି .ଆର.ସି.ଏସ ନୟାଗଡ଼ ତାଙ୍କ ବକ୍ତବ୍ୟରେ କହିଥିଲେ ଗତବର୍ଷ ଧାନ କିଣା ଯାହା ଟାର୍ଗେଟ ଥିଲା ପାଖାପାଖି ପୁରଣ କରାଯାଇଥିଲା । ଏ ବର୍ଷ ଆମ ଟାର୍ଗେଟ ଭିତରେ କରିବାକୁ ପଡ଼ିବ । ସମବାୟ ବିଭାଗ ଦ୍ଵାରା ୫୧ ଯାଗାରେ ପରମାନେଣ୍ଟ ଷ୍ଟ୍ରକଚର କରିବା ସହ ପାଣି ପିଇବାକୁ ଫିଲଟର, ତାରପୋଲିନ ଯୋଗାଇ ଦିଆଯିବ ।
ଏମ ଏସ ପି କୁ ନେଇ କିଛି ସମୟ ସଭ୍ୟ ମାନଙ୍କ ମଧ୍ୟରେ ହୋହାଲ୍ଲା ହୋଇଥିଲା । ବିଗତ ସରକାର ୧୦୦ଟଙ୍କା ଦେବାକୁ କହି ଦେଇ ନଥିଲେ, ବର୍ତ୍ତମାନ ସରକାର ୮୦୦ଟଙ୍କା ଦେଉଛନ୍ତି । ଏହି ପରିଭାବରେ କଥା କଟାକଟି ଚାଲିଥିଲା । କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ବୈଠକ ଚାଲିଥିଲା । ଗତବର୍ଷର ଧାନ କିଣାରେ ଅଵବ୍ୟସ୍ଥା, କୃଷକ ମାନଙ୍କୁ ହଇରାଣ ହରକତ, ସର୍ବୋପରି ମନଇଚ୍ଛା କଟଣି ଛଟନି, ନିମ୍ନମାନର ଜାରିପାଲ ଯୋଗାଣ, ଚାଷୀଙ୍କୁପାନୀୟଜଳ ଯୋଗାଣରେ ଅବହେଳା, ମଣ୍ଡିରେ ଧାନ ସୁରକ୍ଷିତ ନରହିବା, ମିଲର ମାନଙ୍କର ମନମାନି ସର୍ବୋପରି ସମବାୟ ସମିତି ସଂପାଦକ ଓ ସଭାପତି ମାନଙ୍କର ଚାଷୀ ଓ କମିଟି ସଭ୍ୟମାନଙ୍କୁ ଖରାପ ବ୍ୟବହାରକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ ,ସଭ୍ୟ ସନ୍ତୋଷ ପ୍ରଧାନ, ଗଙ୍ଗାଧର ପଣ୍ଡା, ସୌମ୍ୟରଞ୍ଜନ ପ୍ରଧାନ, ବସନ୍ତ ପଟ୍ଟନାୟକ ପ୍ରଭୃତି । ସଭ୍ୟମାନେ ଅଭିଯୋଗ କରିବା ସହିତ ଏହି ବର୍ଷ ଠିକ୍ ଭାବରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବା ପାଇଁ ପ୍ରସ୍ତାବ ଦେଇଥିଲେ ।ସାଂସଦ କନ୍ଧମାଳ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଚାଷୀ ମାନଙ୍କର ଧାନ କିଣାରେ ଗତବର୍ଷ ହୋଇଥିବା ଅସୁବିଧା ଦୁରକରି ଧାନ କିଣିବା ପାଇଁ କହିବା ସହିତ କର୍ମଚାରୀ, ଚାଷୀ ଓ ମିଲରଙ୍କର ସହଯୋଗ କାମନକରିଥିଲେ । ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ଗତବର୍ଷ ଚାଷୀମାନେ ବହୁତ ହଇରାଣ ହୋଇଛନ୍ତି । ମୁଁ ନିଜେ କିପରି ତାର ଶିକାର ହୋଇଛି ଶୁଣନ୍ତୁ ବୋଲି କହି ବକ୍ତବ୍ୟ ଆରମ୍ଭରେ ମନ ଇଚ୍ଛା କ୍ଵିଣ୍ଟାଲ ପିଛା ୯ କେଜି ୧୦ କେଜି, ୧୨ କେଜି କାଟୁଥିଲେ ।ଖୋର୍ଦ୍ଧା ଜିଲ୍ଲାରେ ଓ କନ୍ଧମାଳରେ ୨ ରୁ ୩ କେଜି କଟା ଯାଉଥିଲା । ମୁଁ ନିଜେ ଅଭିଯୋଗ କରିବାରେ ପୂର୍ବ ଯୋଗାଣ ଅଧିକାରୀ ଦୋଷ ସ୍ବୀକାର କରିଥିଲା, ସସସ୍ପେଣ୍ଡ ହେବାକୁ ଯାଉଥିଲା, ମୁଁ କହିଲି ସସ୍ପେଣ୍ଡ କରନି, ଦାନାପାଣି କଥା ବଦଳି କରିଦିଅ ଓ ଏଠାରୁ ବଦଳିହୋଇ ଯାଇଛନ୍ତି । ଆଜି ମୁଁ ସମସ୍ତ ଅଧିକାରୀ ମାନଙ୍କୁ ସତର୍କ କରି ଦେଉଛି ଯିଏ ଚାଷୀଙ୍କୁ ଧାନ କିଣାରେ ହାଇରଣ କରିବ, ସରକାର ଯେଉଁ ସୁବିଧା କରିଛନ୍ତି, ସେଥିରେ ଯିଏ ଖିଲାପ କରିବ ସଂପାଦକ, ସଭାପତି ବା ମିଲର ହୁଅନ୍ତୁ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ନୂତନ ଭାବରେ ଖୋଲାଯାଇଥିବା ସମବାୟ ସମିତି ଗୁଡ଼ିକରେ ଓ ବିଭିନ୍ନ ସ୍ଥାନରେ ନୂତନ ମଣ୍ଡି ଖୋଲା ଯାଉ ପ୍ରସ୍ତାବ ରଖିଥିଲେ ।ଜିଲ୍ଲାପରିଷଦ ସଭାପତି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ପଚାରିଥିଲେ ଧାନ କିଣାରେ ଆର ଏମ ସି ର କାର୍ଯ୍ୟ ସନ୍ତୋଷ ଜନକ ନୁହେଁ ଓ ଧାନର ମାନ ପରୀକ୍ଷା ପାଇଁ ଯେଉଁ ମେସିନ କିଣା ଯାଇଥିଲା ତାର ସମସ୍ତ ହିସାବ ଦିଅ । ଆରଏମସି ଅଧିକାରୀ ତାହାର ଉତ୍ତର ଠିକ୍ ଭାବରେ ଦେଇ ପାରିନଥିଲେ । ସମବାୟ ସମିତିର କର୍ମଚାରୀ ମାନେ ଖରାପ ବ୍ୟବହାର ଦେଖାଉଛନ୍ତି ତାହାର ପ୍ରତିକାର କରାଯାଉ । ଚାଷୀ ମାନଙ୍କ ର ବ୍ଲକ ସ୍ତରରେ ଟ୍ରେନିଂ ପ୍ରଦାନ କରାଗଲେ ସେମାନେ ଏଫ୍ ଏ କିୟୁ ମାନର ଧାନ କିପରି କରିପାରିବେ କୃଷି ଅଧିକାରୀଙ୍କୁ କୁହାଯାଇଥିଲା । ଏଥିରେ ମାନ୍ୟବର ବାଚସ୍ପତି ଙ୍କ ପ୍ରତିନିଧି, ମାନ୍ୟବର ସାଂସଦ କଟକଙ୍କର ପ୍ରତିନିଧି, କୃଷକ ମାନଙ୍କ ପ୍ରତିନିଧି ଯୋଗ ଦେଇଥିଲେ । ମିଲର ସଂଘର ସଭାପତି ଶିଶିର କୁମାର ସାହୁ ଓ ସଂପାଦକ ସନ୍ତୋଷ କୁମାର ପାତ୍ର କହିଥିଲେ ବର୍ତ୍ତମାନ ସୁଦ୍ଧା ଆମ ଗୋଦାମରୁ ଚାଉଳ ସରକାର ନେଇନାହାନ୍ତି ।ଆମେ ଧାନ କିଣି କେଉଁଠି ରଖିବୁ । ଆମକୁ ଭଲ ଧାନ ଦେଲେ ଆମେ କିଛି କଟଣୀ କରିବୁ ନାହିଁ । ପଞ୍ଜାବ ଢାଞ୍ଚାରେ ଧାନ କିଣିବାକୁ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ଆମପାଇଁ ଠିକ୍ ନୁହେଁ ବୋଲି ସେମାନଙ୍କର ମତାମତ ଦେଇଥିଲେ । ଜିଲ୍ଲାପାଳ ଆମ ଜିଲ୍ଲାରେ ଅଧିକ ମଣ୍ଡି ଖୋଲା ଯିବା ପ୍ରସ୍ତାବକୁ ବିଚାର କରି ନିଷ୍ପତି ନିଆଯିବ କହିବା ସହିତ ଆସନ୍ତା ଡିସେମ୍ବର ମାସ ୨୯ ତାରିଖରୁ ଧାନ କିଣା ଶୁଭାରମ୍ଭ ହେବ ବୋଲି ଘୋଷଣା କରିଥିଲେ । ଏହି ବର୍ଷ କୌଣସି ଚାଷୀଙ୍କୁ ହଇରାଣ ହରକତ ନକରି ସରକାରଙ୍କର ନିୟମାନୁସାରେ ଚାଷୀ, କର୍ମଚାରୀ ମିଲର ଓ କମିଟି ସଭ୍ୟ ମାନଙ୍କ ସମନ୍ୱୟ ରେ ଧାନ କିଣା ଯିବାପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନିୟମିତତା ଦୂର ପାଇଁ ପଦସ୍ଥ ଅଧିକାରୀ ମାନେ ନିୟୋଜିତ ରହିବେ କିଛି ଅସୁବିଧା ହେବ ନାହିଁ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, କମିଟି ସଭ୍ୟ ଓ ସାମ୍ବାଦିକ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ପ୍ରଦାନ କରାଯାଇ ବୈଠକ ସାଙ୍ଗ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
